ପୁରୀ: ନିମାପଡା ରେ ତ୍ରିରଙ୍ଗା ଯାତ୍ରା ଆଳରେ ରାଜନେତାଙ୍କ ଶକ୍ତି ପ୍ରଦର୍ଶନ କୁ ନେଇ ଚର୍ଚ୍ଚା ଜୋର ଧରିଛି ।
ବିଜେପି ର ଦୁଇ ହେଭିଓଏଟ ନେତା ଭିନ୍ନ ଭିନ୍ନ ହୋଇ ତ୍ରିରଙ୍ଗା ଯାତ୍ରା କରିବା କୁ ନେଇ ଉଠିଲା ପ୍ରଶ୍ନ । ଭାରତର ବୀର ସୈନିକ ଙ୍କ ଉଦ୍ଦେଶ୍ୟ ରେ ଆୟୋଜନ ହେଉଥିବା ଏହି ତ୍ରିରଙ୍ଗା ଯାତ୍ରା କୁ ନିମାପଡା ବିଧାୟିକା ତଥା ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ବିଜେପି ର ମୁଖପତ୍ର ସମୀର ରଂଜନ ଦାଶ ପୃଥକ ପୃଥକ ଭାବରେ ଯୋଗ ଦେବା ବିଜେପିର ଭିତରେ ଥିବା ଅନ୍ତକନ୍ଦଳ କୁ ପଦାରେ ରେ ପକାଇଛି ।
ପହଲଗାମ ଆତଙ୍କୀ ଆକ୍ରମଣ ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଥିଲା । ଏହାର ଜବାବରେ ଭାତରୀୟ ସେନା ଅପରେସନ ସିନ୍ଦୁର ମାଧ୍ୟମରେ ପାକିସ୍ଥାନରେ ଲୁଚିଥିବା ଆତଙ୍କବାଦୀ ଙ୍କ ଆଡା ରେ ମୁଂହ ତୋଡ ଜବାବ ଦେଇଥିଲା। । ଭାରତୀୟ ସେନାର ମନୋବଳକୁ ବଢାଇବା ଲାଗି ଦେଶ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଯାତ୍ରା କରାଯାଉଛି । ଏହି ଅବସରରେ ନିମାପଡା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତ୍ରିରଙ୍ଗା ଯାତ୍ରା କରାଯାଇଥିବା ବେଳେ ବିଜେପି ପକ୍ଷରୁ ତ୍ରିରଙ୍ଗା ଯାତ୍ରା ଆୟୋଜନ କରାଯାଇ ଥିଲା। ନିମାପଡା ବିଧାୟିକା ତଥା ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଙ୍କ ଆହ୍ନ୍ନନ କ୍ରମେ ବିଜେପି ପକ୍ଷରୁ ତ୍ରିରଙ୍ଗା ଯାତ୍ରା ଆୟୋଜନ କରାଯାଇ ଥିଲା। ମାତ୍ର ଏହି ଶୋଭାଯାତ୍ରା ରେ ସମୀର ରଂଜନ ଦାଶ ନିଜକୁ ସାମିଲ କରି ନଥିବା ବେଳେ ତାଙ୍କ ସମର୍ଥକ ମାନେ ମଧ୍ୟ ଏଥିରୁ ନିଜକୁ ଦୂରେଇ ରଖିଥିଲେ । ମାତ୍ର ନିମାପଡା ସହୀଦ ସ୍ମୃତି ସଂସଦ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ସମୀର ଙ୍କ ନେତୃତ୍ଵ ରେ ବାହାରିବା ଓ ବିଭିନ୍ନ ସଂଗଠନ ନିଜକୁ ଏଥିରେ ସାମିଲ କରିବା ପରେ ନିମାପଡା ବିଜେପି ର ଅନ୍ତକନ୍ଦଳ ଥିବା , ପ୍ରଭାତୀ ଓ ସମୀର ଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଲାଗି ରହିଥିବା ସ୍ପଶ୍ଟ ବାରି ହୋଇ ପଡୁଥିବା ବେଳେ ତ୍ରିରଙ୍ଗା ଶୋଭାଯାତ୍ରା ଆଳରେ ନିମାପଡ଼ାରେ ବିଜେପିର ରାଜନେତା ମାନେ ନିଜ ନିଜର ଶକ୍ତି ପ୍ରଦର୍ଶନ କରୁଥିବା ନେଇ ଚର୍ଚ୍ଚା ହେଉଛି ।
0 Comments