ପୁରୀ : ବଳଙ୍ଗା ଜଳସମ୍ପଦ ଉପଖଣ୍ଡ ପାଲଟିଛି ଦୁର୍ନୀତିର ଗନ୍ତାଘର । ଏହି ଜଳସମ୍ପଦ ଉପଖଣ୍ଡ ଅଧିନ ରେ ଚାଲୁଥିବା ଅନେକ ଉନ୍ନୟନ କାର୍ଯ୍ୟ ରେ ବ୍ୟାପକ ଦୁର୍ନୀତି ହେଉଥିବା ଓ ଅଭିଯୋଗ ଆସିଲେ ଏହାକୁ ଘଣ୍ଟ ଘୋଡା ଯାଉ ଥିବାରୁ ଦୁର୍ନୀତି ର ଚେର ତଳୁ ଉପରକୁ ଲମ୍ବିଛି ବୋଲି ଅଭିଯୋଗ ଆଣିଛନ୍ତି ଜାତୀୟ ଦଳିତ ଆଦିବାସୀ ମାଇନରିଟ ର ରାଜ୍ୟ ସଭାପତି ବିଜୟ କୁମାର ସେଠୀ ।
ବିଭାଗର ଅଧିକାରୀ ମାନେ ଠିକାଦାର ଙ୍କୁ ସୁହାଇଲା ଭଳି କାମ କରୁଥିବା ଓ ନିମ୍ନ ମାନର କାମ ଅଭିଯୋଗ ଆସିଲେ ଏହା କୁ ବିଭାଗ ର ବରିଷ୍ଠ ଅଧିକାରୀ ମାନେ ଘଣ୍ଟ ଘୋଡାଉ ଥିବା ଅଭିଯୋଗ କରିଛନ୍ତି । ବିଶେଷ କରି ବଳଙ୍ଗା ଜଳସମ୍ପଦ ଉପଖଣ୍ଡ ଅଧିନ ଭାର୍ଗବୀ ନଦୀ ବନ୍ଧ ବାମ ପାର୍ଶ୍ଵ ୧୪.୬୮ କି.ମି ଠାରୁ ୧୪.୭୬ କି.ମି ନଦୀ ବନ୍ଧ ପଥର ପାକିଙ୍ଗ କାମ କରାଯାଉଛି । ଏହି ପଥର ପାକିଙ୍ଗ କାର୍ଯ୍ୟ ରେ ବଡ଼ ଘୋଟଲା ହୋଇଥିବା ସ୍ଥାନୀୟ ଜନସାଧାରଣ ଓ ଜାତୀୟ ଦଳିତ ଆଦିବାସୀ ମାଇନରିଟ ଅଭିଯୋଗ ଆଣିଥିଲା।
ଫଳକ ରେ ନଦୀ ବନ୍ଧ ସୁରକ୍ଷା ପାଇଁ କରାଯାଉଛି ପଥର ପାକିଙ୍ଗ କାମ କୁହାଯାଉ ଥିଲା ବେଳେ ନଦୀ ବନ୍ଧ ପରିବର୍ତ୍ତେ ନଦୀ ପଠା ରେ କରାଯାଉ ଥିଲା ପଥର ପାକିଙ୍ଗ କାମ ।ନଦୀ ବନ୍ଧ କୁ ସୁରକ୍ଷା ଦେବା ପାଇଁ ହେଉଥିବା ପଥର ପାକିଙ୍ଗ କାର୍ଯ୍ୟ ଅତି ନିମ୍ନ ମାନର ବୋଲି ଅଭିଯୋଗ ହୋଇ ଥିଲା ବେଳେ ନଦୀ ବନ୍ଧ କୁ ସୁରକ୍ଷା ଦେବା ପାଇଁ ନଦୀ କୂଳରେ ଯେଭଳି ପଥର ପାକିଙ୍ଗ କରାଯାଉଛି ତାର ସ୍ଥାୟୀତ୍ୱ କୁ ନେଇ ପ୍ରଶ୍ନ ଉଠାଇଥିଲେ ସ୍ଥାନୀୟ ଜନସାଧାରଣ । ପୁରୀ ଜିଲ୍ଲା ବଳଙ୍ଗା ଜଳସେଚନ ବିଭାଗ ଅଧିନ ଭାର୍ଗବୀ ନଦୀ ବନ୍ଧ ହରିପୁର ନିକଟରେ କରାଯାଉଥିଲା ପଥର ପାକିଙ୍ଗ କାମ । ମାତ୍ର ବନ୍ଧ ପରିବର୍ତ୍ତେ ନଦୀ ପଠାରେ କାମ ହେଉଥିଲା ।ନିମ୍ନମାନର ପଥର ପାକିଙ୍ଗ ହେଉଥିବା ସହିତ ପଥର ପରିବର୍ତ୍ତେ ବଡ଼ ବଡ଼ ମେଣ୍ଟାଲ ବ୍ୟବହାର କରାଯାଉ ଥିବା ଅଭିଯୋଗ ଆଣିଥିଲେ ନଦୀ କୁଳିଆ। ବିନା ଡ଼ମ୍ପି ରେ କାମ ହେବା ,ପଥର ପାକିଙ୍ଗ ରେ ଛୋଟ ଛୋଟ ପଥର ବ୍ୟବହାର ପାଇଁ ସାଧାରଣ ବନ୍ୟା ରେ ପଥର ପାକିଙ୍ଗ ନଦୀ ଗର୍ଭ କୁ ଯିବ ବୋଲି ଆଶଙ୍କା ପ୍ରକଟ କରିଥିଲେ ଲୋକେ ।ଏହାଛଡ଼ା କାମ ରେ ଅଧିକାରୀ ଙ୍କ ଅନୁପସ୍ଥିତ ଓ ଠିକାଦାର ଙ୍କ ମନମୁଖୀ କାମ କୁପ୍ରୋତ୍ସାହିତ କରୁଥିବା ବେଳେ ପିସି ପାଇଁ ସମସ୍ତେ ନିରବ ସାଜିଛନ୍ତି ବୋଲି ଅଭିଯୋଗ କରି ଏ ନେଇ ନିଜେ ସୂଚନା ଅଧିକାର ଆଇନ ବଳ ରେ ସୂଚନା ମାଗିଥିଲେ ବିଜୟ କୁମାର ସେଠୀ ।
ସୂଚନା ରେ ସ୍ପଷ୍ଟ ଭାବରେ ଭାର୍ଗବୀ ନଦୀ ବନ୍ଧ ବାମ ପାର୍ଶ୍ଵ ୧୪.୬୮ କି.ମି ଠାରୁ ୧୪.୭୬ କି.ମି ପର୍ଯ୍ୟନ୍ତ କିକି କାମ ହେଉଥିବା ?ଖର୍ଚ୍ଚ ଅଟକଳ ? କାମର ଏଷ୍ଟ୍ରିମେଣ୍ଟ ? ପଥର ପାକିଙ୍ଗ କାମ ବନ୍ଧର କେତେ ଦୂରତା ପର୍ଯ୍ୟନ୍ତ ପଥର ପାକିଙ୍ଗ କରାଯିବ ଏ ନେଇ ସୂଚନା ମାଗିଥିଲେ । କିନ୍ତୁ ବିଭାଗ ପକ୍ଷରୁ ଯେଉଁ ତଥ୍ୟ ପ୍ରଦାନ କରାଯାଇଛି ଏଥିରୁ ପ୍ରମାଣିତ ହେଉଛି ଯେ ଦୁର୍ନୀତି କୁ ଘଣ୍ଟ ଘୋଡାଇବା ପାଇଁ ଅଧିକାରୀ ମାନେ ମଧ୍ୟ ମିଥ୍ୟା ତଥ୍ୟ ଦେଉଛନ୍ତି । ହସ୍ତଗତ ହୋଇଥିବା ତଥ୍ୟ ରେ ୨୧ ଲକ୍ଷ ୧୫ ହଜାର ୪୨୬ ଟଙ୍କା ସୁରକ୍ଷା କାର୍ଯ୍ୟ ପାଇଁ ଅନୁଦାନ ଆସିଛି । ଉକ୍ତ ଅର୍ଥ ରେ ନଦୀ ପଠା ରେ କରିବା ପାଇଁ କାର୍ଯ୍ୟାଦେଶ ମିଳିଛି। କିନ୍ତୁ ନଦୀ ନଦୀ ବନ୍ଧ ସ୍ଲୋପ ରେ କୌଣସି କାର୍ଯ୍ୟ ହେବ ନାହିଁ ବୋଲି ସୂଚନା ପ୍ରଦାନ କରାଯାଇଛି ।
କିନ୍ତୁ ସବୁଠାରୁ ରୋଚକ ବିଷୟ ହେଉଛି ଏହି ବିଭାଗ ଠାରୁ ଲୋକ ସମ୍ପର୍କ ଅଧିକାରୀ ଯେଉଁ ସୂଚନା ପ୍ରଦାନ କରିଛନ୍ତି ସୂଚନା ତଥ୍ୟ ଓ ଏଗ୍ରିମେଣ୍ଟ କପି ରେ ତାଳମେଳ ରହୁ ନାହିଁ । କାରଣ ବିଭାଗ ଠିକାଦାର ଅନୁପ କୁମାର ଦାସ ଙ୍କୁ ବିଭାଗ ଯେଉଁ ଏଗ୍ରିମେଣ୍ଟ କରିଛନ୍ତି ସେହି ଏଗ୍ରିମେଣ୍ଟ ନମ୍ବର ୨୩୯, ଭାର୍ଗବୀ ବାମ ପାର୍ଶ୍ଵ ନଦୀ ବନ୍ଧ ୧୪.୬୮୦ କି.ମି ଠାରୁ ୧୪.୭୬୦ କି.