ପୁରୀ: ଘରୋଇ ଶିକ୍ଷାନୁଷ୍ଠାନରୁ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ପୂର୍ବତନ ପ୍ରଧାନଶିକ୍ଷକ ଙ୍କ ନାଁ ରେ ସଙ୍ଗୀନ ଅଭିଯୋଗ ।ସାମ୍ବାଦିକ ସମ୍ମିଳନୀ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ସହିତ ଗିରଫ ଦାବି କଲା ବିଦ୍ୟାଳୟ କମିଟି।
ବାଣୀ ବିଦ୍ୟା ମନ୍ଦିର ରୁ ଜାଲିଆତି କରି ଲକ୍ଷାଧିକ ଟଙ୍କା ଠକି ନେଇଥିବା ପ୍ରଧାନ ଶିକ୍ଷକ ଙ୍କ ବିରୁଦ୍ଧରେ ସାମ୍ବାଦିକ ସମ୍ମିଳନୀ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଘରୋଇ ଶିକ୍ଷା ଅନୁଷ୍ଠାନ କମିଟି । ଆଜି ପିପିଲି ଜଇଶପାଟଣା ସ୍ଥିତ ବାଣୀ ବିଦ୍ୟା ମନ୍ଦିର ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ପୂର୍ବତନ ପ୍ରଧାନଶିକ୍ଷକ ଗିରିଶ ଚନ୍ଦ୍ର ସ୍ବାଇଁ ଙ୍କ ନାମରେ ଜାଲିଆତି ଓ ସାଢେ଼ ୬ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଠକେଇ ଭଳି ସଙ୍ଗିନୀ ଅଭିଯୋଗ ହୋଇଛି । ୨୦୦୫ ମସିହାରୁ ଜଇଶପାଟଣା ଠାରେ ଆରମ୍ଭ ହୋଇଥିବା ବାଣୀ ବିଦ୍ୟା ମନ୍ଦିର ଶିକ୍ଷା ଅନୁଷ୍ଠାନ ରେ ନିକଟସ୍ଥ ଜଗନ୍ନାଥପୁର ଗ୍ରାମ ର ଗିରିଶ ଚନ୍ଦ୍ର ସ୍ବାଇଁ ୨୦୧୭ ରୁ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ଵ ନେଇଥିଲେ । କମିଟି କୁ ବିଦ୍ୟାଳୟ ଆୟବ୍ୟୟ ର ହିସାବ ଦିର୍ଘ ବର୍ଷ ହେବ ଅନ୍ଧାର ରେ ରଖି ଠକାମୀ ର ସାମ୍ରାଜ୍ୟ ଆରମ୍ଭ କରିଥିଲେ ପ୍ରଧାନ ଶିକ୍ଷକ ଗିରିଶ ବୋଲି ଆଜି ସାମ୍ବାଦିକ ସମ୍ମିଳନୀ ରେ ଅଭିଯୋଗ କରିଛି ଶିକ୍ଷାନୁଷ୍ଠାନ ପରିଚାଳନା କମିଟି । ଚଳିତ ବର୍ଷ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପରେ ଅଚାନକ ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ହ୍ବାଟସପ୍ ରେ ରିଜାଇନ ପତ୍ର ଦେଇ ସମସ୍ତ କମିଟି ସଦସ୍ୟ ଙ୍କ ମନରେ ସନ୍ଦେହ ବଢ଼ାଇଥିଲେ । ହିସାବ ମାଗିବାରୁ ବିଭ୍ରାନ୍ତିକର ମନ୍ତବ୍ୟ ଦେଇ କମିଟି କୁ ଭୁଆଁ ବୁଲାଉଥିବା ବେଳେ ଅନେକ ଅଭିଭାବକ ମାନଙ୍କୁ ମିଥ୍ୟା ପ୍ରଲୋଭନ ଦେଇଥିବା ଅଭିଯୋଗ ହୋଇଛି । ଦିର୍ଘ ୭ବର୍ଷ ଦାଇତ୍ୱ ମଧ୍ୟରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦରମା ରେ ଠକେଇ କରିବା, କୋମଳମତି ଶିଶୁ ଙ୍କୁ ଗୁଣାତ୍ମକ ଶିକ୍ଷାଦାନ ଠାରୁ ନିଜକୁ ଦୁରେଇ ରଖିବା, ବିଦ୍ୟାଳୟ ର ୭ ବର୍ଷ ର ବକେୟା ଅର୍ଥ ୬ଲକ୍ଷ ୭୪ ହଜାର ଟଙ୍କାକୁ ଆତ୍ମସାତ କରିଦେବା ଭଳି ସଙ୍ଗୀନ ଅଭିଯୋଗ ପୂର୍ବତନ ପ୍ରଧାନ ଶିକ୍ଷକ ଗିରିଶ ଚନ୍ଦ୍ର ସ୍ୱାଇଁ ଙ୍କ ନାଁ ରେ ହୋଇଛି । ତେବେ ଅଭିଯୋଗ କୁ ଭିତ୍ତିକରି ପିପିଲି ଥାନାରେ ୨୮୩/୨୫ ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଗିରିଶ ସ୍ବାଇଁ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ଗିରଫ ଦାବି କରିଛି ବିଦ୍ୟାଳୟ ପରିଚାଳନା କମିଟି । ତେବେ ଏହି ସାମ୍ବାଦିକ ସମ୍ମିଳନୀ ରେ ସଭାପତି ଅର୍ଜୁନ ମହାରଣାଙ୍କ ସହ କମିଟି ସମ୍ପାଦକ ନିର୍ମଳ ଚନ୍ଦ୍ର ପାଢ଼ୀ ଓ ସହ ସମ୍ପାଦକ ସୁରେନ୍ଦ୍ର ରାଉତ ଙ୍କ ସହ ବିଦ୍ୟାଳୟ ଅଭିଭାବକ , ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ।
0 Comments