ପିପିଲି; ପିପିଲି ପାଇଁ ଗୌରବ ଆଣିଲେ ଯୁବ ବିଧାୟକ ରୁଦ୍ର ପ୍ରତାପ ମହାରଥୀ । ଆଇଟି ମିଡ଼ିଆ ନେଟୱର୍କ ଇଣ୍ଟରଭିଉ ଟାଇମସ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ରେ ୨୦୨୩ ରେ ବର୍ଷର ଯୁବ ରାଜନେତା ଭାବରେ ଗୌରବ ଅର୍ଜନ କରିଛନ୍ତି । ଚାକିରୀ ଛାଡ଼ି ବାପା ଙ୍କ ଅକାଳ ବିୟୋଗ ପରେ ଅଳ୍ପ କେଇ ଦିନ ରାଜନୀତି ମଇଦାନ କୁ ଓହ୍ଲାଇ ଥିବା ରୁଦ୍ର ପ୍ରତାପ ବାପାଙ୍କ ପଦାଙ୍କ ଅନୁସରଣ କରି ରାଜନୀତି ରେ ନିଜର ସ୍ଵତ୍ରଂତ ପରିଚୟ ସୃଷ୍ଟି କରିଥିବା ବେଳେ ଆଇଟି ମିଡ଼ିଆ ନେଟୱର୍କ ଇଣ୍ଟରଭିଉ ଟାଇମସ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ରେ ଚଳିତ ବର୍ଷ ତାଙ୍କୁ ୟଙ୍ଗ ରାଜନେତା ଭାବରେ ଚୟନ କରାଯାଇ ଥିବାରୁ ପିପିଲି ଓ ଡେଲାଙ୍ଗ ବିଜେଡି କର୍ମୀ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ସେପଟେ ଏଭଳି ଆୱାର୍ଡ ନିଶ୍ଚିତ ଭାବରେ ଲୋକ ମାନଙ୍କ ସହିତ ରହି କାମ କରିବା ପାଇଁ ଅଧିକ ପ୍ରେରଣା ଯୋଗାଇବ ବୋଲି ରୁଦ୍ର କହିଛନ୍ତି । ସେପଟେ ପିପିଲି ବିଧାୟକ ଙ୍କୁ ଏଭଳି ଆୱାର୍ଡ ମିଳିବା ପରେ ବିଭିନ୍ନ ମହଲରୁ ରୁଦ୍ର ଙ୍କୁ ଶୁଭେଚ୍ଛା ର ସୁଅ ଛୁଟୁଛି ।
0 Comments