Header Ads Widget



BREAKING NEWS

6/recent/ticker-posts

ମହିଳା ଆରଆଇ ଙ୍କୁ କେବେ ମିଳିବ ନ୍ୟାୟ

                    
ପୁରୀ:ମହିଳା ଆରଆଇ ଙ୍କୁ ଅସଦାଚରଣ ଘଟଣାରେ ଆଗେଇ ପାରୁନାହିଁ ତଦନ୍ତ । ତଦନ୍ତ ପୂର୍ବରୁ ଅତିରିକ୍ତ ତହସଲଦାର ଙ୍କୁ ବଦଳି ପରେ ଏବେ ଗଠନ ହୋଇଥିବା ଇଣ୍ଟରନାଲ କମିଟି କୁ ତଦନ୍ତ ରେ ଉପୁଜିଛି ବାଧା । ସୂଚନାନୁସାରେ ପିପିଲି ଅତିରିକ୍ତ ତହସିଲଦାର ପ୍ରବୋଧ ମହାନ୍ତିଙ୍କ ବିରୋଧରେ ମହିଳା ଆରଆଇ ଜଣକ ଅସଦାଚରଣ ଅଭିଯୋଗ ଆଣିବା ପରେ ଏନେଇ ପିପିଲି ଥାନାରେ ମାମଲା ରୁଜୁ ହେବା ସହ ତହସିଲଦାର ଙ୍କ ନିର୍ଦ୍ଦେଶକ୍ରମେ ଏକ ସେକ୍ସୁଆଲ ହାରସମେଣ୍ଟ କମିଟି ତଦନ୍ତ କମିଟି ଗଠନ ହୋଇଥିଲା। ଏହି ଟିମ ମେ ୨୭ତାରିଖ ଦିନ ଉଭୟ ପକ୍ଷ ଙ୍କ ଉପସ୍ଥିତ ରେ ଘଟଣାର ତଦନ୍ତ ରିପୋର୍ଟ ପ୍ରଦାନ କରିଥାନ୍ତେ।ଅସଦାଚରଣ ଅଭିଯୋଗ ପରେ ହଠାତ୍ ଅତିରିକ୍ତ ତହସିଲଦାରଙ୍କୁ ବଦଳୀ କରିବା ଘଟଣା ପିପିଲିବାସୀଙ୍କ ମନରେ ଘଟଣାକୁ ନେଇ ସନ୍ଦେହ ବଢିଥିବା ବେଳେ ସେ ତଦନ୍ତ କମିଟି ରେ ହାଜର ନହୋଇ ଛୁଟିରେ ଥିବା  କାରଣ ରୁ  ତଦନ୍ତ ହୋଇପାରୁନଥିବା ଅନୁମାନ କରାଯାଉଛି। ଏହି ୪ଜଣିଆ କମିଟିରେ ପିପିଲି ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ସିଡିପିଓ, ଅତିରିକ୍ତ ତହସିଲଦାର ଏବଂ ସେକ୍ସସନ ଅଫିସର ରହିଛନ୍ତି। ସେମାନେ ପୁର୍ନବାର ତଦନ୍ତ ପାଇଁ ଆଜି ତହସିଲଦାରଙ୍କୁ ଚିଠି କରିଥିବା ଜଣାପଡିଛି। ଏହି ଘଟଣା ଏବେ ରୋଚକ ମୋଡ ନେଉଥିବା ବେଳେ ଘଟଣାକୁ ଚାପୀ ଦେବାକୁ ଚାପ ପଡୁଛି  ବୋଲି ପିପିଲିରେ ଆଲୋଚନାର ବିଷୟ ପାଲଟିଛି। ସେପଟେ ମହିଳା ଆରଆଇ ଙ୍କୁ ନ୍ୟାୟ ପ୍ରଦାନ କରିବାରେ ଇଣ୍ଟରନାଲ କମିଟି ସିସି ଟିଭି ଫୁଟେଜ କୁ ଆଧାର କରି ତଦନ୍ତ ଆରମ୍ଭ କଲେ ଅନେକ ତଥ୍ୟ ସାମ୍ନାକୁ କୁ ଆସି ପାରନ୍ତା ଓ ମହିଳା ଆର ଆଇ ଙ୍କୁ ନ୍ୟାୟ ମିଳି ପାରନ୍ତା ବୋଲି ଆଶା କରାଯାଉଛି। ବିରୋ ରିପୋର୍ଟ ଦି ରୁରାଲ ନିୟୁଜ୍ ଓଡ଼ିଆ ।

Post a Comment

0 Comments