Header Ads Widget



BREAKING NEWS

6/recent/ticker-posts

ସୁଭଦ୍ରା ଯୋଜନା ପରିବର୍ତ୍ତେ ପ୍ରଥମେ ପୁରୀ ବଡ଼ଦାଣ୍ଡରେ ଉଠା ଦୋକାନୀଙ୍କୁ ସ୍ଥାୟୀ ସମାଧାନ ଓ ଥଇଥାନର ବ୍ୟବସ୍ଥା ଦାବୀ

                                                               
                                          

 ପୁରୀ; ପୁରୀ ବଡଦାଣ୍ଡ ଉଠା ଦୋକାନୀ ବ୍ୟବସାୟୀ ସଂଘ ପକ୍ଷରୁ ପୁନଃ ଥଇଥାନ  ଓ ସେମାନଙ୍କ ସମସ୍ୟାର ସ୍ଥାୟୀ ସମାଧାନ ଦାବୀରେ ବିଶାଳ ଶୋଭାଯାତ୍ରା କରାଯାଇଛି।ଶ୍ରୀଜଗନ୍ନାଥ ବଲ୍ଲଭ ମଠରୁ ବଡଦାଣ୍ଡ ଦେଇ ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିବା ପରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ତାଲିକା ଅନୁଯାୟୀ ସର୍ଭେ କରାଯାଇଥିବା ପ୍ରତ୍ୟକ ଉଠା ଦୋକାନୀଙ୍କୁ ମାସିକ ଆୟ ସହାୟତା ରାଶି ୧୫ ହଜାର ଟଙ୍କା ଦେବା କୁହାଯାଇଥିଲେ ହେଁ ଏବେ ଆଉ ଏହା ଦିଆଯାଉନାହିଁ।ଶ୍ରୀମନ୍ଦିର ଚାରି ଦ୍ୱାର ଖୋଳିବା ପରେ ବିସ୍ଥାପିତ ହୋଇଥିବା ଉଠା ଦୋକାନୀଙ୍କୁ ଏ ଯାଏଁ ଥଇଥାନ କରାଯାଇନାହିଁ।ଶ୍ରୀସେତୁ ତଳେ ବିଶ୍ୱସ୍ତରୀୟ ଭେଣ୍ଡିଙ୍ଗ ଜୋନ ପାଇଁ ଯୋଜନା କରାଯାଇଥିଲ ହେଁ ସେଠାରେ ପାନୀୟ ଜଳ,ପାର୍କିଂ,ସୁରକ୍ଷା ଭଳି ମୌଳିକ ସୁଵିଧା ଏ ଯାଏଁ କରାଯାଇନାହିଁ।ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ପାଇଁ ବଡ଼ଦାଣ୍ଡରୁ ସମସ୍ତ ଉଠା ଦୋକାନୀଙ୍କୁ ବିସ୍ଥାପିତ  ଉଠାଯାଇଥିଲା।କିନ୍ତୁ ଏଯାଏଁ ସେମାନଙ୍କ ସ୍ଥାୟୀ ସମାଧାନ ଓ ଥଇଥାନର ବ୍ୟବସ୍ଥା ହୋଇନଥିବାରୁ ସେମାନେ ନିଜର ଜୀବନ ଜୀବିକା ପାଇଁ ଶେଷରେ ଆଜି ରାସ୍ତାକୁ ଓଲ୍ହାଇଛନ୍ତି।ମୋହନ ମାଝୀଙ୍କ ସରକାର ସୁଭଦ୍ରା ଯୋଜନା ପରିବର୍ତ୍ତେ ପ୍ରଥମେ ପୁରୀ ବଡ଼ଦାଣ୍ଡରେ ଉଠା ଦୋକାନୀଙ୍କୁ  ସ୍ଥାୟୀ ସମାଧାନ ଓ ଥଇଥାନର ବ୍ୟବସ୍ଥା କରିବାକୁ ସେମାନେ ଦାବୀ କରିଛନ୍ତି।ନଚେତ ମରିବା ପର୍ଯ୍ୟନ୍ତ ସେମାନେ ଲଢେଇ କରିବେ ବୋଲି କହିଛନ୍ତି ବଡଦାଣ୍ଡ ଉଠା ଦୋକାନୀ ସଂଘ ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ, ମୋତିଚାନ୍ଦ କ୍ଷୁଦ୍ର ବ୍ୟବସାୟୀ ସଂଘ ,ସଭାପତି ସରୋଜ କୁମାର ମହାପାତ୍ର



Post a Comment

0 Comments