ପିପିଲି ; ପିପିଲି ରେ ଜୋର୍ ଧରିଲା ଫଳକ ରାଜନୀତି । ପିପିଲି ପୁଲିସ ବିଜେପିର ହାତ ବାରିଶି ସାଜିଛି ବୋଲି ଅଭିଯୋଗ କଲା ବିଜେଡ଼ି । ପିପିଲି ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ୱର ବାର ରେ ଫଳକ ଭଙ୍ଗା ଅଭିଯୋଗ ରେ ପିପିଲି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଓ ବିଜେଡି କାଉନ୍ସିଲର ଙ୍କ ନାମରେ ମାମଲା ପରେ ବିଜେଡ଼ିର ପ୍ରତିନିଧି ଦଳ ଆଜି ଅପରାହ୍ନ ରେ ପିପିଲି ଥାନାରେ ପହଞ୍ଚିଥିଲା। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଜିଲ୍ଲା ବିଜେଡ଼ି ସଭାପତି ଉମାକାନ୍ତ ସାମନ୍ତରାୟ ଙ୍କ ନେତୃତ୍ଵ ରେ ବିଜେଡ଼ି ର ନେତୃତ୍ଵ ମାନେ ପହଞ୍ଚି ପିପିଲି ପୋଲିସ ସହିତ ଆଲୋଚନା କରିଥିଲେ । ମିଥ୍ୟା ଅଭିଯୋଗ ରେ ଅଧ୍ୟକ୍ଷ ଙ୍କ ସମେତ କାଉନ୍ ସିଲର ଙ୍କ ନାମରେ ମାମଲା ରୁଜୁ କରାଯାଇ ଥିବା ଓ ପୁଲିସ୍ କେଉଁ ପ୍ରମାଣ ରେ ମାମଲା ରୁଜୁ କରିଛି ? ବିଜେପି ପିପିଲି ବିଜ୍ଞାପିତ ଅଞ୍ଚଳ ପରିଷଦ ସମ୍ମୁଖ ରେ ବିନା ଅନୁମତି ରେ କିଭଳି ବିକ୍ଷୋଭ ପ୍ରଦର୍ଶନ କଲା ? ବୋଲି ପ୍ରଶ୍ନ କରିଥିଲା ବିଜେଡ଼ି । ପିପିଲି ରେ ଗତ କିଛି ମାସ ଧରି ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡି ଯାଇ ଥିବା ବେଳେ ପିପିଲି ପୁଲିସ୍ ବିଜେପି ର ହାତ ବାରିଶି ସାଜି ବିଜେଡ଼ି ଲୋକ ଙ୍କ ନାମରେ ବିଜେପି କଥା ରେ ଆଖି ବୁଝି ମାମଲା ରୁଜୁ କରୁଛି ବୋଲି ବିଜେଡ଼ି ଅଭିଯୋଗ କରିଥିବା ବେଳେ ପୋଲିସ ଆଇନ ଅନୁସାରେ କାମ କରୁ ବୋଲି କହିଛି । ବିଜେଡ଼ି ର ଏହି ପ୍ରତିନିଧି ଦଳ ରେ ରାଜ୍ୟ ସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ସଂଜୟ ଦାସ ବର୍ମା, ତୁଷାରକାନ୍ତି ବେହେରା,ରୁଦ୍ର ପ୍ରତାପ ମହାରଥୀ, ସୁବତ୍ର ଛାଟୋଇ ଙ୍କ ସମେତ ବିଜେଡ଼ିର ବହୁ ତୁଙ୍ଗ ନେତା ଏଥିରେ ନିଜକୁ ସାମିଲ କରିଥିଲେ ।ସେପଟେ ବିଜେଡ଼ି ର ଅଭିଯୋଗକୁ ପିପିଲି ପୁଲିସ୍ ଖଣ୍ଡନ କରିଥିବା ବେଳେ ପୋଲିସ ଆଇନ ଅନୁଯାୟୀ କାମ କରୁଛି ବୋଲି କହିଛି ।
0 Comments