ପିପିଲି ;ସାଥି ରେ ଧରି ଆସିଲେ, ବିରୋଧ ଦେଖି ଖସି ପଳାଇଲେ । ପିପିଲି ବ୍ଲକ ବିପିଏମ ଙ୍କ ର ଏଭଳି ବ୍ୟବହାର ରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଯାଜପୁର ଅଞ୍ଚଳ ରୁ ଆସିଥିବା ସରକାରୀ କର୍ମଚାରୀ ମାନେ । ଜଗନ୍ନାଥ ପୁର ପଂଚାୟତ ରେ ମହିଳା ମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଏହି ସମୟ ରେ ୧୫/୨୦ ଜଣିଆ ପ୍ରତିନିଧି ଦଳ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଅଞ୍ଚଳ ପରିଦର୍ଶନ କରି ଜଗନ୍ନାଥ ପୁର ରାଜୀବ ଗାନ୍ଧୀ ସେବା କେନ୍ଦ୍ର କୁ ଯାଇ ବୈଠକ କରୁଥିବା ସମୟରେ ଆନ୍ଦୋଳନ କାରୀ ମହିଳା ମାନେ ସେମାନେ କିଏ ଓ ଏଠାକୁ କାହିଁକି ଆସିଛନ୍ତି ପଚାରିବା ରେ କୌଣସି ଉତ୍ତର ପାଇ ନଥିବା ବେଳେ କବାଟ କୀଲା ବୈଠକ ଦେଖି ଉତକ୍ଷିପ୍ତ ହୋଇ ଥିଲେ ମହିଳା । କିଛି ସମୟ ପରେ ଏଠାରୁ ପ୍ରସ୍ଥାନ କରିବା ସମୟ ରେ ମହିଳା ଙ୍କ ପ୍ରଶ୍ନବାଣ ରେ ଘାଇଲା ହେଲେ ସରକାରୀ ଅଧିକାରୀ । ରାସ୍ତା ଉପରେ ଗୋଡ଼ାଇ ଗୋଡ଼ାଇ ସରକାରୀ ଅଧିକାରୀ ଙ୍କୁ ଅଟକ ରଖିଲେ ମହିଳା । ଫିଲ୍ମ ଷ୍ଟାଇଲ ରେ ଏଭଳି ଦୃଶ୍ୟ କିଛି ସମୟ ପାଇଁ ସମସ୍ତ ଙ୍କୁ ହତଚକିତ କରିଥିଲା ।। ଏହି ସମୟ ରେ ଏଠାକୁ ଆଣିଥିବା ପିପିଲି ବ୍ଲକ ବିପିଏମ ଏମାନଙ୍କୁ ଛାଡି ପଳାଇ ଥିବା ବେଳେ ପୁରୁଷ ଅଧିକାରୀ ଙ୍କୁ ଗୋଡ଼ାଇ ଅଟକାଇ ଥିଲେ ମହିଳା, ଘଟଣା ସ୍ଥଳରେ ରେ ଥିବା ପୋଲିସ ,ସ୍ଥାନୀୟ ଜନସାଧାରଣ ଓ ସାମ୍ବାଦିକ ଏଥିରେ ହସ୍ତକ୍ଷେପ କରିବା ପରେ ଅଟକ ଥିବା ସରକାରୀ କର୍ମଚାରୀ ଙ୍କୁ ଛାଡି ଥିଲେ ମହିଳା
ସୂଚନା ଥାଉକି ଭୁବନେଶ୍ୱର ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ମହିଳା ମାନେ ଆନ୍ଦୋଳନ ଜାରି ରଖିଥିବା ବେଳେ ପିପିଲି ବ୍ଲକ ବିପିଏମ ଯାଜପୁର ବ୍ଲକ ର ପ୍ରାୟ ୧୫ରୁ ଉର୍ଦ୍ଧ୍ବ ବ୍ଲକ କର୍ମଚାରୀ ଓ ମିଶନ ଶକ୍ତି କର୍ମଚାରୀ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ରେ ବୈଠକ କରିବାରୁ ମୁଁହାମୁହିଁ ହୋଇ ଥିଲେ ଦୁଇ ଗୋଷ୍ଠୀ ର ମହିଳା । ପରିସ୍ଥିତି ଏଭଳି ହୋଇ ଥିଲା ଯେ ରାଜରାସ୍ତା ଉପରେ ପ୍ରାୟ ଅଧଘଣ୍ଟା କାଳ ମହିଳା ଙ୍କ ଦ୍ଵାରା ଅଟକ ରହିଥିଲେ ପୁରୁଷ ଓ ମହିଳା କର୍ମଚାରୀ । ସବୁ ଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପିପିଲି ବ୍ଲକ ବିପିଏମ ମ୍ୟାଡ଼ମ ଯାଜପୁର ବ୍ଲକ ଅଧିକାରୀ ଙ୍କୁ ଛାଡି ପଳାଇ ଥିଲେ । ସ୍ଥାନୀୟ ଜନସାଧାରଣ ଓ ପୋଲିସ ଙ୍କ ବୁଝାସୁଝା ପରେ ଅଟକ ଥିବାସରକାରୀ ଅଧିକାରୀ ଙ୍କୁ ମହିଳା ମାନେ ଛାଡ଼ି ଥିଲେ । ସୂଚନା ଥାଉକି ଜଗନ୍ନାଥ ପୁର ପଞ୍ଚାୟତ ରେ ଗୋଚର ଜମିରେ ବେଆଇନ ନିର୍ମାଣ କୁ ବିରୋଧ କରି ଆନ୍ଦୋଳନ କରୁଥିଲେ ମହିଳା । ଆନ୍ଦୋଳନ କାରୀ ମାନେ ମାନ୍ୟବର ହାଇକୋର୍ଟ ଙ୍କ ନିର୍ଦ୍ଦେଶ କୁ ମାନିବା ପାଇଁ ପ୍ରଶାସନ ଉପରେ ଚାପ ପକାଇବା ପାଇଁ ଚେଷ୍ଟା କରୁଥିଲା ବେଳେ ଅନ୍ୟ ଏକ ଗୋଷ୍ଠୀ ବାହାର ଜିଲ୍ଲା ର ସରକାରୀ କର୍ମଚାରୀ ଙ୍କୁ ଧରି ବୈଠକ କରିବା ପରେ ପରିସ୍ଥିତି ଉତ୍ତେଜନା ପ୍ରକାଶ ପାଇଥିଲା । ସୋନଲତା ସେଠିଙ୍କ ନେତୁତ୍ବ ରେ ଶତାଧିକ ମହିଳା ଆନ୍ଦୋଳନ କରି ବେଆଇନ ନିର୍ମାଣ କୁ ବନ୍ଦ କରିବା ପାଇଁ ଦାବି କରୁଥିବା ବେଳେ ଆଗକୁ ପ୍ରଶାସନ ଆଇନ କୁ ନମାନିଲେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବ ବୋଲି ରାଜ୍ୟ ଜାତୀୟ ଦଳିତ ମାଇନ ରିଟ ରାଜ୍ୟ ସଙ୍ଘ ସଭାପତି ବିଜୟ ସେଠୀ କହିଛନ୍ତି ।
ଏହାଛଡ଼ା ମହିଳା ଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ଜାଣି ଶୁଣି ବାହାର ଜିଲ୍ଲା ରୁ ସରକାରୀ ଅଧିକାରୀ ଙ୍କୁ ଆଣି ବିବାଦୀୟ ସ୍ଥାନରେ ବୈଠକ କରିବା ଘଟଣା କୁ ନିନ୍ଦା କରିଛନ୍ତି । ଘଟଣା ସ୍ଥଳରେ ପିପିଲି ତହସିଲଦାର ପହଁଚି ଆନ୍ଦୋଳନ କାରୀ ଙ୍କ ସହିତ ଆଲୋଚନା କରି ମାନ୍ୟବର ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ କାମ ହେବ ବୋଲି ଅଶ୍ଵସନା ଦେଇଥିବା ବେଳେ ଆନ୍ଦୋଳନ କାରୀ ମାନେ ଆନ୍ଦୋଳନ ରୁ ଓ ହରି ଥିଲେ । ଅନ୍ୟ ପଟେ ବାରମ୍ବାର ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ଆଜି ପାଉ ଥିବା ବେଳେ ପିପିଲି ପୋଲିସ ପରିସ୍ଥିତି କୁ ନିୟନ୍ତ୍ରଣ କରିଥିଲା। ଆଜି ସୋନିଲତା ସେଠୀ ଙ୍କ ସମେତ କବିତା ବେହେରା, ଚନ୍ଦ୍ର କାନ୍ତି ବେହେରା, ସବିତା ବେହେରା, ପାର୍ବତୀ ମଳିକ, କେତକୀ ବେହେରା, ଉମା ସେଠୀ, ମିନା ସେଠି, ମିନତୀ ମଳିକ ,ମମତା ବେହେରା ପ୍ରମୁଖ ଯୋଗ ଦେଇଥିଲେ।
0 Comments