ପୁରୀ; ପାକିସ୍ଥାନ କୁ ଦେଶର ଗୁପ୍ତ ତଥ୍ୟ ଦେବା ଅଭିଯୋଗରେ ଗିରଫ ହୋଇଛନ୍ତି ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଏବଂ ତାଙ୍କର ପାଞ୍ଚଜଣ ସାଥି। ହରିୟଣାରେ ପୋଲିସ ତାଙ୍କୁ ଏବଂ ତାଙ୍କର ପାଞ୍ଚଜଣ ସାଥିଙ୍କୁ ଗିରଫ କରିଛି। ତେବେ ଚର୍ଚ୍ଚାର ବିଷୟ ହେଉଛି ଜ୍ୟୋତି ମାଲହୋତ୍ରା ପୁରୀ ଆସିଥିଲେ। ଜ୍ୟୋତି ମାଲହୋତ୍ରା ୨୦୨୩ ମସିହାରେ ପାକିସ୍ତାନ ଯାଇଥିବା ବେଳେ ସେଠାରେ ପାକିସ୍ତାନ ଦୂତାବାସ କର୍ମଚାରୀଙ୍କ ସହ ସମ୍ପର୍କରେ ଆସିଥିଲେ। ସେଠାରେ ପାକିସ୍ତାନ ଦୂତାବାସ କର୍ମଚାରୀଙ୍କୁ ସେ ଦେଶର ଗୁପ୍ତ ତଥ୍ୟ ଦେଇଥିବା ଅଭିଯୋଗ ହୋଇଛି। ଏଣୁ ହରିୟଣା ରେ ପୋଲିସ ତାଙ୍କୁ ଗିରଫ କରିଛି।
ସୁଚନା ଥାଉକି ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରି ଗିରଫ ହୋଇଥିବା ଜ୍ୟୋତି ମାଲହୋତ୍ରା ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ସିଂହଦ୍ବାରରେ ଫଟୋ ଓ ଭିଡିଓ ଉଠାଇଥିଲେ । ପୁରୀ ବେଳାଭୂମି ବୁଲିବା ସହ ସେଠାରେ ଭିଡିଓ ଏବଂ ଫଟୋ ଉଠାଇଥିଲେ ଜ୍ୟୋତି । ଯାହାର ଭିଡିଓ ଓ ଫଟୋକୁ ସେ ନିଜ ସୋସିଆଲ ମିଡ଼ିଆ ରେ ଛାଡ଼ିଥିଲେ । ଜ୍ୟୋତି ପୁଲିସ ଦ୍ବାରା ଗିରଫ ହେବା ପୁରୀ ଆସିବାକୁ ନେଇ ଖୋଳତାଡ। ଆରମ୍ଭ ହୋଇଛି । ସେ କେବେ ପୁରୀ ଆସିଥିଲେ? କେଉଁ ହୋଟେଲରେ ରହିଥିଲେ ? ଯଦି ହୋଟେଲରେ ରହିଥିଲେ, ତେବେ କେଉଁ ହୋଟେଲରେ ରହିଥିଲେ? କାହା ସହିତ ପୁରୀ ଆସିଥିଲେ? ଏ ସବୁଦିଗକୁ ଅନୁଧ୍ୟାନ କରି ତଦନ୍ତ ଆରମ୍ଭ ହୋଇଛି। ଚର୍ଚ୍ଚା ହେଉଛି ପୁରୀ ର ଜଣେ ଯୁବତୀ ଜ୍ୟୋତିଙ୍କ ସଂପର୍କରେ ଥିଲେ । ଚଳିତବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ରଥଯାତ୍ରା ରେହେବାର ସମ୍ଭାବନା ରହିଛି । ପୁରୀ ଜ୍ୟୋତି କିଛି ତଥ୍ୟ କାହାକୁ ଦେଇଛନ୍ତି କି ଏମିତି ଅନେକ ପ୍ରଶ୍ନ ଜିଲ୍ଲା ପୋଲିସ୍ ମୁଣ୍ଡବିନ୍ଧା ର କାରଣ ପାଲଟିଛି।
0 Comments