ଭୁବନେଶ୍ବର : ଫକୀର ମୋହନ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ରେ ରାଜ୍ୟବ୍ୟାପୀ ଆଲୋଡନ ସୃଷ୍ଟି ହୋଇ ଥିବା ବେଳେ ଭୁବନେଶ୍ବର ରେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିଛି ବିରୋଧୀ ବିଜେଡ଼ି । କେବଳ ବିଜେଡ଼ି ନୁହେଁ ରାଜଧାନୀରେ କଂଗ୍ରେସ ମଧ୍ୟ ବିକ୍ଷୋଭ କରିଛି । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରି ରାଜ୍ୟ ରେ ଛାତ୍ରୀ ଓ ମହିଳାଙ୍କ ଉପରେ ନିର୍ଯାତନା ବଢିଚାଲିଥିବା ବିଜେଡ଼ି ଓ କଂଗ୍ରେସ ଉଭୟ ଅଭିଯୋଗ କରିଛି । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିଜେଡି ବିକ୍ଷୋଭ ପ୍ରଦର୍ସନ କରିଛି। ବିଜେଡିର ମହିଳା ପ୍ରତିନିଧି ଦଳ ଏମ୍ସ ଯାଇ ପୀଡ଼ିତା ଓ ତାର ପରିବାରକୁ ଭେଟିଛନ୍ତି । ରାଜ୍ୟ ରେ ଆଇନ ଶୃଂଖଳା ପରିସ୍ଥିତି ବିଗିଡି ଯାଇ ଥିବା ବେଳେ ମହିଳା ଆଉ ସୁରକ୍ଷିତ ନୁହଁନ୍ତି ବୋଲି ବିଜେଡ଼ି ଅଭିଯୋଗ କରିଛି ।
https://youtu.be/lcS6ClWSflk?si=CUUgC5F3NY0DkBDE
https://youtu.be/UI7E8ua6ipA?si=5ygX-daROJjJoBS0
ସେହିପରି ଆତ୍ମହତ୍ୟା ଉଦ୍ୟମ କରିଥିବା ବାଲେଶ୍ବର ଫକୀର ମୋହନ ମହାବିଦ୍ୟାଳୟ ଛାତ୍ରୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପୀଡ଼ିତା ପରିବାର କୁ ଭେଟି ସାନ୍ତନା ଦେବା ସହିତ ଛାତ୍ରୀ କୁ ଚିକିତ୍ସା କରୁଥିବା ଡ଼ାକ୍ତର ଙ୍କ ସହିତ ଆଲୋଚନା କରିଛନ୍ତି ।
0 Comments