ପିପିଲି ; ସଚେତନ ନାଗରିକ ମଞ୍ଚ ପକ୍ଷରୁ ପିପିଲି ରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି ସଚେତନ ନାଗରିକ ମଞ୍ଚ ର ସଭାପତି ଆଇନ ଜୀବୀ ସୁରେଶ କୁମାର ରଥ ଙ୍କ ନେତୁତ୍ବ ରେ ପିପିଲି ଏନ ଏ ଏସି ଆଇ ବି ଠାରେ ଜାତିର ଜନ କ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଥିଲା । ଏହି ଅବସରରେ ଆଜିର ଦିନର ମହତ୍ବ ଓ ଦେଶ ପାଇଁ ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ଅବଦାନ ଅତୁଳନୀୟ ଥିବା ନିଜ ନିଜ ମତ ପ୍ରକାଶ କରିଥିଲେ ନାଗରିକ ମଞ୍ଚ ର ସଦସ୍ୟ ମାନେ । ଗାନ୍ଧୀ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ କରିବା ପାଇଁ ଯୁବ ସମାଜ ନିକଟରେ ଗାନ୍ଧିଜୀ ଙ୍କ ବାର୍ତା ନେଇ ପହଞ୍ଚାଇବା ପାଇଁ ସଂକଳ୍ପ ନେଇ ଥିଲେ ସଚେତନ ନାଗରିକ ମଞ୍ଚ । ଏହି କାର୍ଯ୍ୟକ୍ରମ ରେ ସଚେତନ ନାଗରିକ ମଞ୍ଚ ସଭାପତି ସୁରେଶ କୁମାର ରଥ, ଭଗବାନ ସେଠୀ, ପ୍ରଫୁଲ୍ଲ କୁମାର ଦାଶ, ବିଗ୍ନେସ ଦାସ, ନିରଂଜନ ପ୍ରଧାନ, ଅସୀମା ଦାସ,ପ୍ରମିଳା ରଥ, ଜୟନ୍ତ ବାରିକ,ଆଶିଷ ନନ୍ଦି,କୁନ୍ତଳା ଦାସ,ବାହ୍ମଣୀ ବେହେରା, ରଂଜନ ଦୀକ୍ଷିତ, ଦିଶୁଳା ବେହେରା, ରବୀନ୍ଦ୍ର ବେହେରା ଓ ରମେଶ କୁମାର ରଥ ଯୋଗ ଦେଇଥିଲେ ।
0 Comments