Header Ads Widget



BREAKING NEWS

6/recent/ticker-posts

ପିପିଲି ପାଇଁ ଗୌରବ ଆଣିଥିବା ଶିକ୍ଷୟିତ୍ରୀ ଙ୍କୁ ସମ୍ବର୍ଦ୍ଧିତ କଲେ ବିଧାୟକ ରୁଦ୍ର ପ୍ରତାପ ।

                                                                        


ପୁରୀ: ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ବିଦ୍ୟାଳୟ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ   ସମ୍ବର୍ଦ୍ଧନା ଉତ୍ସବ  ପିପିଲି  ଭବାନୀପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଏହି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ   ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା  ପୁରଷ୍କାର ପାଇ ଥିବା ଶିକ୍ଷୟତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବ୍ଲକ ସ୍ତରୀୟ  ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ରେ ପିପିଲି ଏନଏଏସି   ଭବାନୀ ପୁର  ଉପି ସ୍କୁଲ   ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ନମିତା ଜେନାଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିବା ବେଳେ ପିପିଲି ଶିରିଆ ପୁର ସ୍କୁଲ ର ଶିକ୍ଷୟତ୍ରୀ ନନ୍ଦିତା ଜେନା ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଅତିଥିମାନେ। ସେପଟେ ସରକାର ଙ୍କ ଏଭଳି ପଦକ୍ଷେପ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଶିକ୍ଷାଦାନ ରେ ଉତ୍ସାହିତ କରିବ ବୋଲି ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏହି ସମ୍ବର୍ଦ୍ଧନା ଉତ୍ସବ ରେ  ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟ ପ୍ରିୟବ୍ରତ ସାମନ୍ତରାୟ, ପିପିଲି ଏନଏ ଏସି ଅଧକ୍ଷ ସେକ ବାବୁ, ବିଇଓ ରବି ନାରାୟଣ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବିଦ୍ୟାଳୟ ରେ ବିଜ୍ଞାନ ମେଳା ର ଆୟୋଜନ କରାଯାଇଥିଲା ବେଳେ ପିପିଲି ବ୍ଲକ ର ବିଭିନ୍ନ  ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଏଥିରେ ଉପସ୍ଥିତ ଥିଲେ ।  ଏହି କାର୍ଯ୍ୟକ୍ରମ କୁ   ବରିଷ୍ଠ ଶିକ୍ଷାବିତ ସୁକାନ୍ତ କୁମାର ନାୟକ ପରିଚାଳନା କରିଥିଲେ ।

  


Post a Comment

0 Comments