Header Ads Widget



BREAKING NEWS

6/recent/ticker-posts

ଶ୍ରୀମନ୍ଦିର ପରିଚାଳନା କମିଟିର ହେବ ନବକଳେବର

                                                           


  ପୁରୀ ;ଶ୍ରୀମନ୍ଦିର ପରିଚାଳନାରେ ସ୍ବଚ୍ଛତା ଓ ନିରପେକ୍ଷତା କୁ ଗୁରୁତ୍ବ ।ନୂଆ ପରିଚାଳନା କମିଟି ଗଠନ ପାଇଁ ୮ ସୂତ୍ର ଦେଲା ଆଇନ ବିଭାଗ । ଅଗଷ୍ଟରେ ସରୁଛି ଶ୍ରୀମନ୍ଦିର ପରିଚାଳନା କମିଟି କାର୍ଯ୍ୟକାଳ ,ଶ୍ରୀମନ୍ଦିର ପରିଚାଳନା କମିଟିର ହେବ ନବକଳେବର । ମହାପ୍ରଭୁଙ୍କ ସେବାପୂଜା ସହ ଅଧିକ ସଂଶ୍ଳିଷ୍ଟ ଥିବା ତଥା ଉତ୍ତମ ବ୍ୟବହାର   ସମ୍ପନ୍ନ ସେବାୟତଙ୍କୁ ପରିଚାଳନା କମିଟି ଚୟନରେ ଦିଆଯିବ ଗୁରୁତ୍ବ । ଆବଶ୍ୟକ ପଡିଲେ ଲଟେରୀ ର ସାହାଯ୍ୟ ନେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ,ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନରେ ଶ୍ରୀମନ୍ଦିର ପ୍ରଶାସନ ପାତରଅନ୍ତର ନୀତି ଆପଣାଉଛି ବୋଲି ହୋଇ ଆସୁଥିଲା ଅଭିଯୋଗ ।

                                                           ଶ୍ରୀମନ୍ଦିର ପରିଚାଳନା କମିଟିର  ହେବ ନବକଳେବର। ଅଗଷ୍ଟ ରେ ସରୁଛି ଶ୍ରୀମନ୍ଦିର ପରିଚାଳନା କମିଟି କାର୍ଯ୍ୟକାଳ।ନୂଆ ପରିଚାଳନା କମିଟି ଗଠନ ସମୟରେ ଗାଇଡ୍ ଲାଇନ ରେ ସ୍ବଚ୍ଛତା ରଖିବାକୁ ଆଇନ ବିଭାଗ ତରଫରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଦିଆଯାଇଛି ନିର୍ଦ୍ଦେଶ। ଶ୍ରୀଜଗନ୍ନାଥ ମନ୍ଦିର ଟେମ୍ପୂଲ୍ ଆକ୍ଟ ୧୯୫୫ ଧାରା ୬(୧) ଜେ ଅନୁଯାୟୀ ସଦସ୍ୟ ମନୋନୟନ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ କଡା ନିର୍ଦ୍ଦେଶ ଦେଇଛି ଆଇନ ବିଭାଗ। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଦିଆଯାଇଥିବା ଲିଷ୍ଟ ଆଇନ ବିଭାଗକୁ ସନ୍ତୁଷ୍ଟ କରିନଥିବା ବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଲକ୍ଷ୍ୟରେ ରଖି ବିଧି ବ୍ୟବସ୍ଥା ଆପଣାଇବାକୁ ୮ ସୂତ୍ର ଦେଇଛି ଆଇନ ବିଭାଗ ।ବିଶେଷ କରି ମହାପ୍ରଭୁଙ୍କ ଅଧିକାଂଶ ସେବାପୂଜାରେ ଜଡ଼ିତ ନିଯୋଗ ମାନେ ଦୁଇଜଣଙ୍କ ନାମ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ସୁପାରିଶ କରିବେ   । ତନ୍ମଧ୍ୟରୁ ୧୦ ଜଣ ସଦସ୍ୟଙ୍କ ନାମକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରସ୍ତୁତ କରିବେ।ଯେଉଁମାନଙ୍କର ଅତୀତରେ ଉତ୍ତମ ସେବାପୂଜା ପରିଚାଳନାରେ ଅଭିଜ୍ଞତା ଥିବ ,,,ସେବାୟତ ତଥା ସେବାୟତ ନିଯୋଗ ସହ ଉତ୍ତମ ସମନ୍ୱୟ ଶ୍ରଦ୍ଧାଳୁଙ୍କ ପ୍ରତି ଉତ୍ତମ ବ୍ୟବହାର ରହିଥିବ । ଯଦି ନାମ ମନୋନୟନରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦ୍ଵନ୍ଦରେ ରୁହନ୍ତି ତେବେ ଲଟେରୀ ବା ଗୁଳା ପକାଇବା ବ୍ୟବସ୍ଥା ଆପଣାଇ ପାରିବେ ।ସେବାପୂଜା ସହ ଅଧିକ ଜଡ଼ିତ ନିଯୋଗର ପ୍ରତିନିଧିଙ୍କୁ କ୍ରମାନ୍ୱୟରେ ସୁଯୋଗ ମିଳିବ। କୌଣସି ନିଯୋଗ ରୁ ଦୁଇ ଜଣ ସଦସ୍ୟ ଙ୍କ ନାମ ବିଚାରକୁ ନିଆଯିବ ନାହିଁ । କୌଣସି ବ୍ୟକ୍ତିଙ୍କ ନାମ ଦ୍ଵିତୀୟଥର ସୁପାରିଶ ହେବନାହିଁ  ।ନାମ ସୁପାରିଶ ବେଳେ ପ୍ରତ୍ୟେକ ସଦସ୍ୟଙ୍କ ବିଷୟରେ ନିଜସ୍ଵ ମତାମତ ଗୁପ୍ତ ରଖିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଶେଷରେ ସୁପାରିଶକୁ ଦୃଷ୍ଟିରେ ରଖି ଆଇନଗତ ବ୍ୟବସ୍ଥା ଅନୁଯାୟୀ ମନୋନୟନ ପ୍ରକ୍ରିୟା ଉପରେ ଚୁଡାନ୍ତ ନିଷ୍ପତ୍ତି ନେବ ଆଇନବିଭାଗ  


