Header Ads Widget



BREAKING NEWS

6/recent/ticker-posts

ବଲାଙ୍ଗିରରେ କୁକୁର କାମୁଡ଼ାରେ ୩ ମୃତ୍ୟୁ ପ୍ରଶାସନର ନିରବତାକୁ ବିଜେଡିର ସମାଲୋଚନା ।ମୃତକଙ୍କ ପରିବାରବର୍ଗଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରନ୍ତୁ ସରକାର : ବିଜେଡ଼ି

  

ଭୁବନେଶ୍ୱର,: ବଲାଙ୍ଗିର ଜିଲ୍ଲା ଗୁଡଭେଲା ବ୍ଲକର ଚିଞ୍ଚେଡ଼ ଗ୍ରାମର ୩ ଜଣ ଲୋକଙ୍କୁ ବୁଲା କୁକୁର କାମୁଡ଼ି ଜୀବନରୁ ମାରିଦେଇଥିଲା ବେଳେ, ଗୁରୁତର ଆହତ ହୋଇଥିବା ୬ ଜଣଙ୍କୁ ବଲାଙ୍ଗିର ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ଭିମ୍ସାରକୁ ସ୍ଥାନାନ୍ତର କରାଯାଇଛି । ସ୍କୁଲ ଯାଉଥିବା ଛାତ୍ରଛାତ୍ରୀମାନେ ମଧ୍ୟ କୁକୁର କାମୁଡ଼ାର ଶିକାର ହୋଇଥିବା ବେଳେ, ଜିଲ୍ଲା ପ୍ରଶାସନ ନିରବଦ୍ରଷ୍ଟା ସାଜି ବସିଛି ।
ଏହି ଘଟଣାରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ପିଏସି ସଦସ୍ୟା ଶ୍ରୀମତୀ ଟୁକୁନି ସାହୁ ମୃତକଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହିତ ଜିଲ୍ଲା ପ୍ରଶାସନର ନିରବତାକୁ ତୀବ୍ର ସମାଲୋଚନା କରିଛନ୍ତି । ସରକାର ମୃତକଙ୍କ ପରିବାରବର୍ଗଙ୍କୁ ତୁରନ୍ତ କ୍ଷତିପୂରଣ ଦେବା ସହ ଆହତ ମାନଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରନ୍ତୁ ବୋଲି ଶ୍ରୀମତୀ ସାହୁ ଦାବି କରିଛନ୍ତି ।

Post a Comment

0 Comments