Header Ads Widget



BREAKING NEWS

6/recent/ticker-posts

ସରକାର କଲେନି,ଭକ୍ତ କରିବେ ନିର୍ମାଣ କୁମାରେଶ୍ଵରଙ୍କ ଆକର୍ଷଣୀୟ ତୋରଣ ।

                                                             


 ପୁରୀ : ଡେଲାଙ୍ଗ - ନୂଆରୁପ ପାଇବ ଡେଲାଙ୍ଗ କୁମାରେଶ୍ଵର ମନ୍ଦିର ।  ମନ୍ଦିର ପ୍ରବେଶ ପଥରେ ନିର୍ମାଣ ହେବ ବୃହତ କାୟ  ତୋରଣ । ଏଥିପାଇଁ ଖର୍ଚ୍ଚ ହେବ ପ୍ରାୟ ୧୫ଲକ୍ଷ ଟଙ୍କା । ପୁରୀ ଜିଲ୍ଲା ଡେଲାଙ୍ଗ ଇନ୍ଦିପୁର ରେ ଥିବା ଶହ ଶହ ବର୍ଷର ଶିବ ମନ୍ଦିର ପାଇଁ ଅଣ୍ଟା ଭିଡିଛନ୍ତି ଅଞ୍ଚଳର ସମାଜସେବୀ ରାଜେନ୍ଦ୍ର ସାହୁ । ପ୍ରତିଷ୍ଠିତ ବ୍ୟବସାୟୀ ତଥା ସମାଜସେବୀ ଆଜି ଗାଁରେ  ପହଞ୍ଚିବା  ପରେ  ମନ୍ଦିରକୁ ଯାଇ  ଆଜ୍ଞା ମାଳ ଆଣି  ମନ୍ଦିର ପ୍ରବେଶ ପଥରେ   ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି ।ଏକ  ମାସ ମଧ୍ୟରେ  ଏହି ତୋରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି ।   ମଧ୍ୟାହ୍ନରେ  ଏହି ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି ।  ଗ୍ରାମର ଏହି ଶୁଭ କାର୍ଯ୍ୟରେ  ଗ୍ରାମର ସବୁ ବର୍ଗର ବ୍ୟକ୍ତି ଵିଶେଷ ନିଜକୁ ସାମିଲ କରିବା ସହିତ ସହଯୋଗର ହାତ ବଢ଼ାଇ ଥିବାରୁ ଗ୍ରାମବାସୀ ରାଜେନ୍ଦ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି।ପ୍ରଭୁ  କୁମାରେଶ୍ୱର ମନ୍ଦିର ଚୋଡ଼ଗଙ୍ଗଦେବ ସମୟର ବହୁ ପୁରାତନ ମନ୍ଦିର ହୋଇଥିଲେ ମଧ୍ୟ ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି ।ଯାହାଫଳରେ ମନ୍ଦିରର କୌଣସି ସୌନ୍ଦର୍ଯ୍ୟ କରଣ ପାଇଁ ସରକାର କିଛି ସାହାଯ୍ୟ ସହଯୋଗ କରି ନଥିବା ବେଳେ ସହଯୋଗର ହାତ ବଢାଇଛନ୍ତି ଜଣେ ଯୁବ ସମାଜ ସେବୀ ରାଜେନ୍ଦ୍ର ସାହୁ,ମନ୍ଦିରର ପ୍ରବେଶ ପଥରେ ଏକ ଆକର୍ଷଣୀୟ ତୋରଣ ନିର୍ମାଣ କରିବା ପାଇଁ ଶିଳାନ୍ୟାସ କରିଛନ୍ତି ।ଏହା ଗ୍ରାମବାସୀ ମାନଙ୍କ ଦୀର୍ଘ ଦିନର ତୋରଣ ନିର୍ମାଣ ନେଇ ସ୍ବପ୍ନ ଥିବାବେଳେ ଅର୍ଥ ସାଜିଥିଲା ବାଧକ ।ତେବେ ଗ୍ରାମ ବାସୀଙ୍କ ସ୍ବପ୍ନ ସାକାର କରିବା ପାଇଁ ରାଜେନ୍ଦ୍ର ପଢ଼ାଉଛନ୍ତି ସାହାଯ୍ୟ ଓ ସହଯୋଗର ହାତ ।ଯାହାକୁ ନେଇ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଛନ୍ତି ଗ୍ରାମବାସୀ ।ଏହି ପୁରାତନ ମନ୍ଦିରକୁ ଦୈନିକ ଶହ ଶହ ଭକ୍ତ ଆସିଥାନ୍ତି ଏବଂ କୁମାରେଶ୍ୱରଙ୍କ ପାଖରେ ମାନସିକ ରଖିଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ସେଥି ପାଇଁ କାହିଁ କେଉଁ ଦୂରଦୂରାନ୍ତରୁ ଭକ୍ତ ମାନସିକ ରଖି ଆସିଥାନ୍ତି ।ସେପଟେ ପ୍ରତିଷ୍ଠିତ ବ୍ୟବସାୟୀ ତଥା କୁମରେଶ୍ଵର ଙ୍କ ଭକ୍ତ ରାଜେନ୍ଦ୍ର ଙ୍କୁ ଧନ୍ୟବାଦ ଦେଇଛନ୍ତି ମନ୍ଦିର ପରିଚାଳନା କମିଟିର ସଭାପତି ମାୟାଧର ସେନାପତି ।ତାଙ୍କର ଏହି ସହଯୋଗ ତାଙ୍କ ର ଆହୁରି ଉନ୍ନତି କରିବ ବୋଲି କହିଛନ୍ତି । ଅନ୍ୟପଟେ  ପୁରାତନ ଏହି ମନ୍ଦିର ପାଇଁ  ଭକ୍ତ ଙ୍କ ର ଏଭଳି ମନୋଭାବ ପାଇଁ ଗ୍ରାମ ପକ୍ଷରୁ ଧନ୍ୟବାଦ ଦେଇଛନ୍ତି ମନ୍ଦିରର ପୁରୋହିତ।



Post a Comment

0 Comments