ଭୁବନେଶ୍ୱର...ସାମ୍ବାଦିକ ଙ୍କ ସୁରକ୍ଷା ଆଇନ ପ୍ରଣୟନ ଓ ମିଡ଼ିଆ କମିଶନ ଗଠନ କରି ସବୁ ବର୍ଗ ର ମିଡ଼ିଆ କୁ ଅନ୍ତର୍ଭୁକ୍ତ କରିବା ଦାବୀ ନେଇ ଆଜି ସାରା ଭାରତରେ ଇଣ୍ଡିଆନ ଜର୍ଣ୍ଣାଲିଷ୍ଟ ୟୁନିଅନ ପକ୍ଷରୁ ସବୁ ରାଜ୍ୟ ରେ ଗାନ୍ଧୀ ଜୟନ୍ତୀ ଅବସରରେ ସଭା ଅନୁଷ୍ଠିତ ହୋଇ ଯାଇଛି , ସେହିପରିଓଡିଶା ତରଫରୁ ଭୁବନେଶ୍ୱର ଠାରେ ଆଇଜେୟୁ ପକ୍ଷରୁ ସତ୍ୟଜିତ ରାୟ ଚୌଧୁରୀଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ସଙ୍ଘ ର ସାଧାରଣ ସମ୍ପାଦକ ନିରଞ୍ଜନ ବିଶ୍ୱାଳ, ଭୁବନେଶ୍ୱର ସଭାପତି ଅନନ୍ତ ପ୍ରସାଦ ଦାଶ, ଡ଼ ତ୍ରିଲୋଚନ ଖୁଣ୍ଟିଆ, ରାଜ୍ୟ ସମ୍ପାଦକ ନାରାୟଣୀ ପ୍ରସାଦ ମିଶ୍ର ଯୋଗ ଦେଇ ସାମ୍ବାଦିକ ଙ୍କ ଦାବୀ ଉପରେ ଆଲୋଚନା କରାଯାଇଥିଲା.. ଗଣତନ୍ତ୍ର ରାଷ୍ଟ୍ରରେ ସାମ୍ବାଦିକ ମାନେ ସୁରକ୍ଷିତ ନୁହନ୍ତି. ଏଣୁ ବହୁ ଦିନରୁ ସୁରକ୍ଷା ପାଇଁ ଦାବୀ କରାଯାଉଥିବା ବେଳେ ଏବେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ସହ ମିଡ଼ିଆ କମିଶନ ଗଠନ କରିବା ପାଇଁ ଆଜି ସର୍ବ ସମ୍ମତି କ୍ରମେ ନିଷ୍ପତି ନିଆଯାଇ ରାଷ୍ଟ୍ରପତି ଙ୍କ ଉଦେଶ୍ୟ ରେ ଦାବୀ ପତ୍ର ପପ୍ରଦାନ କରାଯାଇଛି. ସଭା ରେ ଓଡିଶା ର ବିଭିନ୍ନ ଜିଲ୍ଲା ର ବହୁ ସାମ୍ବାଦିକ ଯୋଗ ଦେଇଥିଲେ.
.
0 Comments