Header Ads Widget



BREAKING NEWS

6/recent/ticker-posts

ଡ଼ିଜେ ସାଉଣ୍ଡ ନେଇଯିବ କେତେ ବେଳେ ଜୀବନ !

         
ପୁରୀ:ଡ଼ିଜେ ସାଉଣ୍ଡ ନେଇଯିବ କେତେ ବେଳେ ଜୀବନ ! ପିପିଲି ରେ ଡ଼ିଜେ ଉପରେ କଟକଣା ନାହିଁ ପ୍ରଶାସନ ର  । ବିବାହ ଶୋଭାଯାତ୍ରା ରେ ଅନୁମତି ପ୍ରଦାନ କରାଯାଇ ଥିବା ଆଳରେ ରାସ୍ତା ଉପରେ ଡ଼ିଜେ ସାଉଣ୍ଡ ର ଅତ୍ୟଧିକ ସାଉଣ୍ଡ ଯେ କେତେବେଳେ ଯେ ଜୀବନ ନେଇ ଯିବ ଏଭଳି ଆଶଙ୍କା କୁ ଏଡାଇ ଦିଆ ଯାଇ ନ ପାରେ । ଭୁବନେଶ୍ୱର ପୁରୀ  ପିପିଲି ହାଟ ଛକ ଠାରୁ ବ୍ଲକ ଛକ ମଧ୍ୟରେ ତିନି ଟି କଲ୍ୟାଣ ମଣ୍ଡପ ରହିଥିବା ବେଳେ ହାଟ ଛକ ଠାରୁ ଡେଲାଙ୍ଗ ଛକ ମଧ୍ୟରେ  ପ୍ରାୟ ୩ ଟି ମଣ୍ଡପ ରହିଛି । ବିବାହ ସିଜିନ ରେ ଉକ୍ତ ମଣ୍ଡପ ଗୁଡିକ ରେ ପ୍ରାୟ ବିବାହ ପାଇଁ ବୁକିଙ୍ଗ ରହୁଥିବା ବେଳେ ପ୍ରତ୍ୟେକ ଦିନ ପ୍ରାୟ ୬ ଟି ଡ଼ିଜେ ଏହି ବିବାହ କାର୍ଯ୍ୟ ରେ ଵ୍ୟଵହାର କରାଯାଉଛି ।ଏଥିରୁ ଅନୁମାନ କରାଯାଇ ପାରେ ପ୍ରାୟ ଏକ କିଲୋମିଟର ରାସ୍ତା ଉପରେ ଯାତାୟାତ କରୁଥିବା ଲୋକ ମାନଙ୍କ ଉପରେ ଏହାର କିଭଳି ପ୍ରଭାବ ପଡୁଥିବ ? କେବଳ ରାସ୍ତା ଉପରେ ନୁହେଁ ଏହି ରାସ୍ତା ପାର୍ଶ୍ଵ ରେ ଥିବା ବୟସ୍କ  ବୃଦ୍ଧ ବୃଦ୍ଧା, ଶିଶୁ,ରୋଗୀ, ଛାତ୍ର ଛାତ୍ରୀଙ୍କ ଉପରେ ଏହି ଡ଼ିଜେ ସାଉଣ୍ଡ ର କିଭଳି ପ୍ରଭାବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଡ଼ିଜେ ସାଉଣ୍ଡ ପାଇଁ ରାଜ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଅକାଳ ରେ ବହୁ ଅମୂଲ୍ୟ ଜୀବନ ଚାଲିଯାଇଛି ।ଯଦିଓ କିଛି ଘଟଣା ପରେ ପ୍ରଶାସନ ଆକ୍ଟିଭ ହେଉଛି କିନ୍ତୁ ପିପିଲି ରେ ଖୁଲମ ଖୁଲା ଡିଜେର ସାଉଣ୍ଡ ଲୋକଙ୍କୁ ଅତିଷ୍ଠ କରିଥିବା ବେଳେ ଏହା ଉପରେ ରୋକ ଲାଗି ପାରୁନାହିଁ। ପ୍ରଶାସନ ର ନୀରବତା ପିପିଲି ରେ ଡ଼ିଜେ ପାଇଁ କେତେବେଳେ ଯେ କାହାର ଜୀବନ ନେଇ ଯିବ ଏଥିରେ ଦ୍ବିମତ ନାହିଁ ।

Post a Comment

0 Comments