ପିପିଲି ; ଘର ଘର ବୁଲି ନବୀନ ଙ୍କ ଗୁଣଗାନ କଲେ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ । ଲୋକଙ୍କ ସହିତ ମିଶି ଲେ ସେମାନଙ୍କ ସମସ୍ୟା ସମ୍ପର୍କରେ ଶୁଣିଲେ ସମସ୍ୟା ର ସମାଧାନ ର ମଧ୍ୟ ପ୍ରତିଶ୍ରୁତି ଦେଲେ ।ପିପିଲି ଦାଣ୍ଡ ମୁକୁନ୍ଦ ପୁର ରେ ବିଜେଡି କଲା ପଦଯାତ୍ରା । ପିପିଲି ବିଧାୟକ ରୁଦ୍ର ମହାରଥୀ ଙ୍କ ନେତୁତ୍ବ ରେ ଦାଣ୍ଡ ମୁକୁନ୍ଦ ପୁର ପଂଚାୟତ ର ସମସ୍ତ ୱାର୍ଡ ରେ ଚାଲି ଚାଲି ବିଜେଡି ର ସୁଶାସନ ର ବାର୍ତ୍ତା ବାଣ୍ଟିଥିଲେ ରୁଦ୍ର । ପୁଣିଥରେ ନବୀନଙ୍କ ନେତୁତ୍ବ ଉପରେ ଆସ୍ଥା ପ୍ରକଟ କରିବା ପାଇଁ ଲୋକ ଙ୍କୁ ବୁଝାଉଥିଲେ ରୁଦ୍ର ।
ଏହି ପଦଯାତ୍ରା ରେ ବିଧାୟକ ରୁଦ୍ର ପ୍ରତାପ ଙ୍କ ଧର୍ମପତ୍ନୀ ପଦଯାତ୍ରା ରେ ନିଜକୁ ସାମିଲ କରି ବିଜେଡି ର ଗୁଣଗାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ପୁରୀ ଜିଲ୍ଲା ସମ୍ପାଦକ ଦେବାଶିଷ ନନ୍ଦ, ଜିଲ୍ଲା ଯୁବ ବିଜେଡି ସଭାପତି ନାରାୟଣ ସ୍ବାଇଁ, ସମ୍ବଳିତ ପୁରୀ ନିମାପଡ଼ା କେନ୍ଦ୍ର ସେବା ସମବାୟ ବ୍ୟାଙ୍କ ସଭାପତି କିଶୋର ଛୋଟରାୟ, ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ସାହୁ, ବ୍ଲକ ଅଧ୍ୟକ୍ଷ ଦେଵସ୍ବିନୀ ନନ୍ଦ, ଉପାଧ୍ୟକ୍ଷ ପ୍ରଫୁଲ୍ଲ ସ୍ବାଇଁ ,ପିପିଲି ଏନଏ ଏସି ଚେୟାରମ୍ୟାନ ସେକ ବାବୁ, ପିପିଲି ଏନଏଏସି ବିଜେଡି ସଭାପତି ଶରତ ଚନ୍ଦ୍ର ବେହେରା, ପୁର୍ବତନ କାଉନସିଲର ଗନ୍ଧର୍ବ ପରିଡ଼ା, ଦାଣ୍ଡ ମୁକୁନ୍ଦପୁର ପୂର୍ବତନ ସରପଞ୍ଚ ସୁକାନ୍ତ କୁମାର ପଣ୍ଡା ପ୍ରମୁଖ ଏହି ପଦଯାତ୍ରା ରେ ନିଜକୁ ସାମିଲ କରିଥିଲେ।
0 Comments