Header Ads Widget



BREAKING NEWS

6/recent/ticker-posts

କାହିଁକି ଭୁଶୁଡି ପଡ଼ିଲା ଧୋବା ଗୋହରୀ ବ୍ରିଜ ପ୍ରୋଟେକ୍ସନ wall ?


                                                                       



ନିମାପଡ଼ା ; କାହିଁକି ଭୁଶୁଡି ପଡ଼ିଲା  ଧୋବା ଗୋହରୀ ବ୍ରିଜ ପ୍ରୋଟେକ୍ସନ wall  । ଭଶୁଡି ପଡିବା ପଛରେ ରହିଛି କି କି କାରଣ ?  ଆପରୋଚ ରୋଡ଼ ମାଟି ପୋତିବା ସମୟ ରେ ଭୁଶୁଡ଼ି ପଡିଥିଲା ଏହି  ପ୍ରୋଟେକ୍ସନ wall  । ପ୍ରୋଟେକ୍ସନ wall  ଭୁଶୁଡି ପଡିବା ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ର ନୀରବତା ବିଭାଗ ର କାର୍ଯ୍ୟଦକ୍ଷତା ଉପରେ ଉଠାଇଛି ପ୍ରଶ୍ନ । ନିମ୍ନମାନର କାମ କୁ ନେଇ ଧନୁଆ ପଞ୍ଚାୟତ ଲୋକେ  ନିମାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଠିକାଦାରର ମନମୁଖୀ କାମ ର ଫଳ ସ୍ୱରୂପ ଏଭଳି ଘଟଣା ଘଟିଥିଲା ବୋଲି ଅଭିଯୋଗ ହେଉଛି ।


                                                     

                                                            


                                                                          ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୫କୋଟି ୨୫ଲକ୍ଷ ଟଙ୍କା ରେ ନିର୍ମାଣ ଧୀନ ରାସ୍ତା ରେ ଏହି ବ୍ରିଜ କାମ ହୋଇଥିଲା ବେଳେ ବ୍ରିଜ ଭୁଶୁଡି ବା ର ଅନେକ ଦିନ ବିତିଯାଇଥିଲେ ମଧ୍ୟ ଆଗ  ଧାଡ଼ିର  ବାବୁ ମାନଙ୍କ ମୁଂହଁ ରେ ତୁଣ୍ଡି ମାରିବାର କାରଣ କଣ ହୋଇ  ପାରେ ବୋଲି ନିମାପଡ଼ା ରେ ଚର୍ଚ୍ଚା ଜୋର ଧରିଛି । ସେପଟେ ଏହି ଖବର ପ୍ରସାରଣ ନ କରିବା ପାଇଁ ବଡ଼ ଧରଣର ଡିଲ କୁଆଡେ ହୋଇଥିବା ଚର୍ଚ୍ଚା ଜୋର ଧରି ଥିବା ବେଳେ ବିଭାଗ କେଉଁ ଦିନ ନୀରବତା ଭାଙ୍ଗୁଛି  ଓ ଠିକାଦାର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହାକୁ ଅପେକ୍ଷା ।


Post a Comment

0 Comments