Header Ads Widget



BREAKING NEWS

6/recent/ticker-posts

ଯୁବକର ଚିକିତ୍ସା ଅଭାବରୁ ମୃତ୍ୟୁ ଅଭିଯୋଗ , ଡାକ୍ତରଖାନାକୁ ତାଲା ପକାଇଲେ ଉତ୍ତ୍ୟକ୍ତ ଲୋକେ।

            

                                                                       


ଵଳଙ୍ଗା;-ଵଳଙ୍ଗା ଗ୍ରାମରେ ଆଜି ସକାଳ ସମୟରେ ଏକ ଯୁବକ ବିଦ୍ୟୁତ ଆଘାତରେ ଗୁରୁତର ହୋଇ ମେଡିକିଲକୁ ଚିକିତ୍ସା ପାଇଁ ଆସିଥିବା ଯୁବକଙ୍କୁ ମିଳିଲାନି ପ୍ରାଥମିକ ଚିକିତ୍ସା। ଫଳରେ ଚିକିତ୍ସା ଜନିତ କାରଣରୁ ଯୁବକର ମୃତ୍ୟୁ ଅଭିଯୋଗ କରି ଶୁକ୍ରବାର ମେଡିକାଲ ପରିସରରେ ଶଵରଖି ମେଡ଼ିକାଲକୁ ତାଲା ପକାଇ ଦେଇଛନ୍ତି ସ୍ଥାନୀୟ ଅଞ୍ଚଳର ଉତ୍ତ୍ୟକ୍ତ ଲୋକେ। ପ୍ରକାଶ ଯେ ଶୁକ୍ରବାର ସକାଳ ସମୟରେ ୭୬ ଘର ସାହିର ଯୁବ ବ୍ୟବସାୟୀ ତ୍ରିଲୋଚନ ପାତ୍ର (୪୦) ଘର ବାରିପଟରେ ବିଦ୍ୟୁତ ମଟର ଯୋଗେ ପାଣି ମଡାଉଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇ ପଡିଥିଲେ। ପରିବାର ଲୋକେ ତୁରନ୍ତ ଚିକିତ୍ସା ନିମନ୍ତେ ତ୍ରିଲୋଚନ କୁ ଉଦ୍ଧାର କରି ଵଳଙ୍ଗା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡ଼ାକ୍ତର ନଥିବାରୁ ସାଙ୍ଗେ ସାଙ୍ଗେ ମଙ୍ଗଳପୁର ଡ଼ାକ୍ତରଖାନାକୁ ନେଇଥିଲେ। ସେଠାରେ କାର୍ଯ୍ୟରତ ଡାକ୍ତର କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତର କରିଥିଲେ। କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ମୃତ୍ୟୁ ଘୋଷଣା କରିବା ସହିତ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ।ଏ ସମ୍ପର୍କରେ ଗ୍ରାମରେ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା।ଯଦି ଵଳଙ୍ଗା ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ହୋଇପାରିଥାନ୍ତା ତେବେ ତ୍ରିଲୋଚନର ମୃତ୍ୟୁ ହୋଇନଥାନ୍ତା ବୋଲି ଅଭିଯୋଗ କରି ଗ୍ରାମର ଶତାଧିକ ଉତ୍ତ୍ୟକ୍ତ ମହିଳା ଓ ପୁରୁଷ ଏକାଠି ହୋଇ ତ୍ରିଲୋଚନର ଶବକୁ ଆଣି ଡାକ୍ତରଖାନାର ପରିସରରେ ରଖି ହୋ ହାଲ୍ଲା କରିବା ସହ ମେଡିକାଲ କର୍ମଚାରୀଙ୍କୁ ବାହାରକୁ ବାହାର କରି ମୁଖ୍ୟ ଫାଟକକୁ ତାଲା ପକାଇ ଦେଇଛନ୍ତି। ପ୍ରକାଶ ଥାଉକି ଵଳଙ୍ଗା ମେଡ଼ିକାଲରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଆଧୁନିକ କରଣ କରାଯାଇଥିବା ବେଳେ ଦୀର୍ଘ ଦିନ ଧରି ଏଠାରେ ଡାକ୍ତର ସମସ୍ୟା ଲାଗିରହିଛି। ଡାକ୍ତର ନ ଥିବା କାରଣରୁ ଅନେକ ନିରିହ ଲୋକଙ୍କ ଜୀବନ ଯାଉଥିବା ବେଳେ ତୁରନ୍ତ ଏହି ଡାକ୍ତରଖାନାକୁ ସ୍ଥାୟୀ ଡାକ୍ତର ନିଯୁକ୍ତି କରିବାକୁ ଉତ୍ତ୍ୟକ୍ତ ଗ୍ରାମବାସୀ ଓ ଅଞ୍ଚଳର ଜନସାଧାରଣ ମାନେ ଦାବି କରିଛନ୍ତି।


Post a Comment

0 Comments