ମାଲକାନଗିରି: ଦୁର୍ବୁତ୍ତଙ୍କ ଆକ୍ରମଣ ରେ ଜଣେ ୱେବ ସାମ୍ବାଦିକ ମୃତ ।ମାଲକାନଗିରି ଜିଲ୍ଲା ରେ ଦୁର୍ବୁତ୍ତ ଙ୍କ ଆକ୍ରମଣ ରେ ଜଣେ ଓ୍ବେବ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି, ମୃତକ ଜଣଙ୍କ ଜଣେ ୱେବ ଚେନାଲ ର ସାମ୍ବାଦିକ ବୋଲି ସୂଚନା ମିଳିଛି। ମୃତକ ଙ୍କ ନାଁ ସିଏଚ ନରେଶ। ତଥ୍ୟ ଅନୁଯାୟୀ ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅଞ୍ଚଳର ମୁରଲୀଗୁଡା ଗ୍ରାମ ନିକଟରେ ସି.ଏଚ ନରେଶ ଓ ଅନ୍ୟ କିଛି ସାମ୍ବାଦିକ ଏବଂ ତାଙ୍କର କିଛି ବନ୍ଧୁ ଏକ କାର ରେ ନ୍ୟୁଜ୍ କରିବାକୁ ଯାଇ ବର୍ତ୍ତାଳାପ କରୁଥିବା ବେଳେ ଦୁଇଟି ମୋଟର ସାଇକେଲରେ ୫ ଜଣ ଦୁର୍ବୁତ୍ତ ଆସି ହଠାତ ଆକ୍ରମଣ କରିଥିଲେ। ଖଣ୍ଡା ସହ ଧାରୁଆ ଅସ୍ତ୍ର ରେ ଆକ୍ରମଣ ହୋଇଥିବା ବେଳେ ସି.ଏଚ ନରେଶଙ୍କ ହାତରେ ଗଭୀର ଆଘାତ ଲାଗି ସେ ଗୁରୁତର ଆହତ ହୋଇଥିଲେ। ତେବେ ଘଟଣା ସ୍ଥଳରୁ ସାମ୍ବାଦିକ ମାନଙ୍କ ଠାରୁ ନେଇ ଯାଇଥିବା କାରକୁ ମଧ୍ୟ ଦୁର୍ବୁତ୍ତ ଚଢ଼ାଇ ନେଇଥିବା ଜଣାପଡିଛି। ଗୁରୁତର ଅବସ୍ଥାରେ ନରେଶ ଙ୍କୁ ପ୍ରଥମେ ମୋଟୁ ସ୍ୱାସ୍ଥ୍ୟ କେନ୍ଦ୍ର ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ନରେଶ ଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ରେ ଅନ୍ୟ କିଛି ଜଣ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ କାହିଁକି ଦୃବୃତ୍ୟ ମାନେ ହଠାତ୍ ସାମ୍ବାଦିକ ମାନଙ୍କ ଉପରେ ଏଭଳି ଆକ୍ରମଣ କରିଛି। ତାହା ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। କଣ ପାଇଁ ଆକ୍ରମଣ କରାଯାଇ ହତ୍ୟା କରାଯାଇଛି ସେ ନେଇ ମୃତକ ଙ୍କ ମାଉସି କୌଣସି ସଠିକ୍ ଉତ୍ତର ଦେଇ ନାହାଁନ୍ତି ।
https://youtu.be/rtwbleFviY8?si=5FeYgJQ_lLFFG9Kt
। ଏବାବଦ ରେ ଆଜି ମାଲକାନଗିରି ଜିଲ୍ଲା ର ସମସ୍ତ ସାମ୍ବାଦିକ ଜିଲ୍ଲା ଆରକ୍ଷୀ ଅଧିକାରୀ ଙ୍କୁ ଭେଟି ଯଥାଶୀଘ୍ର ନ୍ୟାୟ ଦାବି ସହ ଯଥାଶୀଘ୍ର ଦୋଷୀ କୁ ଦଣ୍ଡ ଦେବା ପାଇଁ ଦାବି ଜଣାଇଛନ୍ତି ଜିଲ୍ଲାର ସମସ୍ତ ସାମ୍ବାଦିକ । ବରିଷ୍ଠ ସାମ୍ବାଦିକ
ଦୁର୍ଯ୍ୟଧନ ପାତ୍ର ଅଭିଯୁକ୍ତ ମାନଙ୍କୁ ଗିରଫ ଦାବି କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିବା ବେଳେ ଜିଲ୍ଲା ଏସ୍ପି ବିନୋଦ ପାଟିଲ ଖୁବ ଶ୍ରିଘ୍ର ଅଭିଯୁକ୍ତଙ୍କୁ ଗିରଫ କରିବା ର ପ୍ରତିଶ୍ରୁତି ଦେଇଛନ୍ତି।
0 Comments