Header Ads Widget



BREAKING NEWS

6/recent/ticker-posts

ଆରପାରିରେ ଖଣ୍ଡପଡା ରାଜା, ପୂର୍ବତନ ମନ୍ତ୍ରୀ, ଉପ ବାଚସ୍ପତି ଓ ବିଧାୟକ ଶ୍ରୀ ବିଭୁତି ଭୂଷଣ ମର୍ଦ୍ଦରାଜ ।

          
ଭୁବନେଶ୍ବର : ଖଣ୍ଡପଡା ରାଜା, ପୂର୍ବତନ ମନ୍ତ୍ରୀ, ଉପ ବାଚସ୍ପତି ଓ ବିଧାୟକ ଶ୍ରୀ ବିଭୁତି ଭୂଷଣ ମର୍ଦ୍ଦରାଜଙ୍କ ବିୟୋଗ, କେବଳ ଖଣ୍ଡପଡା ନୁହେଁ, ସମଗ୍ର ଓଡିଶା ପାଇଁ ଏକ ଅପୂରଣୀୟ କ୍ଷତି ।
  ଖଣ୍ଡପଡା ରାଜା ଓ ପୂର୍ବତନ ମନ୍ତ୍ରୀ, ଉପବାଚସ୍ପତି ଏବଂ ୩ଥର ବିଧାୟକ ଶ୍ରୀ ବିଭୁତି ଭୂଷଣ ମର୍ଦ୍ଦରାଜଙ୍କ ଆଜି ପରଲୋକ ଘଟିଛି । ଜଣେ ପରୋପକାରୀ ନେତା ରୂପେ ତାଙ୍କର ସୁନାମ ଥିଲା । ସ୍ୱର୍ଗତଃ ମର୍ଦ୍ଦରାଜଙ୍କ ବିୟୋଗ କେବଳ ଖଣ୍ଡପଡା ନୁହେଁ, ସମଗ୍ର ଓଡିଶା ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଶୋକ ବ୍ୟକ୍ତ କରିଛନ୍ତି ।
ଅମର ଆତ୍ମାର ସଦ୍‌ଗତି ନିମନ୍ତେ ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।


Post a Comment

0 Comments