ମି । ଏଗ୍ରିମେଣ୍ଟ ଆମାଉଣ୍ଟ ୨୧ ଲକ୍ଷ ୧୫ହଜାର ୪୨୬ ଓ ଏହାର ସମୟ ସୀମା ୨୦୨୫ ଫେବୁଆରୀ ୩ ଠାରୁ ୨୦୨୫ ମେ ୩ ତାରିଖ ଅର୍ଥାତ ତିନି ମାସ ସମୟ ନିର୍ଘଣ୍ଟ କରାଯାଇ ଥିଲା ।ସେହିପରି ଠିକାଦାର ଅନୁପ ଦାସ ଙ୍କୁ ମିଳି ଥିବା କାର୍ଯ୍ୟଦେଶ ରେ ମଧ୍ୟ ଭାର୍ଗବୀ ବାମ ପାର୍ଶ୍ଵ ନଦୀ ବନ୍ଧ ୧୪.୬୮୦ କି.ମି ଠାରୁ ୧୪.୭୬୦ କି.ମି କାମ କରିବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ଏହା କିଭଳି ପରିବର୍ତ୍ତନ କରାଯାଇ ନଦୀ ପଠା ରେ କାମ କରାଯାଉଛି ବୋଲି ମିଥ୍ୟା ସୂଚନା ପ୍ରଦାନ କରିଛି ବୋଲି ବିଭାଗକୁ ପ୍ରଶ୍ନ କରିଛନ୍ତି ଜାତୀୟ ଦଳିତ ଆଦିବାଦୀ ମାଇନ ରିଟ ମହାସଙ୍ଘ ରାଜ୍ୟ ସଭାପତି ବିଜୟ ସେଠୀ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପୂର୍ବରୁ ନିମାପଡା ଜଳ ସମ୍ପଦ ଅଧିକ୍ଷଣ ଯନ୍ତ୍ରୀ ବୈକୁଣ୍ଠ ଦଳାଇ ଓ ଗତକାଲି ଜଳ ସମ୍ପଦ ମୁଖ୍ୟଯନ୍ତ୍ରୀ ଦିଲ୍ଲୀପ କୁମାର ମହାନ୍ତି ଉକ୍ତ ସ୍ଥାନ ପରିଦର୍ଶନ କରିଥିବା ବେଳେ ଫଳକ ଓ ସରକାରୀ ତଥ୍ୟ କାମ ବନ୍ଧର ସୁରକ୍ଷା ପାଇଁ ହେଉ ଥିବା କହୁଥିଲା ବେଳେ ମିଳି ଥିବା ସୂଚନା ରେ ନଦୀ ପଠାରେ କିଭଳି କରାଯାଉଛି ବୋଲି ପ୍ରଶ୍ନ କରି ଏଥିପାଇଁ କିଏ ଉତ୍ତର ଦାୟୀ ବୋଲି ପ୍ରଶ୍ନ କରିଛନ୍ତି ବିଜୟ । ପୂର୍ବରୁ କୋଟି କୋଟି କଳା ମାଟି ବ୍ୟବହାର କରି ଭାର୍ଗବୀ ନଦୀ ବନ୍ଧ କାମ କରି ଚର୍ଚ୍ଚା କୁ ଆସିଥିବା ବିଭାଗ ପୁଣିଥରେ କାମ ଗୋଟିଏ ସ୍ଥାନରେ ହେବା ଫଳକ କହୁଥିଲା ବେଳେ କାମ ଅନ୍ୟ ଏକ ସ୍ଥାନରେ ରେ କରି ପୁଣି ଚର୍ଚ୍ଚା ପରିସର କୁ ଆସିଥିବା ବେଳେ ବିଭାଗ ରେ ହେଉଥିବା ବ୍ୟାପକ ଦୁର୍ନୀତି ବିରୁଦ୍ଧରେ ଆଗାମୀ ଦିନରେ ସଙ୍ଗଠନ ଏହାର ଜବାବ ମାଗିବା ସହିତ ଦୁର୍ନୀତିଖୋର ଅଧିକାରୀ ଙ୍କ ବିରୁଦ୍ଧରେ ଜନସ୍ବାର୍ଥ ମାମଲା ରୁଜୁ କରାଯିବ ବୋଲି ଜାତୀୟ ଦଳିତ ଆଦିବାସୀ ମାଇନରିଟ ରାଜ୍ୟ ସମ୍ପାଦିକା ସୋନଲତା ସେଠୀ କହିଛନ୍ତି ।
0 Comments