ପୁରୀ : ପିପିଲି ରେ ଗର୍ଜିଲା କଂଗ୍ରେସ। ନାରୀ ସୁରକ୍ଷା ନାରୀ ନିର୍ଯ୍ୟାତନା ଅଭିଯୋଗ ରେ ମଶାଲ ଶୋଭାଯାତ୍ରା କରି ପ୍ରତିବାଦ କରିଛି ପିପିଲି କଂଗ୍ରେସ । ଶତାଧିକ କଂଗ୍ରେସ କର୍ମୀ ଜନ ଜାଗରଣ ଓ ମଶାଲ ଶୋଭାଯାତ୍ରା କରି ସରକାର ଙ୍କୁ ଟାର୍ଗେଟ କରିଛି । ଗତ ଆଠ ମାସ ମଧ୍ୟରେ ୪୪ ହଜାର ରୁ ଉର୍ଦ୍ଧ୍ବ ମହିଳା ନିଖୋଜ ରହିଥିବା ବେଳେ ନାବାଳିକା ଛାତ୍ରୀ ଗର୍ଭବତୀ ହେଉଛନ୍ତି । ନିଖୋଜ ମହିଳା ଙ୍କୁ ଉଦ୍ଧାର କରିବା ପାଇଁ ସରକାର ଙ୍କ କୌଣସି ଆନ୍ତରିକତା ନଥିବା କଂଗ୍ରେସ ଅଭିଯୋଗ କରିଛନ୍ତି । ବିଶେଷ କରି ରାଜ୍ୟ ରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇ ଥିଲା ବେଳେ ଉନ୍ନୟନ କାମ ବଦଳ ରେ କେବଳ ସରକାର ରଙ୍ଗ ମରା କାମ ରେ ବ୍ୟସ୍ତ ବୋଲି ଅଭିଯୋଗ ଆଣିଛି କଂଗ୍ରେସ । କେବଳ ରାଜ୍ୟ ରେ ନୁହେଁ ପିପିଲି ରେ ନାରୀ ନିର୍ଯ୍ୟାତନା ବଢି ଥିଲା ବେଳେ ପିପିଲି ରେ ନାବାଳିକା ଗର୍ଭବତୀ, ନାବାଳିକା କୁ ଦୁର୍ଷ୍କର୍ମ ଭଳି ଘଟଣା ପିପିଲି କୁ ନିନ୍ଦିତ କରିଛି ବୋଲି କଂଗ୍ରେସ ଅଭିଯୋଗ ଆଣିଛି ବୋଲି ଅଭିଯୋଗ ଆଣି ଆଗାମୀ ଦିନରେ ଏହାର ଉଚିତ ଜବାବ କଂଗ୍ରେସ ଦେବ ବୋଲି ଚେତେଇ ଦେଇଛି ।
https://youtu.be/70MUdlpuisY?si=KyP5yMvZIFX7JT1a
ଆଜିର ଏହି ଜନ ଜାଗରଣ ମଶାଲ ଶୋଭାଯାତ୍ରାରେ କଂଗ୍ରେସ ନେତା ବିଶ୍ଵ କେତନ ହରି ଚନ୍ଦନ , ନିଶିକାନ୍ତ ମିଶ୍ର, ମାନସ ଆଚାର୍ଯ୍ୟ, ନିରୂପମା ପାତ୍ର ବିଜେପି ସରକାର ଙ୍କୁ କଡ଼ା ସମାଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କଂଗ୍ରେସ ଯୁବ ନେତା ଅର୍ନ୍ତଜାମି ଦୀକ୍ଷିତ, ଗୁଣନିଧି ପ୍ରଧାନ, ସେକ ମେହ ବୁବ ପ୍ରମୁଖ ଯୋଗ ଦେଇଥିଲେ।
0 Comments