Header Ads Widget



BREAKING NEWS

6/recent/ticker-posts

ଟେନସନ ଦେବ କି ଦୁର୍ବଳ ନଦୀବନ୍ଧ । ବେଆଇନ ।

      
ପୁରୀ : ଟେନସନ ଦେବ କି ଦୁର୍ବଳ ନଦୀବନ୍ଧ । ବେଆଇନ ବାଲି ଚାଲାଣ ପାଇଁ କଟାଯାଇ ଥିବା ନଦୀ ବନ୍ଧ ବନ୍ୟା କୁ କରି ପାରିବ ତ ମୁକାବିଲା ? ନଦୀରେ ବନ୍ୟା ଜଳ ପ୍ରଭାବିତ ହେଉଥିବା ବେଳେ ତରବରିଆ ଭାବରେ ରାତି ଅଧରେ ନଦୀ ବନ୍ଧ କୁ କରାଯାଇ ଥିବା ମରାମତି ଆଣି ଦେବ ନାହିଁ ତ ଵିପଦ ,ଏଭଳି ଆଶା ଆଶଙ୍କାରେ ଅଛନ୍ତି ନଦୀ କୂଳିଆ । ସେପଟେ ଭାର୍ଗବୀ  ନଦୀ ରୁ ପ୍ରାୟ ୩୦ କୋଟି ଟଙ୍କାର ବେଆଇନ ବାଲି ଚୋରା ଚାଲାଣ କରାଯାଇ ଥିବା ଅଭିଯୋଗ ଆଣିଲେ ଆଇନଜୀବୀ ଦିଲୀପ ପଟ୍ଟନାୟକ ।
  ବେଆଇନ ବାଲି ଚୋରା ଚାଲାଣ ରେ ମା ଲେ ମାଲ ମାଫିଆ, ଦୁର୍ବଳ ହୋଇଛି ନଦୀ ବନ୍ଧ । ଭାର୍ଗବୀ ଓ ଦୟା ନଦୀ ରେ ବେଆଇନ ବାଲି ଚୋରା ଚାଲାଣ ପାଇଁ ନଦୀ ବନ୍ଧ ଦୁର୍ବଳ ହୋଇ ଥିବା ଆଶଙ୍କା କରିଛନ୍ତି ନଦୀ କୂଳିଆ । ବିଶେଷ କରି ଭାର୍ଗବୀ ନଦୀ ରେ ବେଆଇନ ବାଲି ଚୋରା ଚାଲାଣ ପାଇଁ ନଦୀ ବନ୍ଧ କୁ ୨୦ ରୁ ଉର୍ଦ୍ଧ ସ୍ଥାନରେ କଟା ଯାଇ ବାଲି ଚାଲାଣ ହେଉଥିବା ବେଳେ ନଦୀ ରେ ପାଣି ଆସିବା ଯୋଗୁଁ ରାତି ଅଧିଆ ମରାମତି କାମ କରାଯାଇଛି । କିନ୍ତୁ ଏହି ମରାମତି ପ୍ରଖର ବନ୍ୟା ସୋତ୍ର କୁ ମୁକାବିଲା କରି ପାରିବ କି ନାହିଁ ଏହି ଆଶା ଆଶଙ୍କାରେ ଅଛନ୍ତି ନଦୀ କୂଳିଆ । ବିଶେଷକରି  ଜଳ ସେଚନ ବିଭାଗ ଅଧୀନ ରେ ଥିବା ନଦୀ ବନ୍ଧ କଟା ଯାଇଥିଲେ ମଧ୍ୟ ଜଳ ସେଚନ ବିଭାଗ ଅଧିକାରୀ କଣ ପାଇଁ ନୀରବ ରହିଥିଲେ  ବୋଲି ପ୍ରଶ୍ନ କରିଛନ୍ତି ନଦୀ କୂଳିଆ । ମାଇନ୍ସ ବିଭାଗ,ତହସିଲ୍ ପ୍ରଶାସନ ,ପୋଲିସ ଭଳି ଜଳ ସେଚନ ବିଭାଗୀୟ ଅଧିକାରୀଙ୍କ ପାଇଁ ବେଆଇନ ବାଲି ଚୋରା ଚାଲାଣ ହେଉଥିବା ବେଳେ ଦୁର୍ବଳ ହୋଇଛି ନଦୀ ବନ୍ଧ ବୋଲି ଅଭିଯୋଗ ହୋଇ ଥିଲା। ମାତ୍ର ଏଥିରେ କେହି ଦୁଷ୍ଟି ଦେଇ ନଥିଲେ ,ଏଣୁ ବନ୍ୟା ଆସିଲେ ଵିପଦ ଆସିବ ବୋଲି ଆଶଙ୍କା କରାଯାଉଛି। ସମସ୍ତେ ମିଳିମିଶି ବାଲି ଲୁଟ କରିବା କାରଣ ରୁ ସମସ୍ତ ଙ୍କ ନୀରବ ପରେ ବାଧ୍ୟହୋଇ ଆଇନ ର ଦ୍ୱାରସ୍ଥ ହୋଇଛନ୍ତି 
 ଆଇନଜୀବୀ । ଆଇନଜୀବୀ ଅଭିଯୋଗ କରିଛନ୍ତି କେବଳ  ଭାର୍ଗବୀ ନଦୀ ରୁ 30 /୪୦ କୋଟି ଟଙ୍କାର   ବାଲି ଚୋରି କରାଯାଇଛି ।  ବାଲି ଚୋରା ଚାଲାଣ ରୋକିବା ପାଇଁ ପଦକ୍ଷେପ ନେବା ତ ଦୂରର କଥା ଏଥି ପ୍ରତି କାହାରି ଦୃଷ୍ଟି ନାହିଁ ,ବାଧ୍ୟ ହୋଇ ଆଇନ ର ଦ୍ୱରସ୍ଥ ହୋଇଛନ୍ତି ବୋଲି କହିବା ସହିତ ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ମାଇନ୍ସ ଅଧିକାରୀ,ତହସିଲ୍ ପ୍ରଶାସନ,ପୋଲିସ, ଭଳି  ଜଳସେଚନ ବିଭଗ ବାଲି ଚୋରା ଚାଲାଣ ରେ ସହାୟକ ହୋଇଛି ।ଅନ୍ୟପଟେ ନଦୀ ରେ ବନ୍ୟା ଜଳ ପ୍ରଭାବିତ ହେଉଥିବା ବେଳେ ଦୁର୍ବଳ ନଦୀ ବନ୍ଧ ପାଇଁ ସମସ୍ୟା ଉପୂଜିବ କି ନାହିଁ ଏ ନେଇ କୌଣସି  ପ୍ରତି କ୍ରିୟା ଦେଇ ନାହାଁନ୍ତି ଜଳ ସେଚନ ବିଭାଗ ଅଧିକାରୀ ।

Post a Comment

0 Comments