Header Ads Widget



BREAKING NEWS

6/recent/ticker-posts

ପିପିଲି ପାଇଁ ଗୌରବ ଆଣିଲେ ଆଦ୍ୟ , ଅଜିତ ଓ ରବି ଶଙ୍କର

                                                                    

                                                           


ପିପିଲି;  ପିପିଲି ପାଇଁ ଗୌରବ ଆଣିଲେ ଆଦ୍ୟ ଶଙ୍କର, ଅଜିତ ଶଙ୍କର ଓ ରବି ଶଙ୍କର । ରାଜ୍ୟ  ବନ୍ଧୁକ ଚାଳନା ପ୍ରତିଯୋଗିତାରେ କୃତିତ୍ବ ହାସଲ କରି ରାଜ୍ୟ ପାଇଁ ଗୌରବ ଅର୍ଜନ କରିଥିବା ବେଳେ ପିପିଲି ପାଇଁ ଗୌରବ ଆଣିଛନ୍ତି ।  ଚାନ୍ଦୁଆ ନଗରୀ ପିପିଲି ପାଇଁ ପିପିଲି ର ସ୍ଵତ୍ରଂତ ପରିଚୟ ଥିବା ବେଳେ ଏହି ତିନି ଭାଇ ଙ୍କ ପାଇଁ ପିପିଲି ପୁଣିଥରେ ନୂଆ ପରିଚୟ ପାଇଛି ।                  

                                                            


                                                                              ଓଡିଶା  ରାଜ୍ୟ ଓପନ ବନ୍ଧୁକ ପରିଚାଳନା ରେ ୦.୨୨ପିସ୍ତଲ ପ୍ରତିଯୋଗିତାରେ ଆଦ୍ୟ ଶଙ୍କର ସାହୁ  ସୂର୍ଣ୍ଣ ପଦକ ହାସଲ କରିଥିବା ବେଳେ ୦.୨୨ ପିସ୍ତଲ ଓ ୧୭୭ଏୟାର ରାଇଫଲ ରେ ଅଜିତ ଶଙ୍କର ସାହୁ ସିଲଭର ପଦକ ହାସଲ କରିଛନ୍ତି । ସେହିପରି୦.୩୨ରିଭଲଭର ପ୍ରତିଯୋଗିତାରେ ରବି ଶଙ୍କର ସାହୁ  ସିଲଭର ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଥିବା ବେଳେ ପିପିଲି ପାଇଁ ଗୌରବ ଅର୍ଜନ କରିଛନ୍ତି ।         ଉଭୟେ ସମ୍ପର୍କରେ ରେ ଭାଇ ହୋଇ ଥିବା ବେଳେ ପିପିଲି ଅଞ୍ଚଳ ର ଜଣାଶୁଣା ଚେହେରା  ସ୍ବର୍ଗତ କାଶୀନାଥ ସାହୁ ଙ୍କ ଆଣନାତି ତଥା ସମାଜସେବୀ  ଦେବେନ୍ଦ୍ର କୁମାର ସାହୁ ଙ୍କ ର ନାତି ଅଟନ୍ତି । ଆଦ୍ୟ ଶଙ୍କର ଓ ରବି ଶଙ୍କର  ପିପିଲି ଅଞ୍ଚଳର ଜଣାଶୁଣା  ଟାଇକୋଣ୍ଡ ଖେଳାଳି ଅରବିନ୍ଦ ସାହୁ ଙ୍କ ପୁତ୍ର ହୋଇ ଥିବା ବେଳେ  ଉଭୟେ ଟାଇକୋଣ୍ଡୋ ଖେଳ ପ୍ରତି ଆଗ୍ରହ ନ ଦେଖାଇ ମାଆ ଶ୍ରୀମତୀ ସୁଶୋଭିତା ସାହୁ ଙ୍କ ପ୍ରେରଣା ରେ ଏହି ବନ୍ଧୁକ ଚାଳନା ପ୍ରତି ଆଗ୍ରହ ପ୍ରକାଶ କରିଥିଲେ । ସେହିପରି ଆଶିଷ କୁମାର ସାହୁ ଓ ଅନିମା ରାଣୀ ସାହୁ ଙ୍କର ପୁଅ ଅଜିତ ଶଙ୍କର ସାହୁ ଏହି ଖେଳ ପ୍ରତି ଆଗ୍ରହ ବୃଦ୍ଧି କରି ସଫଳତା ହାସଲ କରିଛନ୍ତି । ତିନି ଭାଇ ରାଜ୍ୟ ପାଇଁ ଗୌରବ ଆଣିଥିବାରୁ ବିଭିନ୍ନ ସ୍ଥାନରୁ ତାଙ୍କୁ ଶୁଭେଚ୍ଛା ର ସୁଅ ଛୁଟିଛି ।       ଓଡିଶା ରାଇଫଲ ଆସୋସିଏସନ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ହରି ପ୍ରସାଦ ପଟ୍ଟନାୟକ, ବଳଭଦ୍ର ଦାସ, ଡ଼ ଶୁଶ୍ରୀ ଗୌରୀ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ  ।             

                                                                       


 ସେପଟେ ପିପିଲି ପାଇଁ ଏଭଳି ଘଟଣା ପ୍ରଥମ ଥର ହୋଇଥିବାରୁ ତିନି ଭାଇ ଓ ପରିବାର ଲୋକ ଙ୍କୁ ସ୍ଥାନୀୟ ଜନସାଧାରଣ ଅଭିନନ୍ଦନ ଜଣାଉ ଥିବା ବେଳେ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଉଭୟ ଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଆଗମୀ ଦିନରେ ଦେଶ ପାଇଁ ଗୌରବ ଅର୍ଜନ କରିବା ପାଇଁ କଠୋର ପରିଶ୍ରମ କରିବା କୁ ପରାମର୍ଶ ଦେଇଛନ୍ତି ।


Post a Comment

0 Comments