Header Ads Widget



BREAKING NEWS

6/recent/ticker-posts

ଭୁଶୁଡ଼ି ପଡିଲା ପ୍ରୋଟେକ୍ସନ ୱାଲ୍

                                                                  


ନିମାପଡ଼ା;  ନିମ୍ନ ମାନର କାମ ପାଇଁ  ଭୁଶୁଡି ପଡ଼ିଲା ନିର୍ମାଣ ଧୀନ ବ୍ରିଜ ର ପ୍ରୋଟେକ୍ସନ wall । ମାତ୍ର ଛଅ ମାସ ନ ପୁରୁଣୁ  ପ୍ରୋଟେକ୍ସନ wall ଭୁଶୁଡି ପଡିବା କାମର ସ୍ଵଚ୍ଛତା କୁ ନେଇ ପ୍ରଶ୍ନ ଉଠାଇଛନ୍ତି ଧନୁଆ ପଞ୍ଚାୟତ ଲୋକେ । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନିମାପଡ଼ା ପିପିଲି ରାସ୍ତା ଭୁଆଁ ଛକ ଠାରୁ ବଉଳ ପଦା ରାସ୍ତା ନିର୍ମାଣ ପାଇଁ ୫କୋଟି ୨୫ ଲକ୍ଷ ୭୯୨ ଟଙ୍କା ମଞ୍ଜୁର କରାଯାଇଥିଲା । କାର୍ଯ୍ୟ ର ଅବଧି  ଏକ ବର୍ଷ ଥିବା ବେଳେ ଏପ୍ରିଲ ୨୪ ରେ କାର୍ଯ୍ୟ ର ଅବଧି ଶେଷ ହୋଇଛି । 



                                                                      


                                                              ମାତ୍ର ୬ ମାସ ପୂର୍ବରୁ ବ୍ରିଜ କାମ ଆରମ୍ଭ ହୋଇଥିଲା ବେଳେ  ବ୍ରିଜ କାମ ପୂର୍ଣ୍ଣାଙ୍ଗ ପୂର୍ବରୁ ବ୍ରିଜ ପ୍ରୋଟେକ୍ସନ wall ଭୁଶୁଡ଼ି ପଡିବା ପ୍ରଶାସନ ର ମୁଣ୍ଡ ବିନ୍ଧା ର କାରଣ ପାଲଟିଛି ।  ସୂଚନା ଥାଉକି   ଧୋବା ଗୋହରୀ ବ୍ରିଜ ଉପରେ ଧନୁଆ ପଞ୍ଚାୟତ ର ସୁନୁ ଗୋରଡି,ପାଣିତର,  ବରିଆ ପଡା, ଡ଼ିହ ସାହି, ଦେଖେତା ଗ୍ରାମବାସୀ ନିର୍ଭର କରୁଥିବା ବେଳେ ପ୍ରୋଟେକ୍ସନ wall ଭୁଶୁଡି ପଡିବା ପରେ ବ୍ରିଜ ର ସ୍ଥାୟୀତ୍ୱ କୁ ନେଇ ପ୍ରଶ୍ନ ଉଠାଇଛନ୍ତି ଗ୍ରାମବାସୀ ।  ନିମ୍ନ ମାନର କାମ ପାଇଁ ଏଭଳି ଘଟଣା ନଜର କୁ ଆସିଥିବା ଅଭିଯୋଗ କରି କାମର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ଲୋକେ । ସେପଟେ  ଏ ନେଇ ବିଭାଗୀୟ ଅଧିକାରୀ ଏ ସମ୍ପର୍କରେ ରେ କୌଣସି ପ୍ରତିକ୍ରିୟା ମିଳି  ପାରି ନାହିଁ ।


Post a Comment

0 Comments