ପିପିଲି : ଭାଇରଲ ହେଉଛି ଠିକାଦାର ଙ୍କ ମନମାନୀ । ମନମୁଖୀ କାମର ଭାଇରାଲ ଭିଡ଼ିଓ ଏବେ ମୋବାଇଲ ରୁ ମୋବାଇଲ ଘୃରି ବୁଲୁଛି । ପିପିଲି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପରିସର ରେ ପୂର୍ତ୍ତ ବିଭାଗ ପକ୍ଷରୁ ଏକ ଗୁରୁତ୍ଵପୁର୍ଣ୍ଣ ବିଲଡିଂ ଗୃହ ନିର୍ମାଣ କରୁଛି ଠିକାଦାର । ଆଜି ଛୁଟି ଦିନ ରେ ବିଭାଗୀୟ ଅଧିକାରୀ ଙ୍କ ଅନୁପସ୍ଥିତ ରେ ହେଉଛି ଛାତ ଢ଼ଲ୍ଲେଇ କାମ । ଯାହାର ଫାଇଦା ନେଇ ମନଇଚ୍ଛା କାମ କରୁଛି ଠିକାଦାର । ସରକାରୀ ମାଲ ଦରିଆ ମେ ଡାଲ୍ ନ୍ୟାୟ ରେ ଚାଲିଛି ଛାତ କାମ । ଦେଖନ୍ତୁ ଭଲ କରି ଏହି ଦୃଶ୍ୟକୁ କିଭଳି ନିୟମ କୁ ଖୋଲା ଖୋଲି କରାଯାଉଛି ଉଲଘଂନ। ପ୍ରାୟ ଦେଢ଼ ଫୁଟ ଓସାର ରଡ୍ ବାଇଣ୍ଡିଙ୍ଗ ଛାତ ଢ଼ଲେଇ କାମ ହେଉଥିବା ଭିଜୁଆଲ ଭାଇରଲ ହେଉଥିବା ବେଳେ ମାତ୍ର ଦୁଇ ଇଞ୍ଚ ରେ ଢ଼ଲ୍ଲେଇ ପକାଯାଉଛି ।
ଗୁରୁତ୍ଵ ପୁର୍ଣ୍ଣ କଥା ହେଉଛି ସାଗର ସିମେଣ୍ଟ ରେ ଛାତ କାମ ହେଉଥିବା ବେଳେ ଛାତ ର ସ୍ଥାୟୀତ୍ବ କୁ ନେଇ ପ୍ରଶ୍ନ ଉଠିଛି । ବିଶେଷ କରି ପିପିଲି ରେ ରେ ଅତିରିକ୍ତ ଭାବେ ଦାୟିତ୍ଵ ରେ ଥିବା ଦୁଇ ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତ ଠିକାଦାର ଙ୍କୁ କଙ୍କଡା କୁ ଗୋଳି ପାଣି ସୁହାଇଲା ଭଳି ସହଯୋଗ କରୁଛି । ଅନ୍ୟପଟେ ବିଭାଗୀୟ ଯନ୍ତ୍ରୀ ଏ ନେଇ ନୀରବ ରହିବା ନିମ୍ନ ମାନର କାମ କୁ ପ୍ରୋତ୍ସାହିତ କରୁଛି ବୋଲି ଚର୍ଚ୍ଚା ଜୋର ଧରି ଥିବା ବେଳେ ଉକ୍ତ କାମର ତଦନ୍ତ କରି କାମର ଯାଞ୍ଚ କରିବା ପାଇଁ ସାଧାରଣ ରେ ଦାବି ହେଉଥିବା ବେଳେ ସମ୍ପୁକ୍ତ ଅଧିକାରୀ ଓ ଠିକାଦାର ଙ୍କ ବିରୁଦ୍ଧରେ ସରକାର କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାକୁ ଅପେକ୍ଷା।
0 Comments