ପିପିଲି ; ସମ୍ଭାବ୍ୟ ବନ୍ୟା ପରିସ୍ଥିତି କୁ ଦୃଷ୍ଟି ରେ ରଖି ଜନପ୍ରତିନିଧି ମାନଙ୍କ ସହିତ ଆଲୋଚନା କରିଛନ୍ତି ପିପିଲି ର ପୂର୍ବତନ ବିଧାୟକ ରୁଦ୍ରପ୍ରତାପ ମହାରଥୀ ।ଆଜି ପିପିଲି ବ୍ଲକ ଠାରେ ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଜିଲ୍ଲାପରିଷଦ,ସମିତିସଭ୍ୟ ଓ ବିଭିନ୍ନ ସରପଞ୍ଚ ମାନଙ୍କୁ ନେଇ ଏକ ବୈଠକ କରିଥିଲେ ପିପିଲି ର ପୂର୍ବତନ ବିଧାୟକ ରୁଦ୍ର ପ୍ରତାପ ମହରଥୀ ।,ପିପିଲି-ଡେଲାଙ୍ଗ ଏକ ବନ୍ୟା ପ୍ରବଣ ଅଞ୍ଚଳ ହୋଇ ଥିବାରୁ ଏଠାରେ ବନ୍ୟା ପରିସ୍ଥିତି ମୁକାବିଲା କରିବା ସହିତ ଜନସାଧାରଣ ମାନଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚାଇବା ପାଇଁ ପ୍ରଶାସନିକ ସ୍ତରରେ କିଭଳି ବ୍ୟବସ୍ଥା ହୋଇଛି ସେନେଇ ଆଲୋଚନା କରିଥିଲେ ।
ଏହାପରେ ଡେଲାଙ୍ଗ ନୂଆହାଟ ଠାରେ ଦୟାନଦୀ ବନ୍ଦ ଦବିବା ସ୍ଥାନ ବୁଲି ଦେଖିବା ସହିତ ନଦୀକୁଳିଆ ଲୋକେ ଆତଙ୍କିତ ଥିବାରୁ ଏହାର ସ୍ଥାୟୀ ମରାମତି କାର୍ଯ୍ୟ ତୁରନ୍ତ ସାରିବାକୁ ବିଭାଗୀୟ ଅଧିକାରୀ ଙ୍କ ସହିତ ଆଲୋଚନା କରିଥିଲେ ରୁଦ୍ର । ଗତ ଦୁଇ ଦିନ ତଳେ ରୁଦ୍ର ପିପିଲି ଏନ ଏ ଏସି ରେ ପହଁଚି ଏନ ଏ ଏସି ଅଧକ୍ଷ ସେକ ବାବୁ ଙ୍କ ସହିତ ଓ ବିଭିନ୍ନ ୱାର୍ଡ ର କାଉ ନସିଲର ମାନଙ୍କ ସହିତ ଆଲୋଚନା କରିଥିଲେ ।ବିଶେଷ କରି ବର୍ଷା ଦିନେ ୱାର୍ଡ ଗୁଡିକ ର ଡ୍ରେନଜ ବ୍ୟବସ୍ଥା ,ଆଲୋକୀକରଣ, ସ୍ଵାସ୍ଥ୍ୟ ଆଦି ସମ୍ପର୍କରେ ଆଲୋଚନା କରିଥିବା ବେଳେ ଆଜି ବନ୍ୟା ପରିସ୍ଥିତି ମୁକାବିଲା କରିବା ପାଇଁ ଜନ ପ୍ରତିନିଧି ଙ୍କ ସହିତ ଆଲୋଚନା କରିବା ରାଜନୈତିକ ମହଲରେ ହଟ ଚମଟ କରିଛି ।
0 Comments