Header Ads Widget



BREAKING NEWS

6/recent/ticker-posts

ଭକ୍ତ ଙ୍କ ଧାର୍ମିକ ଅଧିକାର କୁ ପ୍ରଶାସନ ବଞ୍ଚିତ ନ କରୁ।

                                                                        


  ପୁରୀ ; ଶ୍ରୀ ମନ୍ଦିର ଚାରି ଦ୍ୱାର ଭକ୍ତ ଙ୍କ ପାଇଁ ତୁରନ୍ତ ଖୋଲାଯାଉ। ଭକ୍ତ ଙ୍କ ଧାର୍ମିକ ଅଧିକାର କୁ ପ୍ରଶାସନ ବଞ୍ଚିତ ନ କରୁ। ତୁରନ୍ତ ଜଗନ୍ନାଥ ପ୍ରେମି, ଭକ୍ତ ଙ୍କ ପାଇଁ ଶ୍ରୀ ମନ୍ଦିର ଚାରି ଦ୍ୱାର ଖୋଲିବାକୁ ଦାବି କରିଛନ୍ତି ବରିଷ୍ଠ ସେବାୟତ ଦାମୋଦର ମହାସୁଆର। ନ ହେଲେ ସେ ଖୁବ ଶୀଘ୍ର ଆମରଣ ଅନଶନ କୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି। ଚଳିତ ବର୍ଷ ର ରଥଯାତ୍ରା ସମନ୍ୱୟ କମିଟି ବୈଠକ ରେ ଏହି ଦାବି ଉଠାଇ ଛନ୍ତି ବରିଷ୍ଠ  ସେବାୟତ ଦାମୋଦର ମହାସୁଆର।ସେ କହିଛନ୍ତି ରାଜ୍ୟ ସରକାର ଶ୍ରୀ ମନ୍ଦିର ଚାରି ଦ୍ୱାର ନ ଖୋଲିବା ଅତି ଦୁଃଖ ଦାୟକ। ଏହା ଦ୍ବାରା ଶେବାୟତ  ଭକ୍ତ ଙ୍କ ଧାର୍ମିକ ଅଧିକାର କ୍ଷୁର୍ଣ୍ଣ ହେଉଛି। ଶ୍ରୀ ମନ୍ଦିର ର ପରମ୍ପରା ଅନୁଯାୟୀ ଶ୍ରୀ ମନ୍ଦିର ଚାରି ଦ୍ଵାର ଧର୍ମ, ଅର୍ଥ, କାମ ଓ ମୋକ୍ଷ ର ଦ୍ୱାର। ଭକ୍ତ ମାନେ ବିଭିନ୍ନ ମନସିକ ନେଇ ଶ୍ରୀ ମନ୍ଦିର ଆସି ମହାପ୍ରଭୁ ଙ୍କୁ ଦର୍ଶନ କରୁଛନ୍ତି। ହେଲେ ଚାରି ଦ୍ୱାର ବନ୍ଦ କରାଯାଇ କେବଳ ସିଂହ ଦ୍ୱାର ଭକ୍ତ ଙ୍କ ପାଇଁ ଖୋଲା ରହିବା ଭକ୍ତ ଙ୍କ ଧାର୍ମିକ ଅଧିକାର କୁ କ୍ଷୁର୍ଣ୍ଣ କରୁଚି। ଏହା ଛଡା ଶ୍ରୀ ମନ୍ଦିର ଚାରି ଦ୍ଵାର ପ୍ରଵେଶ କଟକଣା ଯୋଗୁଁ ଭକ୍ତ ମାନେ ବହୁତ୍ ହଇରାଣ ହେଉଛନ୍ତି । ଘଂଟା ଘଂଟା ଧରି ଲାଇନ ରେ ରହୁଛନ୍ତି ଭକ୍ତ। ଏହା ଦ୍ବାରା ବରିଷ୍ଠ ନାଗରିକ, ମହିଳା, ଶିଶୁ ମାନେ ବେଶ୍ ଅସୁବିଧା ଭୋଗୁଛନ୍ତି। ସେହିପରି ଶ୍ରୀ ମନ୍ଦିର ଚାରି ଦ୍ୱାର ପ୍ରଵେଶ କଟକଣା ଯୋଗୁ ଭକ୍ତ ଆର୍ଥିକ ଶୋଷଣ କରାଯାଉଅଛି। କେତେକ ଅସାଧୁ ପୋଲିସ୍ କର୍ମଚାରି, ଜଗନ୍ନାଥ ମନ୍ଦିର ର ଥିବା ସ୍ଵତନ୍ତ୍ର ପୋଲିସ୍ ତଥା ଜେ ଟି ପି ମାନେ ଭକ୍ତ ଙ୍କୁ ବିଭି୍ନ ଦ୍ବାର ରେ ପ୍ରଵେଶ ବେଳେ ଟଂକା ଦେବା ପାଇଁ ଦାବି କରୁଛନ୍ତି ଏହା ଦ୍ୱାରା ପୋଲିସ୍ କର୍ମ ଚାରି, ଜେଟିପି ବେଆଇନ ଭାବେ ଭକ୍ତ ଙ୍କ ପରିସ୍ଥିତି ରୁ ଫାଇଦା ଉଠାଇ ଭକ୍ତ ଙ୍କ ଠାରୁ ଶ୍ରୀ ମନ୍ଦିର ପ୍ରବେଶ ନେଇ ଟଂକା ନେଉଛନ୍ତି । ଅନେକ ସମୟ ରେ ଭକ୍ତ ଙ୍କୁ ପୋଲିସ୍ ଓ ଜେଟିପି ଖରାପ ବ୍ୟବହାର ବି ପ୍ରଦର୍ଶନ କରୁଛନ୍ତି ବୋଲି ବରିଷ୍ଠ ସେବାୟତ ଦାମୋଦର ମହାସୁଆର କହିଚନ୍ତି। ସେପଟେ ଶ୍ରୀ ମନ୍ଦିର ଚାରି ଦ୍ୱାର ଖୋଲିବା ଭକ୍ତ ଙ୍କ ଦାବୀ ଉପରେ ଜିଲା ପ୍ରଶାସନ କୌଣସି ପ୍ରତିକ୍ରିୟା ଦେଇନାହିଁ। 


Post a Comment

0 Comments