Header Ads Widget



BREAKING NEWS

6/recent/ticker-posts

ରାବଣ ପୋଡ଼ି ମହୋତ୍ସବ୨୦୨୩ ପ୍ରସ୍ତୁତି ବୈଠକ

                                                                   

ପିପିଲି ; ରାବଣ ପୋଡ଼ି ମହୋତ୍ସବ୨୦୨୩ ପ୍ରସ୍ତୁତି ବୈଠକ । ସଚେତନ ନାଗରିକ ମଞ୍ଚ ଆନୁକୂଲ୍ୟରେ ଆୟୋଜିତ ଏହି ବୈଠକରେ  ରାବଣ ପୋଡ଼ି ଆୟୋଜନ ନିମନ୍ତେ ଆଲୋଚନା କରାଯିବା ସହିତ ପ୍ରଶାସନ ର ସହଯୋଗ ପାଇଁ ଆଲୋଚନା କରାଯାଇ ଥିଲା । ଆସନ୍ତା୨୪ତାରିଖରେ ପିପିଲି ଇନ୍ଦିରା  ମଇଦାନ ରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ରେ ସନ୍ଧ୍ୟା ୭ଘଟିକା ରେ  ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ  ହେବ ।ଏଥିରେ ରାଜସ୍ଥାନି ଲୋକ  ନୃତ୍ୟ, ଶିବ ତାଣ୍ଡବ,ପ୍ରମୁଖ କଳାକାର ଙ୍କ ଦ୍ଵାରା ପରିବେଷଣ କରାଯିବ । ଏହି ଅବସରରେ ପିପିଲି ଅଞ୍ଚଳରେ ବିଭିନ୍ନ କ୍ଷେତ୍ର ରେ ସେବା ଯୋଗାଇ ଆସୁଥିବା ବିଶିଷ୍ଟ ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରାଯିବ ଅନୁଷ୍ଠାନ ପକ୍ଷରୁ  ଆଜିର ଏହି ପ୍ରସ୍ତୁତି ବୈଠକ ରେ ସଚେତନ ନାଗରିକ ମଞ୍ଚ ସଭାପତି ସୁରେଶ କୁମାର ରଥ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ  ଉପଦେଷ୍ଟା ଭଗବାନ  ସେଠୀ, ସୁରେନ୍ଦ୍ର ନାଥ ପୁଷ୍ପାଳକ, ବିଗନେସ ଦାସ,ଗୋକୁଳ ଚନ୍ଦ୍ର ସାହୁ, ପୁର୍ଣ୍ଣ ଚନ୍ଦ୍ର ସାହୁ, ଅସ୍ବିନ ସେନ,ବିଜୟ କୁମାର ବେହେରା, ଲକ୍ଷ୍ମୀକାନ୍ତ ପଲେଇ, ସଞ୍ଜୟ ଘଡେ଼ଇ, ସଦାଶିବ କର ସେନୁ ଅଗ୍ରୱାଲ ,ଜୟନ୍ତୀ ମହାରଣା ,ପୂର୍ଣ୍ଣଚନ୍ଦ୍ର ସ୍ବାଇଁ,ଲାଲା ବ୍ରଜ ବିହାରୀ ପ୍ରସାଦ ରାୟ,ସଦାଶିବ କର, ନରହରି ସିଂହ, ସ୍ଵାଗତ ମହାନ୍ତି,  ସକାଓତ୍ବ ଖାନ,ପ୍ରତାପ ଚନ୍ଦ୍ର ଘଡେ଼ଇ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ ।


Post a Comment

0 Comments