Header Ads Widget



BREAKING NEWS

6/recent/ticker-posts

ଆନ୍ଧ୍ର ଓଡିଶା ଖୋ ଖୋ ମ୍ୟାଚ ଅନୁଷ୍ଠିତ।

                                                                    


ପୁରୀ ;  ପୁରୀତାଳବଣିଆସ୍ଥିତ ଇଣ୍ଡୋର ଷ୍ଟାଡିୟମ ଠାରେ ଆନ୍ଧ୍ର ର ଖୋ ଖୋ ଦଳ ଓ ଓଡିଶା ଖୋ ଖୋ ଦଳ ମଧ୍ୟରେ  ମ୍ୟାଚ ଅନୁଷ୍ଠିତ ହୋଇଅଛି ।।ଏଥିରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ରାଜ୍ୟ ଖୋ ଖୋ ସଂଘର ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର,ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ, କୋଚ ସଞ୍ଜୀବ ଶର୍ମା ଯୋଗ ଦେଇ କ୍ରିଡାବିତ ଙ୍କୁ ଉତ୍ସାହିତ କରିଥିଲେ। ଖେଳା ଯାଇଥିବା ଦୁଇଟି ଯାକ ମ୍ୟାଚ ରେ ଓଡିଶା ଦଳ ବିଜୟୀ ହୋଇଥିଲା।

                                                                                                   ଓଡିଶା ଖୋ ଖୋ ଦଳରେ ବିଭିନ୍ନ ଜିଲ୍ଲାର ଶ୍ରେଷ୍ଠ ଖୋ ଖୋ ଖେଳାଳୀ ଙ୍କୁ ନେଇ ଚୟନ କରାଯିବା ପରେ ପୁରୀ ରେ ଦୁଇ ମାସ ପାଇଁ ଅଭ୍ୟାସ କରାଯାଉଛି।ଏହି ଅଭ୍ୟାସ ମଧ୍ୟରେ ରେଳବାଇ ଖୋ ଖୋ ଦଳ ସହ ମ୍ୟାଚ ଅନୁଷ୍ଠିତ ହୋଇଥିବା ବେଳେ ଅନ୍ୟାନ୍ୟ ରାଜ୍ୟ ର ଖୋ ଖୋ ଦଳ ସହିତ ଓଡ଼ିଶା ଦଳ ଖେଳି ଅଭିଜ୍ଞତା ହାସଲ କରୁଛି।ଏହି ଅଭିଜ୍ଞତା ଓଡିଶା ଖୋ ଖୋ ଦଳ କୁ ଅଧିକ ସହାୟତା ଦେବା ସହ ପିଲା ମାନଙ୍କ ମନୋବଳ ବଢାଇବ ବୋଲି କ୍ରୀଡା ଅଧିକାରୀ ଶ୍ରୀ ସାହୁ ଆଶା ବ୍ୟକ୍ତ କରିଛନ୍ତି।ଆନ୍ଧ୍ର ଦଳ ଚଳିତ ମାସ ୧୧ ତାରିଖ ପର୍ଯ୍ୟନ୍ତ ରହି ଓଡିଶା ଦଳ ସହ ୬ ଟି ମ୍ୟାଚ ଖେଳିବ ବୋଲି ଜଣା ଯାଇଛି।ଏହି ମ୍ୟାଚ ରେ  ଆନ୍ଧ୍ର ଦଳର ଅଧିନାୟକ ପି ଶିବାରେଡି, ଉପ ଅଧିନାୟକ ପି ନାରାସାୟା,କୋଚ ଦେବୀ ରେଡି, ମ୍ୟାନେଜର ଭି ଭେଡୁକୁଣ୍ଡାଲା ରେଡି,ଓଡିଶା ଅଧିନାୟକ ଦେବେଳ ନାଥ,କୋଚ ସଞ୍ଜୀବ ଶର୍ମା, ଚିନ୍ତାମଣି ପ୍ରଧାନ ଅଂଶଗ୍ରହଣ କରିଥିଲେ।



Post a Comment

0 Comments