Header Ads Widget



BREAKING NEWS

6/recent/ticker-posts

ନିମ୍ନ ମାନର କାମ ପଛ ରେ ପିସି କାରବାର

ପୁରୀ:ଧସୁଛି ପଥର ପ୍ୟାକିଙ୍ଗ ନଦୀ ବନ୍ଧ କାମ ! କାମ ନିମ୍ନମାନର ହେଉଥିବା ଅଭିଯୋଗ ଆଣିଲେ ଗ୍ରାମବାସୀ ।
ପୁରୀ ଜିଲ୍ଲା ଡେଲାଙ୍ଗ ରେ ଭୁଶୁଡିଛି ନଦୀ ବନ୍ଧ ପଥର ପ୍ୟାକିଙ୍ଗ କାମ । ଡେଲାଙ୍ଗ ନୂଆହାଟ ଠାରେ ଦୟା ନଦୀରେ ପଥର ବନ୍ଧ କାମ ନିମ୍ନମାନର ଅଭିଯୋଗ । ପାଖା ପାଖି ୧୦୦ ଫୁଟ୍‌ରୁ ଅଧିକ ପଥର ପ୍ୟାକିଂ କାମ ଚାଲୁଥିବା ବେଳେ ଏଥିରେ ସୃଷ୍ଟି ହୋଇଛି ଫାଟ । ଅଭିଯୋଗ ଆସିବା ପରେ ଏହାକୁ ବାଲି ପକାଇ ଲୁଚାଇବାକୁ ଉଦ୍ୟମ କରାଯାଉଥିବା ଦେଖିବାକୁ ମିଳିଛି । ଏଭଳି କାମକୁ ନେଇ ଭୟଭୀତ ଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା  । କୋଟିଏ ରୁ ଉର୍ଦ୍ଧ ଟଙ୍କାର କାମ ହୋଇଥିବା ବେଳେ ନଦୀ ବନ୍ଧ ର କାମ ଉପଯୁକ୍ତ ଶୈଳୀ ରେ ହୋଇନଥିବା ଗ୍ରାମ ବାସୀ ଅଭିଯୋଗ କରିଛନ୍ତି । ତିନି ତିନି ଜଣ ଠିକାଦାର ଏହି କାମ କରିଥିବା ବେଳେ ଠିକାଦାର ଓ ସରକାରୀ ଅଧିକାରୀ ଙ୍କ ମଧୁଚନ୍ଦ୍ରିକା ରେ ଏଭଳି ନିମ୍ନ ମାନର କାମ କରାଯାଇଥିବା ହେଉଛି ଅଭିଯୋଗ । 


ଗତ ପାଞ୍ଚ ମାସ ତଳେ ନଦୀ ବନ୍ଧ ଦବିଯିବା ର ଅଭିଯୋଗ ପରେ ଏହି ନଦୀ ବନ୍ଧ କୁ ସୁଦୁଢ କରିବା ପାଇଁ ନଦୀ ବନ୍ଧ ରେ ପ୍ରଥମେ ବାଲି ବନ୍ଧ ଓ ପରେ ପଥର ପ୍ୟାକିଙ୍ଗ କାମ କରାଯାଇଥିଲା । ପରେ ପୁନର୍ବାର ଏହି କାମକୁ ଅଧିକ ସୁଦୁଢ ଓ ନଦୀବନ୍ଧ କୁ ସୁରକ୍ଷିତ କରିବା ପାଇଁ ଲକ୍ଷାଧିକ ଟଙ୍କାର କାମ ଜାରି ରହିଥିବା ବେଳେ ନିମ୍ନମାନର କାମକୁ ନେଇ ଲୋକେ ଉଠାଇଛନ୍ତି ଅଭିଯୋଗ ।


Post a Comment

0 Comments