ପୁରୀ : ସତ୍ୟବାଦୀ - : ଅନ୍ଧ ବିଶ୍ଵାସ ନୁହେଁ ଏ ହେଉଛି ବିଶ୍ବାସ ।ବିଶ୍ଵାସ ଅ।ଗରେ ହାର ମାନିଛି ବିଜ୍ଞାନ । ଏହି ବିଶ୍ଵାସ ନେଇ ପିଠିରେ କଣ୍ଟା ଫୋଡି ହୋଇ ପ୍ରାୟ ତିରିଶ ହାତ ଉଚ୍ଚ ଖାଇରେ ଝୁଲୁଛନ୍ତି ଶହଶହ ପାଟୁଅ।। ବିଶ୍ଵାସ ମାଙ୍କର କରୁଣା ଲାଭ କରିବେ ଓ ମନସ୍କାମନା ପୂରଣ ହେବ । ନିସନ୍ତାନ ସନ୍ତାନ ଲାଭ କରିବେ ଓ ବିଭିନ୍ନ ରୋଗରୁ ଉପଶମ ପାଇବେ । ଏଥିପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଛି ସତ୍ୟବାଦୀ ଭିମପୁର ଗଡଚଣ୍ଡି ମନ୍ଦିର ସମ୍ମୁଖରେ ।
ଚଳଚଂଚଳ ସତ୍ୟବାଦୀ ଭୀମପୁର ଗ୍ରାମ । ଗ୍ରାମର ଅ।ରଧ୍ୟ ଦେବୀ ଗଡଚଣ୍ଡି ପୀଠରେ ଲାଗିଛି ଭକ୍ତଙ୍କ ଭିଡ ।ମହାବିଷ୍ଣୁବ ସଂକ୍ରାନ୍ତି ଦିନ ଅର୍ଥାତ ଆଜିର ଦିନରେ ମନ୍ଦିର ସମ୍ମୁଖରେ ପିଠିରେ କଣ୍ଟା ଫୋଡି ହୋଇ ଖାଇରେ ଝୁଲିଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ରହିଛି ବଶ୍ଵାସ । ଏହି ବିଶ୍ଵାସ ନେଇ ଶତାଧିକ ମାନସିକଧାରୀ ପାଟୁଅ। ପ୍ରାୟ ତିରିଶ ଫୁଟ ଉଚ୍ଚ ଓ ୫୦ ଫୁଟ ଲମ୍ବର ଖାଇରେ ଝୁଲି ମାଙ୍କର କରୁଣା ଲାଭ କରିଛନ୍ତି । ପ୍ରବଳ ରୌଦତାପ ସତ୍ତ୍ଵେ ମଧ୍ୟ ଅତି ନିଷ୍ଠାରେ ରହି ମାନସିକ ଧାରୀ ଖାଇରେ ବୁଲିଛନ୍ତି । ମାସକ ପୂର୍ଵରୁ ମାନସିକ ଧାରୀ ମାନେ ହବିଷାନ୍ନ ଭୋଜନ କରିଥିବା ବେଳେ ପ୍ରତ୍ୟେକ ମଙ୍ଗଳବାର ଦିନ ମାଗଡଚଣ୍ଡିଙ୍କ ପାଖରେ କଣ୍ଟା ପୂଜା କରିଥାନ୍ତି । ମାସ ତମାମ ମାନସିକଧାରୀ ପରିବାର ଠାରୁ ଅଲଗା ରହିବାର ବିଧି ବ୍ୟବସ୍ଥା ରହିଥିବା ବେଳେ ଅ।ଜିର ଦିନ ଅର୍ଥାତ ମହାବିର୍ଷ୍ଣୁବ ସଂକ୍ରାନ୍ତି ଦିନ ମାନସିକ ଧାରୀ ମାନେ ମା ଗଡଚଣ୍ଡିଙ୍କ ପାଖରେ ସକାଳୁ ଗୁହାରି ପଡିଥାନ୍ତି । ମାଙ୍କ ରିତୀନିତୀ ସଂପନ୍ଣ ହେବା ପରେ କାଳିସି ମାନେ ମାଙ୍କର ଅ।