Header Ads Widget



BREAKING NEWS

6/recent/ticker-posts

ଚର୍ଚ୍ଚା ରେ ଜିତୁ ମହାନ୍ତି ,ଦରଦୀ ବନ୍ଧୁ ସାଜିଲେ ଜିତେନ୍ଦ୍ର ।


ନିମାପଡ଼ା:   ପୁଣି ଚର୍ଚ୍ଚା ରେ ଜିତୁ ମହାନ୍ତି ।  ଉଠା ଦୋକାନୀ ମାନଙ୍କୁ ସହାୟତା ର ହାତ ବଢ଼ାଇ ଦରଦୀ ବନ୍ଧୁ ସାଜିଲେ  ଜିତେନ୍ଦ୍ର ମହାନ୍ତି । ନିମାପଡ଼ା ଏନ ଏ ଏସି ପକ୍ଷରୁ ରାସ୍ତା ସମ୍ପ୍ରସାରଣ ପାଇଁ   ବ୍ୟବସାୟୀ ଙ୍କୁ   ବିସ୍ଥାପିତ କରାଯାଇ ଥିଲା ବେଳେ ସେମାନଙ୍କୁ ସହାୟତା ର ହାତ ବଢ଼ାଇ ପୁଣିଥରେ ଚର୍ଚ୍ଚା ପରିସର କୁ ଆସିଛନ୍ତି ସମାଜସେବୀ ଜିତେନ୍ଦ୍ର   । ବର୍ଷ ବର୍ଷ ଧରି  ନିମାପଡ଼ା  ବଜାର ରେ ବ୍ୟବସାୟ କରି ଆସୁଥିବା ଦୋକାନ ଗୁଡିକ ଭଙ୍ଗା ଯିବା ଫଳରେ ନିଜ ପରିବାର ଭରଣ ପୋଷଣ ପାଇଁ ରାସ୍ତା କଡରେ ଖରା କାକର ରେ ବ୍ୟବସାୟ କରୁଥିବା ଉଠା ଦୋକାନୀ ମାନଙ୍କୁ ଗାର୍ଡେନ ଛତା ପ୍ରଦାନ କରି ସହଯୋଗ ର ହାତ ବଢାଇଛନ୍ତି ।  ସେପଟେ ଗରିବ ଅସହାୟ ମାନଙ୍କୁ ସହାୟତା କରି ନିଜେ ଆତ୍ମ ସନ୍ତୋଷ ପାଇ ଥିବା କହିଥିବା ବେଳେ ଏମାନଙ୍କ ସମସ୍ୟା ସମ୍ପର୍କରେ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି ସମାଜସେବୀ ଜିତୁ । ସେପଟେ ସମାଜସେବା ଜିତୁ ଙ୍କ ଏଭଳି ଉଦ୍ୟମ କୁ  ସ୍ଥାନୀୟ ଜନସାଧାରଣ ପ୍ରଶଂସା କରିଥିବା ବେଳେ ଏଭଳି ସହାୟତା ପାଇ ଖୁସିବ୍ୟକ୍ତ କରିଛନ୍ତି ଦୋକାନୀ। ବିଶେଷ କରି ନିମାପଡ଼ା ବଜାର ରେ ପ୍ରାୟ ଦୁଇ ଶହ ଦୋକାନୀ ଙ୍କୁ ଗାର୍ଡେନ ଛତା ବଣ୍ଟନ କରିବା ଘଟଣା ଏବେ ନିମାପଡ଼ା ରାଜନୈତିକ ପାଣିପାଗ ରେ ଉଷ୍ମତା ଭରିଛି । ଗତକିଛି ଦିନ ଧରି ନିମାପଡ଼ା ଓ ଗୋପ ଅଞ୍ଚଳର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ରେ ଜିତୁ ଙ୍କ  ସକ୍ରିୟତା ଓ ଆଗାମୀ  ନିର୍ବାଚନରେ ସମାଜସେବା ଜିତୁ ରାଜନୀତି  ମଇଦାନ କୁ ଓହ୍ଲାଇବା କୁ ନେଇ ଚର୍ଚ୍ଚା ଜୋର ଧରିଥିଲା ବେଳେ ନିମାପଡ଼ା ଉଠା ଦୋକାନୀ  ଙ୍କୁ  ସହାୟତା କରିବା ଘଟଣା ପରେ  ଏବେ ବିଭିନ୍ନ ସ୍ଥାନରେ ଜିତେନ୍ଦ୍ର ଙ୍କ ର ଗୁଣଗାନ ଚାଲିଛି  ।  ତେବେ  ଜିତେନ୍ଦ୍ର ସକ୍ରିୟ ରାଜନୀତି ରେ ନ ଥାଇ ସାଧାରଣ ଲୋକଙ୍କ ସୁଖ ଦୁଃଖ ରେ ଭାଗି ହେଉ ଥିବାରୁ  ଜିତୁ ଙ୍କ ର ଲୋକ ପ୍ରିୟତା  ଦିନକୁ ଦିନ ବଢିବା ରେ ଲାଗିଛି ।


Post a Comment

0 Comments