Header Ads Widget



BREAKING NEWS

6/recent/ticker-posts

ସମ୍ବଲପୁରୀ ହସ୍ତତନ୍ତ ବସ୍ତ୍ର ପ୍ରଦର୍ଶନୀ ଓ କ୍ରେତା ବିକ୍ରେତା ସମ୍ମିଳନୀ ଉଦଯାପିତ

                                                                  



ପୁରୀ- ; ଭାରତୀୟ ଉଦ୍ୟମିତା ବିକାଶ ସଂସ୍ଥା, (ଅହମଦାବାଦ) ଗୁଜୁରାଟ ଏବଂ ହ୍ୟାଣ୍ଡମେଡ୍ ଇନ୍ ଇଣ୍ଡିଆ ପ୍ରୋଜେକ୍ଟ କ୍ଲଷ୍ଟର ମିଶନ ଅଫିସ୍ ,ବରପାଲି ତରଫରୁ ଏଚ.ଏସ.ବି.ସି ବ୍ୟାଙ୍କ୍ ସହାୟତାରେ ପୁରୀ ବଡ଼ଦାଣ୍ଡ ସ୍ଥିତ ହୋଟେଲ ଟିପି ଠାରେ ଆୟୋଜିତ ହୋଇଯାଇଛି ଦୁଇ ଦିନିଆ କ୍ରେତା ବିକ୍ରେତା ସମ୍ମିଳନୀ ଓ ସମ୍ବଲପୁରୀ ହସ୍ତ ତନ୍ତ୍ ପ୍ରଦର୍ଶନୀ। ସମ୍ବଲପୁରୀ ହସ୍ତତନ୍ତ ର ପ୍ରଚାର ପ୍ରସାର କରିବା ସହ ସ୍ଥାନୀୟ ବଜାରରେ ଏହାର ଚାହିଦା ବୃଦ୍ଧି କରିବା ଏବଂ କ୍ରେତା ମାନଙ୍କ ସହିତ ବୁଣାକାର ମାନେ କିପରି ସିଧା ସଳଖ  ଯୋଗାଯୋଗ କରି ଉଚିତ୍ ମୂଲ୍ୟ ପାଇ ପାରିବେ,ସେହି ଉଦ୍ଦେଶ୍ୟ ରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବରଗଡ଼ କ୍ଲଷ୍ଟର ର ୧୭ ଟି ବୁଣାକାର ପରିବାର ନିଜର ହସ୍ତତନ୍ତ ପୋଷାକ ପ୍ରଦର୍ଶନ କରିବା ସହିତ କ୍ରେତା ମାନଙ୍କୁ ସେମାନଙ୍କର ଉତ୍ପାଦ ସମ୍ପର୍କରେ ବୁଝାଇଥିଲେ। ପୁରୀର ପ୍ରତିଷ୍ଠିତ ଶାଢ଼ୀ ଓ ଲୁଗା ବ୍ୟବସାୟୀ ମାନେ ଏହି କର୍ମଶାଳାରେ ଯୋଗ ଦେଇ ଏହା ମାଧ୍ୟମରେ ବୁଣାକାର ମାନଙ୍କ ସହିତ ସିଧା ସଳଖ ଯୋଗାଯୋଗ ହୋଇପାରି ଥିବାରୁ ଆଗକୁ ଏହା କ୍ରେତା ବିକ୍ରେତା ମଧ୍ୟରେ ଉତ୍ତମ ସମ୍ପର୍କ ସୃଷ୍ଟି କରିପାରିବେ ବୋଲି ମତ ଦେଇଥିଲେ। କର୍ମଶାଳା ଓ ପ୍ରଦର୍ଶନୀର ଉଦଯାପନୀ ସନ୍ଧ୍ୟାରେ ପୁରୀ ଉପ ଜିଲ୍ଲାପାଳ ଭବତାରଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବଜାର ଚାହିଦା କୁ ଦେଖି ବୁଣାକାର ମାନେ ଡିଜାଇନ୍ ପ୍ରସ୍ତୁତ କରିବା ଆବଶ୍ୟକ ବୋଲି କହିଥିଲେ ।ଅନ୍ୟ ତମ ଅତିଥି ଭାବରେ  ସିଦ୍ଧାର୍ଥ ରାୟ ଯୋଗ ଦେଇ ବର୍ତ୍ତମାନ ସମୟରେ ଅନଲାଇନ ଟ୍ରେଡିଂ ଚାହିଦା ରହିଥିବାରୁ ଅନଲାଇନ୍ ମାଧ୍ୟମରେ ବୁଣାକାର ମାନେ  ନିଜର ସାମଗ୍ରୀକୁ କିପରି ସିଧା ସଳଖ ବିକ୍ରୟ କରିପାରିବେ ସେ ବ୍ୟବସ୍ଥା ହେବା ଆବଶ୍ୟକ  ବୋଲି ମତ କହିଥିଲେ। ଏହି କାର୍ଯ୍ୟକ୍ରମକୁ ହ୍ୟାଣ୍ଡ ମେଡ ଇନ୍ ଇଣ୍ଡିଆ ପ୍ରୋଜେକ୍ଟର କ୍ଳଷ୍ଟର ନୋଡାଲ ଅଫିସର ବିଷ୍ଣୁ ପ୍ରସାଦ ପଣ୍ଡା ଓ କମ୍ୟୁନିଟି ମୋବିଲାଇଯର ଦୟାନନ୍ଦ ରାୟ ପରିଚାଳନା କରିଥିଲେ।


Post a Comment

0 Comments