Header Ads Widget



BREAKING NEWS

6/recent/ticker-posts

ପୁରୀ ଜିଲ୍ଲାରେ ଆନ୍ତର୍ଜାତିକ ସମବାୟ ବର୍ଷ ପାଳିତ ।

         
ପୁରୀ : ପୁରୀ ଜିଲ୍ଲାରେ ଆନ୍ତର୍ଜାତିକ ସମବାୟ ବର୍ଷ  ଅନୁଷ୍ଠିତ ହୋଇଯାଇଛି। ସଶକ୍ତ ସମବାୟ, ସୁଦୃଢ ସମାଜ ଓ ସମୃଦ୍ଧ ଜୀବନ ର ବାର୍ତ୍ତା ନେଇ ଆଜି ପୂର୍ବାହ୍ନରେ ସଂସ୍କୃତି ଭବନରେ ଆୟୋଜିତ ହୋଇଥିଲା ଆନ୍ତର୍ଜାତିକ ସମବାୟ ବର୍ଷ।ପୁରୀ ଜିଲ୍ଲା କୋଅପରେଟିଭ ସୋସାଇଟି ର ରେଜିଷ୍ଟର ସୁନିତା ପତି ଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ହୋଇଥିଲା  ଏହି କାର୍ଯ୍ୟକ୍ରମ | ଏହି କାର୍ଯ୍ୟକ୍ରମ ରେ ମତ୍ସ୍ୟ ସମବାୟ ସମିତି, ଦୁଗ୍ଧ ସମବାୟ ସମିତି ଓ କୃଷି ସମବାୟ ସମିତି ସମ୍ପର୍କରେ ଆଲୋଚନା କରାଯାଇଥିଲା।ଶ୍ରୀମତୀ ପତି ସମସ୍ତଙ୍କୁ ସ୍ବାଗତ କରିବା ସହ ସମବାୟ ର ଭୂମିକା ବିଷୟରେ ବିସ୍ତ୍ରୁତ ଭାବେ ନିଜର ମତ ପୋଷଣ କରିଥିଲେ l ସମବାୟ ମାଧ୍ୟମରେ ସମାଜ କୁ ସୁଦୃଢ ଓ ଆର୍ଥିକ ସମୃଦ୍ଧ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା  ଗ୍ରହଣ ରହିଛି।ବର୍ତ୍ତମାନ ସମବାୟ ଏକ ଜନ ଆନ୍ଦୋଳନ ରେ ପରିଣତ ହୋଇ ଆର୍ଥିକ ଅଭିବୃଦ୍ଧି ରେ ସହାୟକ ହୋଇ ପରିବାର ମୁହଁରେ ହସ ଫୁଟାଇଛି ବୋଲି  ମତବ୍ୟକ୍ତ କରିଥିଲେ। 
             
    ମୁଖ୍ୟ ଅତିଥି ଭାବେ ଯୋଗ ଦେଇ  ପୁରୀ ଜିଲ୍ଲା  ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ  ସମବାୟ ଏକ ଆନ୍ଦୋଳନ ରେ ପରିଣତ ହୋଇଛି ,ବର୍ତ୍ତମାନ ଅନେକ ସୁଯୋଗ ସରକାରଙ୍କ ମାଧ୍ୟମରେ ଉପଲବ୍ଧ ହୋଇଛି ଏହାର ସୁବିଧା ନେଇ ଅନେକ ଅଗ୍ରସର ହେଉଥିବା ର କହିଥିଲେ । 
https://youtu.be/ZGB-L2S224A?si=2hYgkMTEx4kBo6PL
ଅନ୍ୟମାନଙ୍କ ମଧ୍ୟରେ ପୁରୀ ଦୁଗ୍ଧ ସମବାୟ ୟୁନିୟନ ର ସଭାପତି ଦିଲ୍ଲୀପ କୁମାର ଦାସ ଗୋ ପାଳନ ଓ ଦୁଗ୍ଧ ସମବାୟ ସମିତି ମାଧ୍ୟମରେ ଏହାକୁ ଆଗକୁ ନେବାକୁ ଥିବା ବ୍ୟବସ୍ଥା, ସରକାରୀ ସୁବିଧା, ସବସିଡ ଇତ୍ୟାଦି ସମ୍ପର୍କରେ ବିଷଦ ଆଲୋଚନା କରିଥିବା ବେଳେ ପୂର୍ବତନ ଆଇନ ଅଧିକାରୀ ବିରଜା ଶଙ୍କର ଶତପଥୀ,ସହକାରୀ ମତ୍ସ୍ୟ ଅଧିକାରୀ ରମେଶ ଚନ୍ଦ୍ର ରାଉଳ,ଏଆର ସି ଏସ ସନାତନ ବେହେରା ପ୍ରମୁଖ ଯୋଗ ଦେଇ ସମବାୟ ସହଯୋଗ, ସମନ୍ୱୟ ଓ ସହଭାଗିତାର ବନ୍ଧନ ବିଷୟରେ ଆଲୋଚନା କରି ଏହା ମାଧ୍ୟମରେ ଆମ ଅର୍ଥନୀତି କିପରି ମଜବୁତ ହୋଇ ପାରିବ ବୋଲି ସେମାନେ ନିଜ ମତ ପରିପ୍ରକାଶ କରିଥିଲେ । 
       
 ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଭଲ କାମ କରିଥିବା ସମବାୟ ସମିତି ମାନଙ୍କୁ ପୁରସ୍କୃତ କରାଯାଇଥିଲା।   ଏହି କାର୍ଯ୍ୟକ୍ରମ ରେ  ଜିଲ୍ଲାର ବିଭିନ୍ନ ସମବାୟ ସମିତିର କାର୍ଯ୍ୟକର୍ତ୍ତା ମାନେ ଯୋଗ ଦେଇଥିବା ବେଳେ ଶ୍ୟାମ ପ୍ରକାଶ ସେନାପତି ମଞ୍ଚ ପରିଚାଳନା କରିଥିଲେ।

Post a Comment

0 Comments