Header Ads Widget



BREAKING NEWS

6/recent/ticker-posts

ସିଡ଼ିପିଓ କାର୍ଯ୍ୟାଳୟ ଲୋକ ସୂଚନା ଅଧିକାରୀ ଙ୍କ ର ଅଜବ ନୀତି

                                                                    


 ନିମାପଡ଼ା  ; ନିମାପଡ଼ା ସିଡ଼ିପିଓ କାର୍ଯ୍ୟାଳୟ  ପିଆଇଓ  ଅର୍ଥାତ ଲୋକ ସୂଚନା ଅଧିକାରୀ ଙ୍କ ର ଅଜବ ନୀତି ।  ସୂଚନା ଅଧିକାର ନିୟମ କୁ ଖୋଲା ଖୋଲି ଉଲଂଘନ  । ଦାୟିତ୍ବ ରେ ଥିବା ଅଧିକାରୀ ଙ୍କ ମନମୁଖୀ କାର୍ଯ୍ୟ କୁ ନେଇ ଏବେ ସବୁଠାରେ ଚାଲିଛି ଆଲୋଚନା ପର୍ଯ୍ୟାଲୋଚନା । ଲୋକ ସୂଚନା ଅଧିକାରୀ ସୂଚନା ପ୍ରଦାନ କଲେ କୁଆଡେ ଶାନ୍ତି ଭଙ୍ଗ ହେବା ସହିତ ଦାୟିତ୍ବ ରେ ଥିବା ଅଧିକାରୀ ଙ୍କ କାର୍ଯ୍ୟ ରେ ବାଧା ସୃଷ୍ଟି ହେବ । ଏଭଳି କିଛି ଅଭିଯୋଗ  ଆଣି ସୂଚନା ଦେବା ପରିବର୍ତ୍ତେ ସୂଚନା କୁ ପ୍ରତ୍ୟାଖାନ କରି ଏବେ ଚର୍ଚ୍ଚା ପରିସର କୁ ଆସିଛନ୍ତି  ନିମାପଡ଼ା ସିଡ଼ିପିଓ କାର୍ଯ୍ୟାଳୟ ରେ ଥିବା ଲୋକ ସୂଚନା ଅଧିକାରୀ  ଅଙ୍ଗନବାଡି ସୁପରଭାଇଜର  ଦେବକୀ ସାହୁ ।  ଆବେଦନକାରୀ  ନିମାପଡ଼ା ରେ କେତେ ଗୋଟି ଅଙ୍ଗନବାଡି କେନ୍ଦ୍ର ରହିଥିବା, ପ୍ରତି ମାସ ରେ  କୋମଲବତୀ ପିଲା ମାନଙ୍କୁ କେତେ କେଜି ଛତୁଆ ପ୍ରଦାନ କରାଯାଉ ଥିବା ,ପ୍ରତି ଛତୁ ଆ  ପାଇଁ ପ୍ୟାକେଟ ପ୍ରତି କେତେ ଖର୍ଚ୍ଚ ହେଉଥିବା, ଛତୁ ଆ ଅପମିଶ୍ରିତ କି ନୁହେଁ କେଉଁ ଠାରେ ଯାଞ୍ଚ କରାଯାଉ ଥିବା, ସହିତ ଅଙ୍ଗନବାଡି କେନ୍ଦ୍ର ଗୁଡିକ ରେ ଶୌଚାଳୟ, ପାନୀୟ ଜଳ ର ବ୍ୟବସ୍ଥା ଅଛି କି ନାହିଁ ସୂଚନା ରେ ମାଗି ତଥ୍ୟ ଜାଣିବା ପାଇଁ ଚାହିଁ ଥିଲେ । କିନ୍ତୁ ଏହି ସବୁ  ସୂଚନା ପ୍ରଦାନ କରାଗଲେ  କୁଆଡେ  ପ୍ରଶାସନ ର କାର୍ଯ୍ୟ ଦକ୍ଷତା ଉପରେ ପ୍ରତିକୂଳ ପ୍ରଭାବ ପକାଇବ, ମଗାଯାଇ ଥିବା ସୂଚନା ପ୍ରଦାନ କରାଗଲେ ଏହାକୁ ଅପବ୍ୟବହାର କରାଯିବ, ଯାହା ଦ୍ଵାରା ଜାତୀୟ ବିକାଶ ତଥା ଏକକିକରଣ ରେ ବାଧା ସୃଷ୍ଟି ହେବା ସହିତ ଏହା ନାଗରିକଙ୍କ ମଧ୍ୟରେ ଶାନ୍ତି ବ୍ୟାହତ କରିବ ବୋଲି  ସୂଚନା ଅଧିକାରୀ କହିଥିବା ବେଳେ  ଏହା  ସଚ୍ଚୋଟ ଅଧିକାରୀ ଙ୍କ ଉପରେ ଅତ୍ୟାଚାର କିମ୍ବା ଭୟ ସୃଷ୍ଟି କରିବ ବୋଲି କହି  ସୂଚନା କୁ ପ୍ରତ୍ୟାଖାନ କରି ଅପିଲ କରିବା ପାଇଁ  ଆବେଦନକାରୀ ଙ୍କୁ ଚିଠି କରିବା ପରେ ପିଆଇଓ ଙ୍କ ଉପରେ ଅଙ୍ଗୁଳି ଉଠାଇଛନ୍ତି ସୂଚନା କର୍ମୀ । ଏଠାରେ ପ୍ରଶ୍ନ ଉଠୁଛି ଆବେଦନକାରୀ ଯେଉଁ ସବୁ ତଥ୍ୟ ଜାଣିବାକୁ  ଚାହିଁଛନ୍ତି ସେହି ସବୁ ତଥ୍ୟ ପ୍ରଦାନ କରାଗଲେ କିଭକି ଶାନ୍ତି ନଷ୍ଟ ହେବା ସହିତ ଏହା  ନାଗରିକ ଙ୍କ ମଧ୍ୟରେ ଶାନ୍ତି ବ୍ୟାହତ କରିବ ?   ଏଭଳି ଘଟଣା ପରେ ଏହା ହିଁ ବୁଝିବାକୁ ପଡ଼ିବ ନିମାପଡ଼ା ସିଡ଼ିପିଓ କାର୍ଯ୍ୟାଳୟ ର ଦୁର୍ନୀତି ଚରମ ସୀମାରେ ପହଁଚିଛି, ତଥ୍ୟ ମାଗିଲେ ତଥ୍ୟ ଲୁଚାଯିବା ସହିତ ଏଭଳି ବାହାନା କରାଯାଉଛି, ଏଥିରୁ ଏହା ପ୍ରମାଣିତ କରୁଛି ଲୁଟି ଖାଇବୁ ତଥ୍ୟ ମାଗିଲେ ଆଳ ଦେଖାଇବୁ । ଏଭଳି ଘଟଣା ପରେ ଏବେ ସବୁ ଠାରେ ଚର୍ଚ୍ଚା  ନିମାପଡ଼ା ସିଡ଼ିପିଓ କାର୍ଯ୍ୟାଳୟ ର ଦୁର୍ନୀତି ର ଗୁମର ଖୁବଶୀଘ୍ର ଖୋଲିବାକୁ ଯାଉଛି ।


Post a Comment

0 Comments