ପିପିଲି ; ପିପିଲି ରେ ରାଜନୈତିକ ହିଂସା, ତିନି ଗୁରୁତର,ପ୍ରତିବାଦ ରେ ଥାନା ଘେରାଉ କଲା ବିଜେପି । ପିପିଲି ର ସହଜପୁର ପଞ୍ଚାୟତରେ ଗୁରୁବାର ରାତିରେ ଘଟିଛି ରାଜନୈତିକ ହିଂସା l ବିଜେଡି କର୍ମୀଙ୍କ ଆକ୍ରମଣରେ ବିଜେପି ର ମଙ୍ଗଳପୁର ପଞ୍ଚାୟତ ସମିତି ସଭ୍ୟ ଗଦାଧର ପରିଡାଙ୍କ ସମେତ ଅନ୍ୟ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି l ଗଦାଧର ଙ୍କ ଡାହାଣ ଗୋଡ ଭାଙ୍ଗିଥିବା ବେଳେ ଅନ୍ୟ ଜଣ ଙ୍କର ହାତ ଭାଙ୍ଗିଛି l ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ପ୍ରଥମେ ମଙ୍ଗଳପୁର ଓ ପରେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଛି l ଏହାକୁ ନେଇ ପିପିଲି ରେ ତୀବ୍ର ଉତେଜନା ଲାଗି ରହିଛି l ଅଭିଯୁକ୍ତକୁ ଗିରଫ ଦାବୀ କରି ବିଜେପି ର ବିଧାୟକ ପ୍ରାର୍ଥୀ ତଥା ପୁରୀ ଜିଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ ଙ୍କ ସମେତ ଶତାଧିକ ବିଜେପି କର୍ମୀ ମାନେ ପିପିଲି ଥାନାକୁ ଘେରାଉ କରି ପ୍ରତିବାଦ କରିଛନ୍ତି ।
ସୂଚନା ଅନୁସାରେ ଗୁରୁବାର ରାତି ପ୍ରାୟ ୧୧ଘଟିକା ସମୟ ରେ ସୁହାଗପୁର ଗ୍ରାମର ଆଦିତ୍ୟ ପ୍ରସାଦ ପାଣି ଙ୍କ ଘର ଉପରକୁ କିଛି ଲୋକ ଟେକା ପଥର ପକାଇ ଭୟଭୀତ କରୁଥିଲେ । ପୋଲିସ ଘଟଣା ସ୍ଥଳରେ ପହଁଚିବା ରେ ବିଳମ୍ବ ହେବାରୁ ୫/୬ଜଣ ସମର୍ଥକ ମାନଙ୍କୁ ସାଙ୍ଗରେ ନେଇ ପଡୋଶୀ ମଙ୍ଗଳପୁର ର ବିଜେପି ସମର୍ଥିତ ସମିତି ସଭ୍ୟ ଗଦାଧର ପରିଡ଼ା ଙ୍କ ସମେତ ଅନ୍ୟ କେତେକ କର୍ମୀ ବାଇକ ଯୋଗେ ସହଜପୁରକୁ ଯାଉଥିବା ସମୟରେ ସେଠାରେ ବିଜେଡି ସମର୍ଥିତ ପୂର୍ବତନ ସରପଞ୍ଚ ଓ ବର୍ତ୍ତମାନ ସରପଞ୍ଚ ଙ୍କ ପ୍ରତିନିଧି ଓ ତାଙ୍କର ସମର୍ଥକ ମାନେ ଏମାନଙ୍କୁ ଗୋଡାଇ ଗୋଡାଇ ମରଣାନ୍ତକ ଆକ୍ରମଣ କରିଥବାର ଅଭିଯୋଗ ହୋଇଛି। ଏଥିରେ ଗଦାଧର ଙ୍କ ଡାହାଣ ଗୋଡ ଭାଙ୍ଗିଥିବା ବେଳେ ସଞ୍ଜୟ ପଣ୍ଡାଙ୍କ ହାତ ଓ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି l ଅନ୍ୟ ଜଣେ ମଧ୍ଯ ଆହତ ହୋଇଥିବା ସୂଚନା ମିଳିଛି l ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତେଜନା ଲାଗି ରହିଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଁଚି ପରିସ୍ଥିତି କୁ ନିୟନ୍ତ୍ରଣ କରିଥିବା ବେଳେ ଗ୍ରାମରେ ପୋଲିସ ମୁତୟନ ରହିଛି l
ଅଭିଯୁକ୍ତ କୁ ଗିରଫ ଦାବୀ କରି ପିପିଲି ଥାନା ସମ୍ମୁଖରେ ପ୍ରାୟ ଦୁଇ ଘଣ୍ଟା ଧାରଣା ଦେଇଥିଲେ ବିଜେପି କର୍ମୀ ।ରାତି ସାଢେ ଦୁଇଟାରେ ଏନେଇ ପୁଲିସ ରେ ଅଭିଯୋଗ କରାଯାଇଥିବା ବେଳେ ଆନ୍ଦୋଳନକାରୀ ଙ୍କୁ ପୁଲିସ ବୁଝା ଶୁଝା କରି ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବାର ପ୍ରତିଶ୍ରୁତି ପରେ ଧାରଣା ରୁ ଓହରିଥିଲା ବିଜେପି । ସେପଟେ ଅଭିଯୋଗ କୁ ଭିତ୍ତି କରି ପିପିଲି ପୋଲିସ ଏକ ମାମଲା ରୁଜୁ କରିଥିବା ବେଳେ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପିପିଲି ଏସ୍ଡିପିଓ ବିରଞ୍ଚି ପତି କହିଛନ୍ତି । ବାଇଟ: ଆଶ୍ରିତ ପଟ୍ଟନାୟକ, ବିଜେପି ପ୍ରାର୍ଥୀ ପିପିଲି। ସେପଟେ ପରାଜୟ ଭୟ ରେ ଏଭଳି କାଣ୍ଡ ଘଟାଇ ବିଜେପି କର୍ମୀ ମାନଙ୍କୁ ଆକ୍ରମଣ କରାଯାଉଛି । ପୋଲିସ ଅଭିଯୁକ୍ତ କୁ ଖୁବଶୀଘ୍ର ଗିରଫ କରିବ ବୋଲି ପ୍ରତିଶ୍ରୁତି ଦେଇଥିବା ରୁ ଆଇନ କୁ ସମ୍ମାନ ଦେଇ ପୋଲିସ ର କାର୍ଯ୍ୟାନୁଷ୍ଠାନ କୁ ଅପେକ୍ଷା କରିଛୁ । ଅଭିଯୁକ୍ତ ମାନଙ୍କୁ ଗିରଫ କରା ନ ଗଲେ ଆସନ୍ତା ୨୫ ତାରିଖ ନିର୍ବାଚନ ପରେ ପୁଣିଥରେ ଥାନା ସମ୍ମୁଖରେ ଧାରଣା ଦେଇ ପୋଲିସ ଦେଇଥିବା ପ୍ରତିଶୃତି ର ତଲବ ଜବାବ କରାଯିବ ବୋଲି ଆଶ୍ରିତ ପଟ୍ଟନାୟକ କହିଥିବା ଏଭଳି ଘଟଣା କୁ ନିନ୍ଦା କରିଛନ୍ତି ବିଜେପି ନେତା ସୁକାନ୍ତ ଭଟ । ଆସନ୍ତା ୨୫ ତାରିଖ ସାଧାରଣ ନିର୍ବାଚନ ପୂର୍ବରୁ ଏଭଳି ରାଜନୈତିକ ହିଂସା ପିପିଲି ରାଜନୈତିକ ପାଣିପାଗ ରେ ଉଷ୍ଣତା ଭରିଛି ।
0 Comments