ପୁରୀ ; ଆଗାମୀ ରଥ ଯାତ୍ରା ରେ ପୁରୀ କୁ ଲକ୍ଷାଧିକ ଭକ୍ତ ଙ୍କ ଆଗମନ ହେବ। ତେବେ ଭକ୍ତ ମାନେ ଯେଭଳି ସୁରୁଖୁରୁ ରେ ଯାତାୟାତ କରିପାରିବେ, ଠକେଇ ର ଶିକାର ନ ହେବେ ସେ ନେଇ ବେଶ୍ ଗୁରୁତ୍ଵ ଦେଉଚି ରାଜ୍ଯ ପରିବହନ ବିଭାଗ। ପୁରୀ ରେ ରଥଯାତ୍ରା ସମନ୍ୱୟ କମିଟି ବୈଠକ ରେ ଯୋଗଦେବା ଅବସର ରେ ପରିବହନ ମନ୍ତ୍ରୀ କହିଛନ୍ତି ପୁରୀ କୁ ଆସୁଥିବା ଭକ୍ତ ଙ୍କୁ ଯେଭଳି କିଛି ଅସୁବିଧା ନ ହୁଏ ରାଜ୍ୟ ପରିବହନ ବିଭାଗ ସବୁ ବ୍ୟବସ୍ଥା କରୁଚି। ପୁରୀ ରେ ବସ ରହିବା ପାଇଁ ପାର୍କିଂ ବ୍ୟବସ୍ଥା ସହ ଭକ୍ତ ଙ୍କୁ ମାଗଣା ଖାଦ୍ୟ ବଣ୍ଟନ ର ବ୍ୟବସ୍ଥା ରହିଛି। ରଥ ଯାତ୍ରା ପାଇଁ ରାଜ୍ୟ ର ସବୁ ବ୍ଳକ୍ ରୁ ସ୍ଵତନ୍ତ୍ର ବସ ପୁରୀ କୁ ଯାତାୟାତ କରିବ। ବସ ଗୁଡିକ ସବୁ ବ୍ୟବସ୍ଥା ରହିବ। ବସ ରେ ଯାତ୍ରୀ ମାନେ ଠକେଇ ର ଶିକାର ଯେଭଳି ନ ହୁଅନ୍ତି ବସ ରେ ରେଟ ଚାର୍ଟ ଲାଗିବ। ସେହିପରି ପୁରୀ ସହର୍ ରେ ଥିବା ଅଟୋ ଗୁଡିକ ରେ ମଧ୍ୟ ରେଟ୍ ଚାର୍ଟ ଲାଗିବ। କୌଣସି ଜାଗା ନିୟମ ଉଲଘଂନ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ। ସେପଟେ ରାଜ୍ୟ ର ଗ୍ରାମାଞ୍ଚଳ ରୁ ଚାଲୁଥିବା ଲକ୍ଷ୍ମୀ ବସ ସେବା ମଧ୍ୟ କରି ରହିବ ବୋଲି ରାଜ୍ୟ ପରିବହନ ମନ୍ତ୍ରୀ କହିଚନ୍ତି। ତେବେ ଲକ୍ଷ୍ମୀ ବସ ସେବାରେ କିଛି ତ୍ରୁଟି ରହିଚି। ତାହାକୁ ସମାଧାନ କରାଯାଇ ଲକ୍ଷ୍ମୀ ବସ ସେବାକୁ ମୁଖ୍ୟମନ୍ତ୍ରୀ ବସ ସେବା ନାମରେ ଚଳାଇବା ପାଇଁ ସରକାର ପ୍ରସ୍ତୁତ ହେଉଥିବା ରାଜ୍ୟ ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତୀ ବିଭୂତି ଭୂଷଣ ଜେନା, ରାଜ୍ୟ ପରିବହନ ମନ୍ତ୍ରୀ
0 Comments