Header Ads Widget



BREAKING NEWS

6/recent/ticker-posts

ପହଲଗାମ ରେ ପ୍ରାଣ ହରାଇଥିବା ପର୍ଯ୍ୟଟକ ମାନଙ୍କ ଉଦେଶ୍ୟ ରେ କ୍ୟାଣ୍ଡେଲ ଶୋଭାଯାତ୍ରା ।



ପୁରୀ: କାଶ୍ମୀର ପହଲଗାମ ରେ ପ୍ରାଣ ହରାଇଥିବା ନିରିହ ପର୍ଯ୍ୟଟକ ମାନଙ୍କ ଅମର ଆତ୍ମା ର ସଦଗତି କାମନା ସହ ଶ୍ରଦ୍ଧାଞ୍ଜଳି ନିମନ୍ତେ ଆଜି ସନ୍ଧ୍ୟା ସମୟରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ପିପିଲି ରେ କ୍ୟାଣ୍ଡେଲ ଶୋଭାଯାତ୍ରା ହୋଇଯାଇଛି। ସଂଗଠନ ର ସଭାପତି ଆଇନଜୀବି ସୁରେଶ କୁମାର ରଥ ଙ୍କ ନେତୃତ୍ବରେ ଏହି ଶୋଭାଯାତ୍ରା ହୋଇଥିବା ବେଳେ ପିପିଲି ହାଟ ଛକ ଠାରୁ ଏକ ପଦଯାତ୍ରାରେ ବାହାରି ପିପିଲି ବଜାର ପରିକ୍ରମା ସହ ପେଟ୍ରୋଲ ପମ୍ପ ଛକ ଠାରେ ପହଞ୍ଚିଥିଲା । ଏହାସହ କାଶ୍ମୀର ପହଲଗାମ ଠାରେ ନିରିହ ପର୍ଯ୍ୟଟକ ମାନଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଆତଙ୍କବାଦୀ ସଂଗଠନକୁ ଘୋର ନିନ୍ଦା କରିବା ସହସ ସେମାନଙ୍କୁ ସହଯୋଗ କରୁଥିବା ବ୍ୟକ୍ତି ମାନଙ୍କ ବିରୁଦ୍ଧରେ କେନ୍ଦ୍ର ସରକାର  କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ।

https://youtu.be/dpp5o24U_G0?si=n4HAWJc3DIYBwfiO
 କାର୍ଯ୍ୟକ୍ରମ ରେ ସଂଗଠନ ର ଉପଦେଷ୍ଟା ପ୍ରଫୁଲ୍ଲ କୁମାର ଦାଶ, ଭଗବାନ ସେଠୀ, ଗୈାରାଙ୍ଗ ଚନ୍ଦ୍ର ମହାନ୍ତି, କଳ୍ପନା ମିଶ୍ର, ଗିତାଞ୍ଜଳୀ ସ୍ବାଇଁ, ପ୍ରମିଳା ପଣ୍ଡା ପ୍ରମୁଖ ଯୋଗଦେଇଥିବା ବେଳେ ପିପିଲି କଲେଜ ଏନସିସି କ୍ୟାଡ଼ର ଛାତ୍ରଛାତ୍ରୀ ଙ୍କ ସହ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏହି ଶୋଭାଯାତ୍ରା ରେ ସାମିଲ ହୋଇଥିଲେ।

Post a Comment

0 Comments