Header Ads Widget



BREAKING NEWS

6/recent/ticker-posts

ସ୍ତ୍ରୀ କୁ ଛୁରୀ ରେ ଆକ୍ରମଣ କଲା ସ୍ୱାମୀ।


ପିପିଲି :ଶଶୁର ଘରେ ଜ୍ବାଇଁ ର ଉନ୍ମୋତକାଣ୍ଡ । ହତ୍ୟା ଉଦେଶ୍ୟ ରେ ସ୍ତ୍ରୀ କୁ ଛୁରୀ ରେ ଆକ୍ରମଣ କଲା ସ୍ୱାମୀ। ଆକ୍ରମଣ ରେ ସ୍ତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ଘଟଣାସ୍ଥଳରୁ ସ୍ବାମୀ  ମାନସ ରଂଜନ ମହାପାତ୍ର ଚମ୍ପଟ ମାରିଛି। ପୂର୍ବରୁ ହତ୍ୟା ଉଦେଶ୍ୟ ରେ ଯୋଜନାବଦ୍ଧ ଭାବେ ଛୁରୀ ଆଣି ଆସିଥିଲା ସ୍ବାମୀ। ଗତ କାଲି ସନ୍ଧ୍ୟା ୭ଟା ସମୟରେ ପିପିଲି ଦୁର୍ଗାଦାସ ପୁର ଜମାଲପୁର ଗ୍ରାମ ରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗୁରୁତର ଆହତ ରିନା ମହାପାତ୍ର (୩୦) ଙ୍କୁ ପରିବାର ଲୋକେ  ସ୍ଥାନୀୟ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା  କରିବା ପରେ ପିପିଲି ଥାନା ରେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ ମଙ୍ଗଳପୁର ପଂଚାୟତ ଜମାଲପୁର ଗ୍ରାମ ର ଶତୃଘ୍ନ ସାହୁ (୬୮) ଙ୍କ ମଝିଆଁ ଝିଅ ରିନା ମହାପାତ୍ର (୩୦)  ୧୫ବର୍ଷ ପୂର୍ବେ ଜଟଣୀ ବେଲପଡା ଗ୍ରାମ ର ଗିରିଧାରୀ ମହାପାତ୍ର ଙ୍କ ପୁଅ ମାନସ ରଂଜନ ମହାପାତ୍ର (୩୨) ଙ୍କ ସହ ବୈଦିକ ରୀତିରେ ବିବାହ ହୋଇଥିଲା।  ଏବେ ସେମାନଙ୍କ ଦୁଇଟି ୧୩ ଓ ୬ ବର୍ଷ ର ଝିଅ ରହିଥିବା ବେଳେ ଗତ କିଛି ବର୍ଷ ପୁର୍ବରୁ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ ସୃଷ୍ଟି ହୋଇଥିଲା। ଯାହାକୁ ନେଇ ସ୍ତ୍ରୀ ରିନା ଗତ ତିନି ବର୍ଷ ହେବ ଦୁଇ ଝିଅଙ୍କ ସହ ଜମାଲପୁର ବାପା ଘରେ ରହୁଥିଲେ। ତେବେ ଗତ କାଲି ସନ୍ଧ୍ୟା ରେ ହଠାତ୍ ସ୍ବାମୀ ମାନସ ରଂଜନ ମହାପାତ୍ର ଶଶୁର ଘରେ ପହଁଚି ଛୁରୀ ରେ ବେକ , ଓ ପେଟକୁ  ଆକ୍ରମଣ କରିଥିଲା। ରିନା 
ଚିକିତ୍ସା ପରେ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରି ଥିବା ବେଳେ ଏ ନେଇ ପିପିଲି ଥାନା ରେ ଲିଖିତ ଅଭଯୋଗ କରିଛନ୍ତି ରିନା ଓ ତାଙ୍କ ବାପ ଘର୍ ଲୋକେ ।
ଅଧିକ ଜାଣିବା ପାଇଁ ଆମ ସହିତ ସମ୍ପର୍କ ରଖି ଆମକୁ ଉତ୍ସାହ କରନ୍ତୁ ।theruralnewsodia କୁ suscribe କରନ୍ତୁ । ଆପଣଙ୍କ ଅଞ୍ଚଳ ର ବିଭିନ୍ନ ସମସ୍ୟା ଖବର ପାଇଁ ଉପଯୋଗୀ ଥିଲେ ଆମକୁ ଜଣାନ୍ତୁ । Whatsapp number: 9090294241
9937261020

Post a Comment

0 Comments