Header Ads Widget



BREAKING NEWS

6/recent/ticker-posts

  

                                                                   


                                                                  

 କୋଣାର୍କ  ;ଗରିବ ନିଷ୍ପେସିତ ସାଧାରଣ ଲୋକଙ୍କ ପାଇଁ କାମ କରିବ ବହୁମୁଖି ଯୁବ ସମନ୍ୱିତ ଚାରିଟେବୁଲ ଟ୍ରଷ୍ଟ।ସରକାରଙ୍କ ଯୋଜନାରୁ ବଞ୍ଚିତ  ହେବେ ନାହିଁ ସାଧାରଣ ଗରିବ ଲୋକ। ଏ ନେଇ  ବହୁମୁଖି ଯୁବ ସମନ୍ୱିତ ଚାରିଟେବୁଲ ଟ୍ରଷ୍ଟ  ପୁରୀ ଜିଲ୍ଲା ତରଫରୁ ପ୍ରସ୍ତୁତି ବୈଠକ କୋଣାର୍କ ମହାବିର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଟିତ ହୋଇଯାଇଛି। ବହୁମୁଖି ଯୁବ ସମନ୍ୱିତ ଚାରିଟେବୁଲ ଟ୍ରଷ୍ଟ ର ମୂଳ ଉଦ୍ଦେଶ୍ୟ ହେଲା ସାଧାରଣ ଗରିବ ଟିଏ କିଭଳି ସରକାରଙ୍କ ସମସ୍ତ ଜନହିତକର ଯୋଜନା କିଭଳି ସରଳ ସୁବିଧା ରେ ପାଇପାରିବ ।  ବିଶେଷ କରି  ସାଧାରଣ ଘର ଟିଏ ପାଇଁ  ଗରିବ ଲୋକଟି ପଞ୍ଚାୟତ ଠାରୁ ବ୍ଲକ ଠାରୁ ଜିଲ୍ଲାପାଳ କାର୍ଯ୍ୟାଳୟକୁ ବାରମ୍ବାର ଦଉଡ଼ି ଦଉଡ଼ି ନୟାନ୍ତ ହେଲେ ମଧ୍ୟ ଗରିବ ଲୋକଟି ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ପାଇପାରୁ ନାହାନ୍ତି। ଏ ନେଇ   କାମ କରିବ ଏ ସଙ୍ଗଠନ । କେବଳ ଘର ନୁହେଁ ସାଧାରଣ ମୌଳିକ ସୁବିଧା ପାଇଁ କାମ କରାଯିବ ଏହା ମାଧ୍ୟମରେ ।  ଖାଉଟି ସାମଗ୍ରୀ, ଭତ୍ତା,  ପାନୀୟ ଜଳ ସମସ୍ୟା, ମେଡିକାଲ ସମସ୍ୟା ଭଳି ସରକାରଙ୍କ ବିଭନ୍ନ ଯୋଜନା ରୁ ବଞ୍ଚିତ ହେଉଥିବା ସମସ୍ତ ସାଧାରଣ ଗରିବ ନିରୀହ   ନିଷ୍ପେସିତ ଅବହେଳିତ ଲୋକ କିଭଳି ସରକାରଙ୍କର ସମସ୍ତ ଯୋଜନା ପାଇପାରିବ ସେଥିପାଇଁ  ଉଦ୍ୟମ  ଜାରୀ କରିବ ବହୁମୁଖି ଯୁବ ସମନ୍ୱିତ ଚାରିଟେବୁଲ ଟ୍ରଷ୍ଟ। ଏହି ବୈଠକରେ ଚାରିଟେବୁଲ ଟ୍ରଷ୍ଟ ର ପୁରୀ ଜିଲ୍ଲା ସଭାପତି ସୁଶାନ୍ତ କୁମାର ପରିଡ଼ା , ଉପ ସଭାପତି ସୁବାସ ଚନ୍ଦ୍ର ବେଉରା, ସମ୍ପାଦକ ବିଶ୍ୱଜିତ ବିଶ୍ଵାଳ,ସହ ସମ୍ପାଦକ ବିଚିତ୍ର ଓଝା ଙ୍କ ସମେତ ଟ୍ରଷ୍ଟ ର ସଦସ୍ୟ ମାନେ ଉପସ୍ଥିତ ଥିଲେ।


Post a Comment

0 Comments