                                                କମିଟିରେ ମୋଟ ୧୮ ଜଣ ସଦସ୍ୟ ରହୁଥିବା ବେଳେ ସେବାୟତ ଓ ମଠରୁ ପ୍ରାୟ ୭ ଜଣ ସଦସ୍ୟଙ୍କ ନାମ ଚୟନ ହୋଇଥାଏ । ବିଶେଷ ସାମାଜିକ କାର୍ଯ୍ୟ କରି ପ୍ରଶଂସା ପାଇଥିବା ଅନ୍ୟ ୨ ଜଣଙ୍କୁ ସରକାର କମିଟିରେ ସ୍ଥାନ ଦେଇଥାଆନ୍ତି I ଗଜପତି କମିଟି ସ୍ଥାୟୀ ଅଧକ୍ଷ ହୋଇଥିବା ବେଳେ କମିଟିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍‌ପି, ଏଏସ୍ଆଇ ସୁପରିଟେଣ୍ଡେଣ୍ଟ, ଏଣ୍ଡାଓମେଣ୍ଟ କମିଶନର, ଆଇନ ବିଭାଗ ସଚିବ ପ୍ରମୁଖ ସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହୋଇଥାଆନ୍ତି।ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ନିଜର ମନମୁଖୀ ସଦସ୍ୟ ମନୋନୀତ କରୁଥିବା ନେଇ ଅଭିଯୋଗ ହୋଇ ଆସୁଛି। ବିଶେଷ ଭାବେ ସେବାୟତ ପ୍ରତିନିଧିଙ୍କୁ ଚୟନରେ ପାତରଅନ୍ତର ଅଭିଯୋଗ ହେଉଥିଲା। ଏନେଇ ମାମଲା ହାଇକୋର୍ଟ ଯିବା ପରେ ନୂଆ ସରକାର ସଜାଗ ହେବା ସହ ଶ୍ରୀମନ୍ଦିର ପ୍ରଶାସନକୁ ଚେତାଇ ଦେଇଛନ୍ତି। ଯାହା ଚର୍ଚ୍ଚାର ବିଷୟ ହୋଇଛି। ତେଣୁ ନୂଆ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଗଠନରେ ସ୍ୱଚ୍ଛତା ରଖାଯାଇ ନିୟମାବାଳୀକୁ ପାଳନ କରାଯାଉ ବୋଲି ଦାବି କରି ଆସୁଛନ୍ତି ସେବାୟତ ଓ ବୁଦ୍ଧିଜୀବୀ । ତେବେ ଆଇନ ବିଭାଗର ନିର୍ଦ୍ଦେଶ ପରେ ଶ୍ରୀମନ୍ଦିର ପରିଚାଳନା କମିଟି ନିୟମାବଳୀ କୁ କିଭଳି ପାଳନ କରୁଛି ତାହା ଉପରେ ଏବେ ସମସ୍ତଙ୍କ ନଜର । ପୁରୀ ରୁ କ୍ୟାମେରାମ୍ୟାନ ଅମରେନ୍ଦ୍ର ମିଶ୍ର ଙ୍କ ସହିତ ଦେବାଶିଷ ସିଂ ରାୟନ ନ୍ୟୁଜ ୧୮ ଓଡ଼ିଆ।


Post a Comment

0 Comments