ଜ୍ଞାମାଳ ନେଇ ମନ୍ଦିର ପୋଖରୀକୁ ଯାଇ ଆସିବା ପରେ କାଳିସୀ ମାନେ ମାନସିକଧାରୀଙ୍କ ପିଠିରେ କଣ୍ଟା ସ୍ଥାପନ/ ଫୋଡିବା ପରେ ପୋଖରୀ ଠାରୁ ଖାଇ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଆସିଥାନ୍ତି ।କାଳିସୀ ଓ ମାନସିକ ଧାରୀ ଅ।ସି ପହଂଚିବା ପରେ ପ୍ରାୟ ତିରିଶ ହାତରୁ ଉର୍ଦ୍ଦ ଖାଇରେ ପିଠିରେ କଣ୍ଟା ଫୋଡା ଅବସ୍ଥାରେ କତା ରଶିରେ ଖାଇରେ ଝୁଲି ରହିଥାନ୍ତି ,ପରଂପରା ଅନୁସାରେ ପ୍ରଥମେ କାଳିସୀ ଖାଇରେ ଝୁଲିବା ପରେ ମାନସିକଧାରୀ ମାନେ ଝୁଲିଥାନ୍ତି । ଏହି ସମୟରେ କାଳିସୀ ଦ୍ଵାରା ଖାଇରେ ଝୁଲିବା ଅବସ୍ଥାରେ ଫିଙ୍ଗା ଯାଉଥିବା ଅ।ମ୍ଵ ଓ ଖଜୁରୀ କୋଳି ମହିଳା ମାନେ ଖାଇଲେ ସେମାନେ ସନ୍ତାନ ପ୍ରାପ୍ତି ହେବାର ବିଶ୍ଵାସ ରହି ଆସିଅଛି ।ଯେଉଁ ମାନଙ୍କ ର ମନସ୍କାମନା ପୁର୍ଣ୍ଣ ହୋଇଥାଏ ସେମାନେ ଆଜିର ଦିନରେ ଖାଇରେ ମାନସିକଧାରୀ ପାଟୁଅ। ଓ କାଳିସିଙ୍କ ସାହାର୍ଯ୍ୟ ରେ ପିଲାଙ୍କୁ ଧରି ଖାଇରେ ଝୁଲିଲେ ସେମାନଙ୍କର ମଙ୍ଗଳ କାମନା ସହିତ ରୋଗ ମୁକ୍ତ ହେବାର ବିଶ୍ଵାସ ରହିଛି ।
ସେପଟେ ଏହି ପରଂପରା ବହୁ ପୁରାତନ କାଳରୁ ରହି ଅ।ସିଛି । ମା ଙ୍କ ପାଖରେ ମାନସିକ ଧାରୀ ନିଜକୁ ସମର୍ପି ଦେବା ପରେ ଶରୀର ରେ କଣ୍ଟା ଫୋଡି ହେଲେ ମଧ୍ୟ ମାନସିକଧାରୀଙ୍କର କୌଣସି କ୍ଷତି ହୋଇ ନଥାଏ, ଏଠାରେ ଯିଏ କିଏ କିଛି ମାନତ ମନାସିଲେ ତାହା ପୂରଣ ହୋଇଥାଏ ,ନିସନ୍ତାନ ଗୁହାରିଅ। ପଡିଲେ ସନ୍ତାନ ଲାଭ କରିବାର ସୁଯୋଗ ରହିଥିବା ସହିତ ଖାଇରେ ମାନସିକଧାରୀ ବୁଲିବା ସମୟରେ ତାଙ୍କୁ ସ୍ପର୍ଶ କଲେ ବିଭିନ୍ନ ରୋଗରୁ ଉପଶମ ମିଳିଥାଏ ବୋଲି ବିଶ୍ଵାସ ରହି ଅ।ସିଛି ।ଆଧୁନିକ ଯୁଗରେ ବିଜ୍ଞାନ ଯେତେ ଅଗ୍ରଗତି କଲେ ମଧ୍ୟ ଭଗବାନଙ୍କ ଉପରେ ରହିଛି ଭକ୍ତଙ୍କ ଅଗାଢ ବିଶ୍ଵାସ , ଯେଉଁ ବିଶ୍ଵାସ ପାଇଁ ହଜାର ହଜାର ସଂଖ୍ୟାରେ ଭିଡ଼ ଜମୁଥିବା ଶ୍ରଦ୍ଧାଳୁ ହିଁ ପ୍ରମାଣିତ କରିଛି ।
0 Comments