Header Ads Widget



BREAKING NEWS

6/recent/ticker-posts

ଜଗନ୍ନାଥ ସଂସ୍କୃତି କୁ ଅସମ୍ମାନ

                                                    


  ପୁରୀ ;   ପୁଣି ଜଗନ୍ନାଥ ସଂସ୍କୃତି କୁ ଅସମ୍ମାନ। ବ୍ୟବସାୟ ବୃଦ୍ଧି ଆଳରେ ମହାପ୍ରଭୁ ଙ୍କୁ ନେଇ ବେପାର। ଶାଢୀ ରେ ଶ୍ରୀବିଗ୍ରହ ଙ୍କ ଚିତ୍ର ସହ ରଥ ଯାତ୍ରା ର ଦୃଶ୍ୟ କୁ ଦିଆଯାଇଛି ସ୍ଥାନ। ଭୁବନେଶ୍ବର ର ଏକ ଏକ ଶାଢୀ ଦୋକାନ BIGRAYN ରେ ବିକ୍ରୀ ହେଉଚି ଏହି ଶାଢୀ। ଏହା ଜଣାପଡିବା ପରେ କିଛି ବ୍ୟକ୍ତି ଏହାର ଫୋଟୋ ଉଠାଇ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରି ଏହାକୁ କଡ଼ା ନିନ୍ଦା କରିଛନ୍ତି। ବ୍ୟବସାୟ ବୃଦ୍ଧି ଆଳରେ ମହାପ୍ରଭୁ ଙ୍କୁ ଅସମ୍ମାନ କୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ଜଗନ୍ନାଥ୍ ପ୍ରେମୀ ମହଲ ରେ। ଜଗନ୍ନାଥ ସେନା ଆବାହକ ଏଭଳି କାର୍ଯ୍ୟ କୁ କଡ଼ା ନିନ୍ଦା କରିଚନ୍ତି। କୋଟି କୋଟି ଜଗନ୍ନାଥ ପ୍ରେମୀ ଙ୍କ ଆସ୍ଥା ର ପ୍ରତୀକ, କୋଟି କୋଟି ହିନ୍ଦୁ ଙ୍କ ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥ ଓ ତାଙ୍କର ପ୍ରସିଦ୍ଧ ରଥ ଯାତ୍ରା କୁ ଶାଢୀ ରେ ଚିତ୍ରିତ କରି ଏହାକୁ ବ୍ୟବସାୟ ରେ ଲଗାଇବା ଦୁଃଖ ଦାୟକ ବୋଲି ଜଗନ୍ନାଥ ସେନା ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକ ସୋସିଆଲ ମିଡ଼ିଆ ରେ ପ୍ରତିକ୍ରିୟା ରଖିଛନ୍ତି। ତୁରନ୍ତ ପୁରୀ ଶ୍ରୀ ମନ୍ଦିର ପ୍ରଶାସନ ଏ ଦିଗ ରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଜଗନ୍ନାଥ   ପ୍ରେମୀ ଦାବୀ କରିଛନ୍ତି। ପୁର୍ବରୁ ମହାପ୍ରଭୁ ଙ୍କ ଚିତ୍ର କୁ ନେଇ ଅନେକ ବ୍ୟଙ୍ଗତ୍ମକ ଢଙ୍ଗ ରେ ଚିତ୍ରଣ କରାଯାଇଛି। ରଥ ଯାତ୍ରା ଆଳରେ କାର ରେ ଠାକୁର୍ ଙ୍କୁ ବସାଇ ରଥଯାତ୍ରା କରିବା , ଇସ୍କନ ପକ୍ଷରୁ ରଥ ଯାତ୍ରା ଦିନ ରଥ ଯାତ୍ରା କରାନଯାଇ ଅଦିନିଆ ରଥ ଯାତ୍ରା କରିବା ଆଦି ବିଭିନ୍ନ ପ୍ରସଂଗ କୁ ପୁର୍ବରୁ ବାଦ ବିବାଦ ସୃଷ୍ଟି ହୋଇଛି। ତେବେ ପୁଣି ମହାପ୍ରଭୁ ଙ୍କ ପ୍ରତିକୃତି ଓ ରଥ ଯାତ୍ରା କୁ ଶାଢୀ ରେ ଚିତ୍ରିତ କରି ବିକ୍ରୀ ପ୍ରଚେଷ୍ଟା ସବୁ ମହଲ ରେ ନିନ୍ଦା କରଯାଇଛି।


Post a Comment

0 Comments