Header Ads Widget



BREAKING NEWS

6/recent/ticker-posts

ପୁରୀ ହେବ ଦୀପମୟ

                                                                          


 ପୁରୀ ; ଶ୍ରୀମନ୍ଦିର ସିଂହ ଦ୍ଵାର ଠାରୁ ଗୁଣ୍ଡିଚା ମନ୍ଦିର ଯାଏ ଏକ ଲକ୍ଷ ଦୀପ ଦାନ୍ କରାଯିବ। ଓଡ଼ିଶା ଇଣ୍ଟରନେସନାଲ ସେଣ୍ଟର ପକ୍ଷରୁ ନଭେମ୍ବର 12 ତାରିଖ ପବିତ୍ର ଦେବ ଦିପାବଳୀ ଅବସର ରେ ଏହି କାର୍ଯ୍ୟକ୍ରମ କରାଯିବ। ସଂଧ୍ୟା 5 ଟା ରୁ 7 ପର୍ଯ୍ୟନ୍ତ ଦିପ ଦାନ କରାଯିବ। ଜଗନ୍ନାଥ ସଂସ୍କୃତି କୁ ଉଜ୍ଜୀବିତ ରଖିବା ଓ ବିଶ୍ଵ ର କଲ୍ୟାଣ ନିମନ୍ତେ ଏହି କାର୍ଯ୍ୟକ୍ରମ ର ମୂଖ୍ୟ ଉଦେଶ୍ୟ। ଗତ 2021 ମସିହା ରୁ ଏହି ଦିପ ଉତ୍ସବ ଆୟୋଜନ ହୋଇ ଆସୁଚି। କୋଭିଡ ମହାମାରୀ ରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଙ୍କୁ ଶ୍ରଦ୍ଧାଞ୍ଜଳି ଓ ବିଶ୍ଵ ରୁ କୋଭିଡ ମହାମାରୀ ବିଲୋପ ନେଇ ମହାପ୍ରଭୁ ଙ୍କ ନିକଟ ରେ ପ୍ରାର୍ଥନା ନେଇ ଏହି ଦିପ ଉତ୍ସବ ଆୟୋଜନ ହୋଇଥଲା। ପରବର୍ତୀ ସମୟ ରେ ଏହା ବେଶ୍ ସଫଳ ହେବା ପରେ ପ୍ରତିବର୍ଷ ଦେବ ଦୀପାବଳୀ ରେ ଏହି ଭବ୍ୟ ଦିପ ଉତ୍ସବ ଆୟୋଜନ ହୋଇ ଆସୁଚି। ତେବେ ଏହି କାର୍ଯ୍ୟକ୍ରମ ରେ ବିପୁଳ ରୁ ବିପୁଳ ଲୋକ ଙ୍କ ଆସି ସାମିଲ ହେବାକୁ ରାଜ୍ୟ ବିଜୁ ଯୁବ ଜନତା ଦଳ ର ଉପ ସଭାପତି ଶୁଭାଶିଷ ଖୁଣ୍ଟିଆ ଆହ୍ବାନ ଦେଇଛନ୍ତି। ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି ମହାପ୍ରଭୁ ହେଉଛନ୍ତି ଆମ ଦେବତା। ଜଗନ୍ନାଥ ସଂସ୍କୃପାଳନ ଆମର କର୍ତ୍ତବ୍ୟ। ଏଣୁ ବଡ ଦାଣ୍ଡ ରେ ହେବାକୁ ଥିବା ଦେବ ଦୀପାବଳୀ ଉତ୍ସବ ରେ ସମସ୍ତେ ସାମିଲ ହେବା ସହ ଘରେ ଘରେ ଦୀପ ଜାଳି ମହାପ୍ରଭୁ ଙ୍କୁ ସ୍ମରଣ କରିବାକୁ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି।

 


                                                                   


2021ପବିତ୍ର ଦେବ ଦୀପାବଳି ରେ ଶ୍ରୀକ୍ଷେତ୍ର ଦିପ ମୟ ହୋଇଥିଲା। ଶ୍ରୀମନ୍ଦିର ଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଯାଏ ବଡ ଦାଣ୍ଡ ରେ ହଜାର ହଜାର ଦିପ ପ୍ରଜ୍ବଳିତ ହୋଇଥିଲା। ଓଡ଼ିଆ ଇଣ୍ଟରନେସନାଲ ସେଣ୍ଟର ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ହଜାର ହଜାର ଭକ୍ତ ସାମିଲ ହୋଇ ଥିଲେ। ବଡ ଦାଣ୍ଡରେ ଥିବା ପ୍ରତେକ ଘରେ ଘରେ, ସବୁ ବ୍ୟବସାୟ ପ୍ରତିଷ୍ଠାନ ରେ ଦିପ ପ୍ରଜ୍ବଳିତ କରିଥଲେ। ଦେବ ଦୀପାବଳି ତିଥି ରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ତାଂକ ପିତୃ ପୁରୁଷ ଙ୍କୁ ଶ୍ରାଦ୍ଧ ଦେଇ ଥାନ୍ତି। ଏହି ଅବସର ରେ ଜଗତ ର କଲ୍ୟାଣ ସହ ଓଡ଼ିଶା ର ଉନ୍ନତି ପାଇଁ ଏହି ଦିପ ଦାନ କରାଯାଇଛି। 2020 ରେ କୋଭିଡ ମହାମାରୀ ଯୋଗୁ ଲକ୍ଷ ଲକ୍ଷ ଲୋକ ଙ୍କ ଜିବନ ହାନି ହୋଇ ଥିଲା। ତେବେ ବିଶ୍ଵ ରୁ କୋଭିଡ ମହାମାରୀ ବିଲୋପ ଉଦ୍ଦେଶ୍ୟ ରେ 2021 ରେ ଓଡ଼ିଶା ଇଣ୍ଟର ନେସନାଲ ସେଣ୍ଟର ପକ୍ଷରୁ ଏହି ନିଆରା ଦୀପ ଦାନ କାର୍ଯ୍ୟକ୍ରମ କରାଯାଇ ଥିଲା।  ମହାପ୍ରଭୁ ଙ୍କ ନିକଟ ରେ ସମସ୍ତ ଙ୍କ ପ୍ରାର୍ଥନା ଯୋଗୁ ଭାରତ ରୁ କୋଭିଡ ମହାମାରୀ ଦୂରେଇ ଯାଇଚି। ଏଣୁ ଜଗତ ର କଲ୍ୟାଣ ପାଇଁ ଏହି ବିଶାଳ ଦିପ ଦାନ କାର୍ଯ୍ୟକ୍ରମ କରାଯାଇଛି।




Post a Comment

0 Comments