Header Ads Widget



BREAKING NEWS

6/recent/ticker-posts

ପ୍ରଭ ଙ୍କ ଦର୍ଶନ ପାଇ ବେଶ୍ ଆନନ୍ଦିତ; ମନୋଜ ଆହୁଜା ।

                                                                       


 ପୁରୀ ; ଓଡ଼ିଶା ର ନୁଆ ମୂଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ନେଇଛନ୍ତି ବରିଷ୍ଠ ଆଇଏଏସ ଅଧିକାରୀ ମନୋଜ ଆହୁଜା । ତେବେ ଓଡିଶା ର ମୂଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ନେବା ପରେ ସେ ପ୍ରଥମେ ପୁରୀ ଆସି ପଟି ଦିଅଁ ଙ୍କୁ ଦର୍ଶନ କରିଚନ୍ତି। ଶ୍ରୀ ମନ୍ଦିର ସିଂହ ଦ୍ୱାର ନିକଟ ରେ ନୁଆ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପହଞ୍ଚିବା ପରେ ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସପି ପିନାକ ମିଶ୍ର, ସେବାୟତ ମାନେ ସ୍ୱାଗତ କରିଥିଲେ। ପ୍ରଥମେ ମୂଖ୍ୟ ଶାସନ ସଚିବ ପ୍ରଭୁ ପତିତପାବନ ସ୍ଥାନ ରେ ଥିବା ପଟି ଦିଅଁ ଙ୍କୁ ଦର୍ଶନ କରିଥିଲେ। ପରେ ଶ୍ରୀ ମନ୍ଦିର ଜାଇ ପଟି ଦିଅଁ  ଙ୍କୁ ଦର୍ଶନ କରିଥିଲେ। ପରେ ମିଡ଼ିଆ କୁ ପ୍ରତିକ୍ରିୟା ଦେଇ ନୂତନ ମୂଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଥିଲେ ସେ ପ୍ରଭ ଙ୍କ ଦର୍ଶନ ପାଇ ବେଶ୍ ଆନନ୍ଦିତ। ତେବେ ନୁଆ ଦାୟିତ୍ଵ ନେଇ ଥିବାରୁ ସେ ପ୍ରଶାସନିକ ଅଧିକାରୀ ଙ୍କ ସହ ଆଲୋଚୋନା କରି ପରବର୍ତ୍ତୀ ପଦକ୍ଷେପ ନେବେ। ଆଗାମୀ ରଥଯାତ୍ରା କିଭଳି ଶାନ୍ତି ଶୃଙ୍ଖଳା ରେ ଶେଷ ହେବ, ରାଷ୍ଟ୍ରପତି ଙ୍କ ଗସ୍ତ କିଭଳି ସଫଳ ହେବ ସେ ନେଇ ସେ ଖୁବ୍ ଶୀଘ୍ର ବୈଠକ କରିବେ।


Post a Comment

0 Comments