Header Ads Widget



BREAKING NEWS

6/recent/ticker-posts

ବିଜେପିର ମହାମିଶ୍ରଣ ପର୍ବ ୨୦୦ ରୁ ଉର୍ଦ୍ଧ୍ବ ବିଜେଡି ଦଳରୁ ପରିତ୍ୟାଗ କରି ବିଜେପିରେ ଯୋଗଦେଲେ

 

                                                      




ନିମାପଡ଼ା:-ନିମାପଡ଼ା ରେ ବିଜେପି ପ୍ରତି ସମର୍ଥନ ବଢୁଛି । ଆଜି ନିମାପଡା ସ୍ଥିତ ରବୀନ୍ଦ୍ର କଲ୍ୟାଣ ମଣ୍ଡପରେ ଭାରତୀୟ ଜନତା ପାର୍ଟି, ନିମାପଡା ନିର୍ବାଚନ ମଣ୍ଡଳୀ ତରଫରୁ ଏକ ମହାମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।ଏହି ଅବସରରେ ନିମାପଡା ନିର୍ବାଚନ ମଣ୍ଡଳୀର ବିଜେପି ନେତା ଶ୍ରୀ ଦିଲ୍ଲୀପ ନାୟକଙ୍କ ଉପସ୍ଥିତିରେ ଉଛୁପୁରୁ ପଞ୍ଚାୟତର ବିଜେଡି ନେତା ନିରଞ୍ଜନ ମଙ୍ଗରାଜଙ୍କ ନେତୃତ୍ବରେ ଶେରଗଡ ବସ୍ତୀ ଓ ସୁନିନ୍ଦା , ପାର୍ବତୀ ପୁରୁ ଏବଂ ଗଡଚାନ୍ଦପୁରୁ ପ୍ରମୁଖ ୨୨ଟି ଗ୍ରାମରୁ ୨୦୦ରୁ ଉର୍ଦ୍ଧ୍ବ  ଲୋକେ ବିଜୁ ଜନତା ଦଳ ପରିତ୍ୟାଗ କରି  ବିଜେପି ରେ ସାମିଲ ହୋଇଛନ୍ତି ।ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନୀତି-ଆଦର୍ଶ ଏବଂ ସୁଶାସନକୁ ପାଥେୟ କରି ଭାରତୀୟ ଜନତା ପାର୍ଟି ରେ ସାମିଲ ହୋଇଥିବା କହିଛନ୍ତି।ଏହ କାର୍ଯ୍ୟକ୍ରମ ନିର୍ବାଚନ ମଣ୍ଡଳୀର  ବିଜେପି ନେତା ଶ୍ରୀ ଦିଲ୍ଲୀପ ନାୟକ, ଉଛୁପୁରୁ ପଞ୍ଚାୟତର ବରିଷ୍ଠ ନେତା ଗଙ୍ଗାଧର ଜେନା , ଉଛୁପୁରୁର ବିଜେପି ସଭାପତି ଜୟକୃଷ୍ଣ ମହାପାତ୍ର, ଯିକାଶ ପ୍ରଧାନ,ନିରଞ୍ଜନ ମଙ୍ଗରାଜ ନିମାପଡା ମଣ୍ଡଳ ସଭାପତି ମାନସ ପ୍ରଧାନ, ଜିଲ୍ଲା ପରିଷଦ ପ୍ରମୋଦ ରାୟ,ସଂଯୋଜକ ପ୍ରଦୀପ୍ତ ନାୟକ, ,ସନ୍ତୋଷ ରଥ, ଏବଂ ନିର୍ବାଚନ ମଣ୍ଡଳୀର ଅନ୍ୟ ବରିଷ୍ଠ ନେତୃତ୍ୱ ଏବଂ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।ନୂତନ କରି ମିଶିଥିବା କାର୍ଯ୍ୟକର୍ତ୍ତାଙ୍କୁ ସ୍ୱାଗତ ଜଣାଇବା ସହିତ,  ଏତେ ସଂଖ୍ୟକ ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତା ଭାରତୀୟ ଜନତା ପାର୍ଟି ରେ ମିଶିବା ଫଳରେ ଦଳ ଆହୁରି ଶକ୍ତିଶାଳୀ ଏବଂ ସଂଗଠିତ ହେବା ସହ ପାର୍ଟିର ଜନାଧାର ଆହୁରି ବୃଦ୍ଧି ପାଇବ ବୋଲି ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ପରେ ନିର୍ବାଚନ ମଣ୍ଡଳୀ ନେତା ଶ୍ରୀ ଦିଲ୍ଲୀପ ନାୟକ ଆଶା ପ୍ରକଟ କରିଛନ୍ତି।


Post a Comment

0 Comments