Header Ads Widget



BREAKING NEWS

6/recent/ticker-posts

                                                                       


  ପୁରୀ : ନିମାପଡ଼ା ରେ  ଉଦଯାପିତ ହୋଇଛି ବିଜେଡି ର ପ୍ରଶିକ୍ଷଣ ଶିବିର । ନିମାପଡ଼ା ନ୍ୟୁ  ହିକ କଲ୍ୟାଣ ମଣ୍ଡପ ରେ ଆୟୋଜିତ ବିଜେଡି  ପ୍ରଶିକ୍ଷଣ ଶିବିରରେ ନିମାପଡ଼ା ବିଧାୟକ ସମୀର ରଂଜନ ଦାଶ ,ଇସପିତା ସାହୁ, ମଧୁସ୍ମିତା ନାୟକ ଏହି ଶିବିରରେ ଅତିଥି ଭାବେ ଯୋଗ ଦେଇ ଥିଲେ । ତିନି ଦିନିଆ ଏହି ପ୍ରଶିକ୍ଷଣ ଶିବିରରେ ଗୁରୁମନ୍ତ୍ର ପ୍ରଦାନ କରିଥିଲେ  ସମୀର ,ଇସପିତା ଓ ମଧୁସ୍ମିତା ।                  

                                               


                                                                            

                                                        ବିଶେଷ କରି ତୃଣମୂଳ ସ୍ତର ରୁ ସଙ୍ଗଠନ କୁ ସୁଦୃଢ଼ କରିବା ସହିତ ନବୀନ ଙ୍କ ଜନ ହିତକାରୀ ଯୋଜନା କୁ ଘରେ ଘରେ ପଞ୍ଚାଇବା ଏହି ପ୍ରଶିକ୍ଷଣ ର ମୂଳ ଉଦ୍ଧେଶ୍ୟରେ ବୋଲି କୁହାଯାଇଛି । ନିମାପଡ଼ା ଏନ ଏ ଏସି , ନିମାପଡ଼ା ବ୍ଲକର ୩୨ ଟି ଗ୍ରାମପଞ୍ଚାୟତ ଓ ଗୋପ ବ୍ଲକ    କର୍ମକର୍ତା ମାନେ ଯୋଗ ଦେଇଥିଲେ । ଏହି  ପ୍ରଶିକ୍ଷଣ ଶିବିରରେ ବିଜେଡି ନେତା ସ୍ଵୟଂ ପ୍ରକାଶ ମିଶ୍ର, ନିମାପଡ଼ା  ବିଜେଡ଼ି ବ୍ଲକ ସଭାପତି ଅଶୋକ ସାହୁ,  ବିଜେଡି ନଗର ସଭାପତି ଜୀବନା ନନ୍ଦ ମହାପାତ୍ର, ଗୋପ ବ୍ଲକ ସଭାପତି ମଧୁସୂଦନ ପାଇକ ରାୟ, ନିମାପଡ଼ା ବ୍ଲକ ଅଧକ୍ଷ ଶଙ୍କର ଭୋଇ ଓ ଏନଏଏସି ଅଧକ୍ଷ ସସ୍ମିତା ସାହୁ,  ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ, ଗୋପ ବ୍ଲକ ଯୁବ ବିଜେଡି ସଭାପତି ମନଦୀପ ପାଇକରାୟ,ବିଜେଡି ସଂଖ୍ୟା ଲଘୁ ସମ୍ପ୍ରଦାୟର ର  ନେତୁତ୍ବ ,ମହିଳା ନେତୁତ୍ବ ଙ୍କ ସମେତ ଶତାଧିକ ବିଜେଡି କର୍ମୀ ଏହି ପ୍ରଶିକ୍ଷଣ ଶିବିରରେ ଉପସ୍ଥିତ ଥିଲେ ।


 

Post a Comment

0 Comments