ପିପିଲି :ପିପିଲି ଥାନା ଅନ୍ତର୍ଗତ ଦାନଗୋହୀର ନୁଆସାହୀ ଛକ ଠାରେ ୫ଜଣ ଯୁବକକୁ ମରଣାନ୍ତକ ଆକ୍ରମଣ ଘଟଣାରେ ପିପିଲି ପୋଲିସ ୫ଜଣକୁ ଗିରଫ କରି କୋର୍ଟ ଚାଳଣ କରିଛି । ଗିରଫ ଅଭିଯୁକ୍ତ ହେଲେ ମହମ୍ମଦ ଆଲାମଗିରି (୨୨) ଇମ୍ରାନ ଖାଁ (୨୨) ମହମ୍ମଦ ତାହୀର (୨୦) ମହମ୍ମଦ ଅମଜାଦ୍ (୧୯) ଓ ଇସ୍ରାଇଲ ଖାଁ (୪୫) ସମସ୍ତଙ୍କ ଘର ପିପିଲି ଥାନା ଅଧିନସ୍ଥ ନୁଆସାହୀ ଦାନଗୋହୀର ବୋଲି ପୋଲିସ ଠାରୁ ସୁଚନା ମିଳିଛି ।
ସୂଚନା ଅନୁସାରେ ପିପିଲି ଶିରିଆପୁର ସୁଲତାନ ନଗର ଗ୍ରାମର କାର୍ତିକ ବେହେରା ତାଙ୍କ ବାଇକ ଯୋଗେ ସୋମବାର ଦାନଗୋହୀର ନୁଆସାହୀ ଛକକୁ ଟ୍ରାକ୍ଟର ହଳ ଟଙ୍କା ମାଗିବାକୁ ଯାଇଥିବା ବେଳେ ପୁର୍ବ ବିବାଦକୁ କେନ୍ଦ୍ର କରି ୧୫ରୁ ୨୦ ଜଣ ଯୁବକ କାର୍ତିକଙ୍କ ସହିତ ତାଙ୍କ ସହଯୋଗୀ ମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ବୋଲି କାର୍ତ୍ତିକ ଙ୍କ ପତ୍ନୀ ଉର୍ମିଳା ବେହେରା ପିପିଲି ଥାନା ରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ପିପିଲି ଥାନାରେ ଏସମ୍ପର୍କରେ ୪୫୩/୨୫ରେ ଏକ ମାମଲା ରୁଜୁ କରାଯାଇଥିଲା । ଦୁଇ ଗୋଷ୍ଠୀ ମଧ୍ୟରେ ଘଟଣା ଘଟିଥିବାରୁ ପୋଲିସ ଘଟଣାକୁ ଗୁରୁତର ଭାବେ ନେଇଥିଲା । ବିଭିନ୍ନ ସଂଗଠନ ପକ୍ଷରୁ ଆକ୍ରମଣକାରୀଙ୍କ ବିରୁଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବୀ କରି ସୋମବାର ରାତିରେ ପିପିଲି ଥାନାରେ ହୋହଲ୍ଲା କରିଥିଲେ । ପିପିଲି ପୋଲିସ ମାରପିଟ ଘଟଣାରେ ସମ୍ପୃକ୍ତଥିବା ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଳଣ କରିଥିବା ଥାନା ଅଧିକାରୀ ସୈାମେନ୍ଦୁ ଶେଖର ତ୍ରିପାଠୀ ସୁଚନା ଦେଇଛନ୍ତି । ଅନ୍ୟପଟେ ପିପିଲି ଥାନାରେ ପୁରୀ ଏସ୍ପି ପୀନାକ ମିଶ୍ର ପହଂଚି ଆଇନି ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିଛନ୍ତି । ଏହି ସମୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସଚ୍ଚିନ ପଟେଲ ଓ ପିପିଲି ଏସଡିପିଓ ଦେବାଶିଷ ମିଶ୍ର ଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ । ଘଟଣାସ୍ଥଳରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଓ ପିପିଲି ଏସଡିପିଓ ପହଂଚି ତଦନ୍ତ କରିିଥିଲେ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜର ରଖି ବ୍ୟାପକ ପୋଲିସ ଫୋର୍ସ ମୃତୟନ କରାଯାଇଥିବା ଏସଡିପିଓ ଶ୍ରୀମିଶ୍ର ସୁଚନା ଦେଇଛନ୍ତି ।
0 Comments