ଭୁବନେଶ୍ୱର : ପ୍ରତ୍ୟେକ ସଂଗଠନ ନିଜ ସଦସ୍ୟ କାର୍ଯ୍ୟକର୍ତା, ପଦାଧିକାରୀ ମାନଙ୍କୁ ନିଜ ସଂସ୍ଥା ର ଲକ୍ଷ୍ୟ, ଉଦ୍ଦେଶ୍ୟ ଏବଂ ଉପଲବ୍ଧି ସମ୍ପର୍କ ରେ ସୂଚନା ଦେବା ତଥା ପ୍ରଶିକ୍ଷିତ କରାଇବା ପାଇଁ ପ୍ରଶିକ୍ଷଣ କାର୍ଯ୍ୟଶାଳା ର ଆୟୋଜନ କରିଥାଏ l ସେହି ଉଦ୍ଦେଶ୍ୟରେ ଭାରତ ବିକାଶ ପରିଷଦ, ଓଡିଶା ପୂର୍ବପ୍ରାନ୍ତ ତରଫରୁ ଏକ ଏକଦିବସୀୟ କାର୍ଯ୍ୟଶାଳା ଭୁବନେଶ୍ୱର ସ୍ଥିତ ସ୍ଥାନୀୟ ଭାରତୀୟ ବିଦ୍ୟା ଭବନ ପରିସରରେ ଆୟୋଜିତ ହୋଇଯାଇଛି l ଏହି କାର୍ଯ୍ୟଶାଳାରେ ପ୍ରାୟ 200 ରୁ ଅଧିକ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ l
ପ୍ରାରମ୍ଭରେ ବରିଷ୍ଠ ପଦାଧିକାରୀ ଙ୍କ ଉପସ୍ଥିତିରେ ପ୍ରଦୀପ ପ୍ରଜ୍ବଳନ ସହ ବନ୍ଦେ ମାତରମ ସଂଗୀତ ଗାନ କରାଯାଇ କାର୍ଯ୍ୟଶାଳା ର ଶୁଭାରମ୍ଭ ହୋଇଥିଲା l ଏହି ଅବସରରେ ଭାରତ ବିକାଶ ପରିଷଦ, ଓଡିଶା ପୂର୍ଵ ପ୍ରାନ୍ତ ର ସଭାପତି ଶ୍ରୀଯୁକ୍ତ ସତ୍ୟବାଦୀ ଦାଶ ସ୍ୱାଗତ ଭାଷଣ ଦେଇଥିବାବେଳେ ରାଜ୍ୟ ପୃଷପୋଷକ ଶ୍ରୀଯୁକ୍ତ ଅଜୟ ଦାଶ ସଂଗଠନ ର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଜପାତ କରିଥିଲେ ଏବଂ କ୍ଷେତ୍ରୀୟ ମହାସଚିବ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ ମହୋଦୟ ଭାରତ ବିକାଶ ପରିଷଦ ର ଲକ୍ଷ୍ୟ, ଦୃଷ୍ଟିଭଙ୍ଗୀ, ସଂଗଠନ ସଂରଚନା, ମୂଳରେଖା ଓ ଆଚରଣ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଭାବେ ମାର୍ଗଦର୍ଶନ କରିଥିବାବେଳେ କ୍ଷେତ୍ରୀୟ ସଂଯୁକ୍ତ ମହାସଚିବ ନୂତନ ପଦାଧିକାରୀଙ୍କ ଶପଥ ପାଠ କରାଇଥିଲେ l ରାଜ୍ୟ ଅର୍ଥ ସଚିବ ଶ୍ରୀଯୁକ୍ତ ନରସିଂହ ମିଶ୍ର ଆଗାମୀ ଆର୍ଥିକ ବର୍ଷ ର ବଜେଟ ଉପସ୍ଥାପନ କରିଥିବାବେଳେ କ୍ଷେତ୍ରୀୟ ଅର୍ଥ ସଚିବ ଚାଟାର୍ଡ ଆକାଉଣ୍ଟ ଶ୍ ଆନନ୍ଦ ପ୍ରସାଦ ଶାଖା ର ଆର୍ଥିକ ପରିଚାଳନା ଓ ତାର ହିସାବ ନିକାସ ସମ୍ବନ୍ଧରେ ବିଷଦ ଭାବରେ ବୁଝାଇଥିଲେ l ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ଶ୍ରୀଧର ସାହୁ ସୂସମ୍ପର୍କ ସ୍ଥାପନ କରି ସଂଗଠନ କୁ ମଜଭୁତ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ ଏବଂ ରାଜ୍ୟ ପୃଷ୍ଠପଷକ ଡକ୍ଟର ଡି. ଏନ. ଦାଶ ସେବାସଂସ୍କାର କାର୍ଯ୍ୟ ଅନ୍ତର୍ଗତ NGSC, BKJ, GVCA ଓ ସଂସ୍କୃତି ସପ୍ତାହ ପାଳନ, ରକ୍ତ ଦାନ, ଚକ୍ଷୁ ଦାନ, ଅଙ୍ଗ ଦାନ, ସ୍ୱାସ୍ଥ୍ୟ ଶିବିର, ଗ୍ରାମ୍ୟ ବିକାଶ ସମ୍ପର୍କରେ ଆଲୋକପାତ କରିଥିଲେ l
ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ନାୟକ ପରିବେଶ ସୁରକ୍ଷା ସମ୍ବନ୍ଧରେ ଆଲୋଚନା କରିଥିବାବେଳେ ମହିଳା ବାଳ ବିକାଶ କ୍ଷେତ୍ରୀୟ ସଚିବ ଶ୍ରୀମତୀ ସୁପ୍ରିତି ରଥ ମହିଳା ଓ ଯୁବକ ମାନଙ୍କର ବିକାଶ ପାଇଁ ଉଦିଷ୍ଟ କାର୍ଯ୍ୟକ୍ରମ ସମ୍ପର୍କରେ ବର୍ଣନା କରିଥିଲେ l ଏହି ଅବସରରେ ମାସିକ ପତ୍ରିକା ସଂପ୍ରୀତି ର ଜୁନ ମାସ ର ସଂସ୍କରଣ ଉନ୍ମୋଚିତ ହୋଇଥିଲା lଓଡିଶା ପୂର୍ଵ ପ୍ରାନ୍ତ ମହାସଚିବ ଶ୍ରୀଯୁକ୍ତ ସୌମେନ୍ଦ୍ର ଦାସ ଉକ୍ତ କାର୍ଯ୍ୟଶାଳା ର ସମସ୍ତ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିବାବେଳେ ପୂର୍ଵ ପ୍ରାନ୍ତ ସଂଗଠନ ସଚିବ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳାଇ ଧନ୍ୟବାଦ ଅର୍ପଣ କରିଥିଲେ l ଓଡିଶା ପୂର୍ବ ପ୍ରାନ୍ତ ମିଡ଼ିଆ ପ୍ରଭାରୀ ଶ୍ରୀଯୁକ୍ତ ନିହାର ରଞ୍ଜନ ସ୍ୱାଇଁ ଓ ଶ୍ରୀଯୁକ୍ତ ନୃସିଂହନାଥ ନନ୍ଦ ପ୍ରମୁଖ କାର୍ଯ୍ୟକ୍ରମ ର ପ୍ରଚାର ପ୍ରସାର ଓ ପରିଚାଳନା ରେ ସହଯୋଗ କରିଥିଲେ l
0 Comments