Header Ads Widget



BREAKING NEWS

6/recent/ticker-posts

ପ୍ଲାଟଫର୍ମ ଛାତ ଭୁଶୁଡିବା ଦୁର୍ଭାଗ୍ୟଜନକ : ବିଜେଡ଼ି ।

      
ଭୁୁବନେଶ୍ୱର : କଟକ ରେଲୱେ ଷ୍ଟେସନ ପ୍ଲାଟଫର୍ମ ଛାତ ଭୁଶୁଡିବା ଦୁର୍ଭାଗ୍ୟଜନକ ବୋଲି  ଅଭିଯୋଗ କରିଛି ବିଜୁ ଜନତା ଦଳ। କାର୍ଯ୍ୟ କରୁଥିବା ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହିତ ମନ୍ଥର ଗତିରେ ଚାଲୁଥିବା ନିର୍ମାଣାଧୀନ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ଦାବି କରିଛି ।
            କଟକ ରେଲୱେ ଷ୍ଟେସନର ପ୍ଲାଟଫର୍ମ-୧ରେ ଥିବା ଛାତ ଭୁଶୁଡିପଡିବା ଦୁର୍ଭାଗ୍ୟଜନକ ବୋଲି ବିଜୁ ଜନତା ଦଳ କହିଛି । ରେଲୱେ ବିଭାଗ ଓ ଠିକା ସଂସ୍ଥାର ଦାୟିତ୍ୱହୀନତା ଓ ସୁରକ୍ଷା ପ୍ରତି ଧ୍ୟାନ ନଦେବା ଫଳରେ ଏଭଳି ଦୁର୍ଘଟଣା ଘଟିଛି ବୋଲି ସିଧା ସଳଖ ଅଭିଯୋଗ କରିଛି। କଟକ ଭଳି ବ୍ୟସ୍ତବହୁଳ ରେଲୱେ ଷ୍ଟେସନର ମରାମତି ଓ ଆଧୁନିକୀକରଣ କାର୍ଯ୍ୟ ଦୀର୍ଘ ଦିନ ଚାଲିବା ଫଳରେ ସାଧାରଣ ଯାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଆଜିର ଦୁର୍ଘଟଣା ସ୍ପଷ୍ଟ ସୂଚାଉଛି ଯେ, ନିର୍ମାଣାଧୀନ କାର୍ଯ୍ୟର ତଦାରଖରେ ଗୁରୁତର ଅବହେଳା ହୋଇଛି । ଦୁର୍ଘଟଣା ଘଟିବା ପରେ କଟକ-ଚୌଦ୍ୱାରର ବିଜେଡି ବିଧାୟକ ଶ୍ରୀ ସୌଭିକ୍ ବିଶ୍ୱାଳ, କଟକ ମେୟର ଶ୍ରୀ ସୁବାସ ସିଂ, କଟକ ଜିଲ୍ଲା ବିଜେଡି ସଭାପତି ଶ୍ରୀ ପ୍ରଫୁଲ୍ଲ ସିଂ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରି କ୍ଷୟକ୍ଷତି ଓ ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ । 
     ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ମନ୍ଥର ଗତିରେ ଚାଲୁଥିବା ଏହି ନିର୍ମାଣାଧୀନ କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ରେଳ ବିଭାଗ ଧ୍ୟାନ ଦେବା ଆବଶ୍ୟକ । ସେହିପରି କଟକ ମେୟର ଶ୍ରୀ ସୁବାସ ସିଂ କହିଛନ୍ତି ଯେ, ଠିକା ସଂସ୍ଥାର ବେପରୁଆ ମନୋଭାବ ଯୋଗୁ ଏଭଳି ଦୁର୍ଘଟଣା ଘଟିଛି । 

ଘଟଣାରେ ଜଣେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହାର ପୁନରାବୃତ୍ତି ନହେବା ପାଇଁ ରେଳବାଇ ବିଭାଗ ସତର୍କ ହେବା ଆବଶ୍ୟକ । ଅନ୍ୟ ପଟେ ଶ୍ରୀ ପ୍ରଫୁଲ ସିଂ କହିଛନ୍ତି ଯେ, ମହାପ୍ରଭୁ ଜଗନ୍ନାଥଙ୍କ କୃପାରୁ କିଛି ମିନିଟ ପୂର୍ବରୁ ବନ୍ଦେ ଭାରତ ଟ୍ରେନ ଯାଇଥିଲେ ମଧ୍ୟ ବଡ ଅଘଟଣରୁ ରକ୍ଷା ମିଳିପାରିଛି । ଦୁର୍ଘଟଣାର ତଦନ୍ତ କରାଯାଇ ଏଥିପାଇଁ ଦାୟୀ ଥିବା ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛି ବିଜେଡ଼ି ।

Post a Comment

0 Comments